March 12, 2025
Home » ୧୫ତମ ସର୍ବଭାରତୀୟ ବିଜୁ ପଟ୍ଟନାୟକ ସ୍ମାରକୀ କ୍ରିକେଟ୍ ଟୁର୍ନାମେଣ୍ଟର ଫାଇନାଲ ଜିତିଲା ରାଇଜିଙ୍ଗ ସ୍ଟୁଡେଣ୍ଟ (କଟକ)

୧୫ତମ ସର୍ବଭାରତୀୟ ବିଜୁ ପଟ୍ଟନାୟକ ସ୍ମାରକୀ କ୍ରିକେଟ୍ ଟୁର୍ନାମେଣ୍ଟର ଫାଇନାଲ ଜିତିଲା ରାଇଜିଙ୍ଗ ସ୍ଟୁଡେଣ୍ଟ (କଟକ)

0

ବ୍ରହ୍ମପୁର:-ସ୍ଥାନୀୟ ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ ଠାରେ ସର୍ବ ଭାରତୀୟ ୧୫ତମ ବିଜୁ ପଟ୍ଟନାୟକ ମେମୋରିଅଲ କ୍ରିକେଟ୍ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ
ରାଇଜିଙ୍ଗ ସ୍ଟୁଡେଣ୍ଟ (କଟକ ) ବନାମ ଅlଲ୍ଫl ସ୍ପୋର୍ଟିଙ୍ଗ କ୍ଲୁବ (ବ୍ରହ୍ମପୁର ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ରାଇଜିଙ୍ଗ ସ୍ଟୁଡେଣ୍ଟ ଟସ ଜିତି ପ୍ରଥମେ ବୋଲିଙ୍ଗର ନିଷ୍ପତି ନେଇଥିଲେ l ଅlଲ୍ଫl ସ୍ପୋର୍ଟିଙ୍ଗ କ୍ଲୁବ ବ୍ୟାଟିଙ୍ଗ ଆରମ୍ଭ କରି ୨୭ ଓଭର ଖେଳି ସମସ୍ତ ୱିକେଟ୍ ହରାଇ ୧୩୧ ରନ କରିଥିଲେ l ଦଳ ପକ୍ଷରୁ ଟୁକୁନା ସାହୁ ୪୬ ବଲ ଖେଳି ୬୭ ରନ କରିଥିଲେ l ରାଇଜିଙ୍ଗ ସ୍ଟୁଡେଣ୍ଟ ଦଳ ପକ୍ଷରୁ ବୋଲିଙ୍ଗରେ ଜାମଲା ବି ମହାପାତ୍ର ୬ ଓଭର ପକାଇ ୩୩ ରନ ଦେଇ ୪ ଗୋଟି ୱିକେଟ୍ ଓ ଆଦିତ୍ୟ ରାଉତ ୨ ଓଭର ପକାଇ ୩ ରନ ଦେଇ ୩ ଗୋଟି ୱିକେଟ୍ ଅକ୍ତିହାର କରିଥିଲେ l ଜବାବରେ ରାଇଜିଙ୍ଗ ସ୍ଟୁଡେଣ୍ଟ ଦଳ ୨୪ ଓଭର ଖେଳି ୨ ଗୋଟି ୱିକେଟ୍ ବିନିମୟରେ ଆବଶ୍ୟକ ୧୩୨ ରନ କରି ବିଜୟ ମୁକୁଟ ପିନ୍ଧିଲେ l ଦଳ ପକ୍ଷରୁ ଆଦିତ୍ୟ ରାଉତ ୪୫ ବଲ ଖେଳି ୬0 ରନ କରିଥିଲେ l ଅlଲ୍ଫl ସ୍ପୋର୍ଟିଙ୍ଗ ଦଳ ପକ୍ଷରୁ ବୋଲିଙ୍ଗରେ ଟୁକୁନା ସାହୁ ୬ ଓଭର ପକାଇ ୨୬ ରନ ଦେଇ ଗୋଟିଏ ୱିକେଟ୍ ଅକ୍ତିହାର କରିଥିଲେ l ଏହି ମ୍ୟାଚକୁ ରାଇଜିଙ୍ଗ ସ୍ଟୁଡେଣ୍ଟ ଦଳ ୮ ଗୋଟି ୱିକେଟ୍ ରେ ମ୍ୟାଚ ଜିତିନେଇଥିଲା l
ଆଜିର ଏହି ଖେଳକୁ ଏମ୍ପାୟର ଭାବେ ଆଶୁତୋଷ ପାଣି ଓ ସୁଶାନ୍ତ ପଣ୍ଡା ପରିଚଳନା କରିଥିବା ବେଳେ ସ୍କୋରର ଭାବେ ସତ୍ୟନାରାୟଣ ପରିଡା ଓ କିରଣ ମନୋହର ମହାନ୍ତି ଦାୟୀତ୍ଵରେ ଥିଲେ l ଆଜିର ମ୍ୟାଚରେ ମେନ ଅଫ ଦା ମ୍ୟାଚ ଭାବେ ରାଇଜିଙ୍ଗ ସ୍ଟୁଡେଣ୍ଟର ଆଦିତ୍ୟ ରାଉତଙ୍କୁ ମନୋନୀତ ହୋଇଥିବା ବେଳେ,ବେଷ୍ଟ ବେଟସ ମ୍ୟାନ ଭାବେ ବିଶାଖା ପାଟନାମ ଦଳ ର ହେମନ୍ତ ରେଡି, ବେଷ୍ଟ ବୋଲର ଭାବେ ରାଇଜିଙ୍ଗ ସ୍ଟୁଡେଣ୍ଟ ର ଜାମୁଳା ବି ମହାପାତ୍ର ଓ ମେନ ଅଫ ଦା ସିରିଜ ଭାବେ ବିଶାଖା ପlଟନାମ ବି. ସତୀ୍ଭିକ ବିବେଚିତ ହୋଇଥିବା ବେଳେ, ରନର ଟିମ ଭାବେ ଅlଲ୍ଫା ସ୍ପୋର୍ଟିଙ୍ଗ କ୍ଲୁବ ହୋଇଥିବା ବେଳେ ୍ଵିନର ଟିମ ଭାବେ ରାଇଜିଙ୍ଗ ସ୍ଟୁଡେଣ୍ଟ (କଟକ ) ଦଳ ବିଜୟୀ ହୋଇଛନ୍ତି l ଆଜିର ଉଦଯାପିତ ଉତ୍ସବରେ
ଟୁର୍ନାମେଣ୍ଟର ଚେୟାରମ୍ୟାନ ତଥା ଜ଼ିଲ୍ଲା ବିଜେଡି ସଭାପତି ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ତଥା ସାଂସଦ ପାର୍ଥୀ ଭୃଗୁ ବକ୍ସି ପାତ୍ର,ପୂର୍ବତନ କାଜୁ ଉନ୍ନୟନ ଅଧ୍ୟକ୍ଷ ସୁବାସ ମହାରଣା,ଓଡିଶା ବାସ୍କେଟ ବଲ ଆସୋସିଏସନ ରାଜ୍ୟ ସମ୍ପାଦକ ଅଶୋକ ସାହୁ, ନେସେନାଲ ବକ୍ସି ରେଫେରୀ ଶିଶିର କୁମାର ପାଣିଗ୍ରାହୀ, ବିଜେଡି ନେତା ଜଗନ୍ନାଥ ସାବତ, ପୂର୍ବତନ ରାଜ୍ୟ ଖେଳାଳି ବସନ୍ତ କୁମାର ପାଣିଗ୍ରାହୀ,ରାମୁଣି ରଞ୍ଜନ ମହାନ୍ତି,ବିମଳ ମହାନ୍ତି,ଅମିତ ଦାସ, ମହିଳା କ୍ରିକେଟ ଆସୋସିଏସନ ସମ୍ପାଦକ ନିବେଦିତା ପାଢ଼ୀ,ଆଲଫା ଓ ସ୍ପୋର୍ଟିଙ୍ଗ କ୍ଲୁବ ସମ୍ପାଦକ ବିଜୟ ଭାସ୍କର ସିଂ ସାମନ୍ତ ପ୍ରମୁଖ ଉପସ୍ଥିତ ରହି ରନର ଟିମକୁ ଟ୍ରଫି ସହ ୬୬ ହଜାର ଓ ୍ଵିନର ଟିମକୁ ଟ୍ରଫି ସହ ୧ ଲକ୍ଷ ୧୧ ହଜାର ପ୍ରଦାନ କରିଥିଲେ l ଏହା ସହ ଓଡିଶା ରଣଜି ଖେଳାଳି ସ୍ୱସ୍ତିକ ସାମଲ ଙ୍କୁ ସନ୍ନମାନିତ କରିବା ସହ,ଅlଲ୍ଫା ସ୍ପୋର୍ଟିଙ୍ଗ କ୍ଲୁବ ଖେଳାଳି ଅଭିନୀତ କୁମାର ପଟ୍ଟନାୟକ, ବସନ୍ତ କୁମାର ପାଣିଗ୍ରାହୀ ଫୁଟବଲ ପୂର୍ବତନ ରାଜ୍ୟ ଖେଳାଳି,ଶିଶିର କୁମାର ପାଣିଗ୍ରହୀ ଜାତୀୟ ସ୍ତରୀୟ ବକ୍ସି ରେଫେରୀ, ଅଶୋକ କୁମାର ସାହୁ ବାସ୍କେଟ ବଲ ଆସୋସିଏସନ ରାଜ୍ୟ ସମ୍ପାଦକଙ୍କୁ ସନ୍ନମାନିତ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଆଲଫା ସ୍ପୋର୍ଟିଙ୍ଗି କ୍ଲୁବର ଅର୍ଗନାଇଜl ସେକେଟ୍ରି କିରଣ କୁମାର ସାହୁ,ସିମାଞ୍ଚଳ ସାହୁ,ନରସିଙ୍ଗ ପଟ୍ଟନାୟକ ସହଯୋଗ କରିଥିଲେ l

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *