July 4, 2025
Home » ୧୪ରୁ ୧୭ ନିଖିଳ ଉତ୍କଳ ଦିବ୍ୟ ଜୀବନ ସଂଘର ଆଧ୍ୟାତ୍ମିକ ସମ୍ମିଳନୀ

୧୪ରୁ ୧୭ ନିଖିଳ ଉତ୍କଳ ଦିବ୍ୟ ଜୀବନ ସଂଘର ଆଧ୍ୟାତ୍ମିକ ସମ୍ମିଳନୀ

0
WhatsApp Image 2025-02-11 at 6.16.07 PM

ଭୁବନେଶ୍ୱର: ଆସନ୍ତା ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ୩୮ ତମ ନିଖିଳ ଉତ୍କଳ ଦିବ୍ୟ ଜୀବନ ସଂଘର ଆଧ୍ୟାତ୍ମିକ ସମ୍ମିଳନୀ ପୁରୀ ସ୍ଥିତ ବାଲିଗୁଆଳି ଚିଦାନନ୍ଦ ତପୋବନ ଶାନ୍ତି ଆଶ୍ରମରେ ଅନୁଷ୍ଠିତ ହେବବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଏହାକୁ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ମୁଖ୍ୟ ଅତିଥି, ସଂଘ ମୁଖ୍ୟାଳୟର ଋଷିକେଶର ଉପାଧ୍ୟକ୍ଷ ପୂଜ୍ୟ ଶ୍ରୀ ନିର୍ଲିପ୍ତାନନ୍ଦ ସରସ୍ୱତୀ ମହାରାଜ, ସାଧାରଣ ସମ୍ପାଦକ ପୂଜ୍ୟ ସ୍ୱାମୀ ଅଦୈକ୍ତାନନ୍ଦ ସରସ୍ୱତୀ ମହାରାଜଙ୍କ ସମେତ ଭାରତ ବର୍ଷର ବହୁ ସନ୍ଥ, ମହାତ୍ମା, ଆଚାର୍ଯ୍ୟ ବୃନ୍ଦ ଏହି ସନାତନ ସଦ୍‌ଭାବନା ସଭାରେ ଭକ୍ତ ପ୍ରତିନିଧିମାନଙ୍କୁ ଦିବ୍ୟବାଣୀ ପ୍ରଦାନ କରିବେ। ସଂପ୍ରତି ଏହି ଆଧ୍ୟାତ୍ମିକ ଧର୍ମ ସମ୍ମିଳନୀ ମାନବ ସମାଜର ମଙ୍ଗଳ ପାଇଁ ଉଦ୍ଦିଷ୍ଟ। ଦିବ୍ୟ ଜୀବନ ସଂଘର ଆଧ୍ୟାତ୍ମିକ ସମ୍ମିଳନୀ ୧୯୬୬ ମସିହାରେ ଶ୍ରୀ କ୍ଷେତ୍ରରେ ଅନୁଷ୍ଠିତ ହୋଇଥିଲା। ସେଥିରେ ବହୁ ସାଧୁ ସନ୍ଥ ମହାତ୍ମାଙ୍କ ସମେତ ଦିବ୍ୟ ଜୀବନ ସଂଘର ତତ୍କାଳୀନ ସଭାପତି ପରମପୂଜ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜ ଅଧ୍ୟକ୍ଷତା କରିବା ସହିତ ଇତି ମଧ୍ୟରେ ୩୭ ଟି ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାଂପ୍ରତିକ ସ୍ଥିତିରେ ଏଭଳି ଆଧ୍ୟାତ୍ମିକ ସମ୍ମିଳନୀ ଶହେ ରାଜସ୍ୱୟ ଯଜ୍ଞ ବା ସୋମ ଯଜ୍ଞ ସହ ସମାନ ଓ ଏହାର ଆଧ୍ୟାତ୍ମିକ ତରଙ୍ଗ ବାତାବରଣକୁ ସୁଦ୍ଧ ତଥା ଜନସମାଜରେ ସାତ୍ୱିକ ଭାବ ସୃଷ୍ଟି କରିବା ସହିତ ଆଧ୍ୟାତ୍ମିକ ଚେତନା ଜାଗରଣ କରାଇ ନକରାତ୍ମକ ଆସୁରୀ ପ୍ରବୃତି ପ୍ରତିହତ ସହ ଦୈବୀ ପ୍ରବୃତି ବ୍ୟାପକତା ସଦ୍‌ଭାବନା ସଭାର ଉଦ୍ଦେଶ୍ୟ ବୋଲି ଉପସ୍ଥିତ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଜଗନ୍ନାଥ ନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ କ୍ରିଷ୍ଣାନନ୍ଦ ସରସ୍ୱତୀ ମହାରାଜ, ସଂପାଦକ ଜୟଦେବ ଆଚାର୍ଯ୍ୟ, ପ୍ରଫେସର ବିଶ୍ୱମୋହନ ପଟ୍ଟନାୟକ, ରାଧା ବଲ୍ଲଭ ସିଂ, ପ୍ରଭାକର ମହାରଣା, ଶ୍ରୀ କେଭି ଶିବାନନ୍ଦ ରାଓ,ବାଲିଗୁଆଳି ଆଶ୍ରମ ର ସଭାପତି ଅକ୍ଷୟ କୁମାର ଦାଶ ପ୍ରମୁଖ ଏହି ସମ୍ମିଳନୀର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ।

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *