August 27, 2025
Home » ୧୬ତମ ବାର୍ଷିକ ଉତ୍ସବ! ଡିଏଭି ଇଫକୋରେ ପାଳନ

୧୬ତମ ବାର୍ଷିକ ଉତ୍ସବ! ଡିଏଭି ଇଫକୋରେ ପାଳନ

0
WhatsApp Image 2025-04-29 at 10.17.08 PM

ଆମ ଡି.ଏ. ଭି ବିଦ୍ୟାଳୟ, ଇଫକୋ ର ଖୁସି ର ଦିନ ହେଉଛି ତାର ବାର୍ଷିକ ମହୋତ୍ସବ। ଏହି ଗୋଟିଏ ଦିନ କୁ ସମ୍ପୂର୍ଣ୍ଣ ବିଦ୍ୟାଳୟ ଏବଂ ତାର ସୀମାନ୍ତ ଗୃହଗୁଡ଼ିକ ବର୍ଷ ସାରI ଅପେକ୍ଷା କରନ୍ତି। ଏହି ଦିନ ହେଉଛି ବୃକ୍ଷ ର କୋମଳ ପତ୍ର ପରି ଯିଏ ନୂଆ ବିଦ୍ୟାଜଡ଼ିତ ବର୍ଷ ର ବାର୍ତ୍ତା ଦିଏ। ଏହି ଦିନ ଆମ ଅଗଣାରେ ଆସନ୍ତି ଶ୍ରୀ ଅର୍ଥେ ଅତିଥି ଯାହାଙ୍କୁ ଆତିଥ୍ୟ ପ୍ରେରଣ କରିବା ପାଇଁ ସଂପୂର୍ଣ୍ଣ ଗୁରୁଗଣ ଓ ଛାତ୍ରଗଣ ପ୍ରସ୍ତୁତ। ଅତିଥି ରୂପେ ଆସିଥିଲେ ଶ୍ରୀଯୁକ୍ତ ପି.କେ. ମହାପାତ୍ର, ୟୁନିଟ ପ୍ରମୁଖ, ଇଫକୋ, ଶ୍ରୀ କେ. ଆର୍. ଏନ୍. ମୂର୍ଥି, ସାଧାରଣ ପରିଚାଳକ, ଇଫକୋ, ଡ. କାଳିକିଙ୍କର ପଟ୍ଟନାୟକ। ଅଧ୍ୟକ୍ଷ ପଦମଣ୍ଡନ କରିଥିଲେ ଶ୍ରୀମାନ ସମ୍ବିତ ସୁକୁମାର ଚିନ୍ନାରା। ଆହ୍ଲାଦିତ ନୃତ୍ୟ ଓ ଲୋମୋଟାଙ୍କୁର ସଙ୍ଗୀତ ବାର୍ଷିକ ମହୋତ୍ସବରେ ସୁମନ ବର୍ଷା କରିଦିଏ। ଉତ୍କଳର ଗର୍ବ ଓଡ଼ିଶୀ ନୃତ୍ୟ ଜଲସିପଡେ। ଜଗନ୍ନାଥ ଓ ତାଙ୍କ ରୁପ ରସ କୁ ନୃତ୍ୟ ମାଧ୍ୟମରେ ଛାତ୍ର ମାନେ ଢାଳି ଦିଅନ୍ତି। ସଙ୍ଗୀତ ସ୍ୱନେ ଚତୁର୍ଦ୍ଦିଗ ଉଲ୍ଲସିତ ହୋଇଉଠେ। ସତରେ ଲାଗେ ଯେ ବିଦ୍ୟା ର ମନ୍ଦିର ରେ ସ୍ଵଂୟ ନଟରାଜ ଶିବ, ନଟେବର କୃଷ୍ଣ ଓ ବାଗଦେବି ସାରଦା ମା ଉଭା ହୋଇଛନ୍ତି।

Leave a Reply

Your email address will not be published. Required fields are marked *