December 22, 2024
Home » ୧୬ ତମ ମଠଖାଇ ମହୋତ୍ସବ ଜାନୁୟାରୀ ୫ରୁ ୯ ପର୍ଯ୍ୟନ୍ତ ହେବ

୧୬ ତମ ମଠଖାଇ ମହୋତ୍ସବ ଜାନୁୟାରୀ ୫ରୁ ୯ ପର୍ଯ୍ୟନ୍ତ ହେବ

0

ବଲାଙ୍ଗୀର ସ୍ଥିତ ମହାଲକ୍ଷ୍ମୀ ନଗର ସଂସ୍କୃତି ମଣ୍ଡପଠାରେ ମଠଖାଇ ମହୋତ୍ସବର ପ୍ରଚାର କମିଟିର ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି | ଭୂମିକାର ବରିଷ୍ଠ ସଭ୍ୟ ବୀରେନ୍ଦ୍ର ବନଛୋରଙ୍କ ସଭାପତିତ୍ୱରେ ଏହି ପ୍ରସ୍ତୁତି ବୈଠକରେ ପ୍ରଚାର କମିଟିର ରୂପରେଖ ପ୍ରସ୍ତୁତ ହୋଇଥିଲା | ଏହି ୧୬ତମ ମଠଖାଇ ମହୋତ୍ସବରେ ଦୁଇଟି କୋଶଲି ନାଟକ, ଦୁଇଟି ହିନ୍ଦୀ ନାଟକ ଓ ଗୋଟିଏ ଓଡ଼ିଆ ନାଟକ ଅଂଶଗ୍ରହଣ କରିବା ସହିତ ପାଞ୍ଚଟି ସାଂସ୍କୃତିକ ଦଳ ନିଜର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ସହମତି ପ୍ରଦାନ କରିଛନ୍ତି ବୋଲି ବରିଷ୍ଠ ସଭ୍ୟ ଧର୍ମେନ୍ଦ୍ର ନନ୍ଦ ସୂଚନା ଦେଇଥିଲେ | ପ୍ରତ୍ୟେକ ଦିନ ଓଡ଼ିଶାର ବିଶିଷ୍ଠ ରାଜନେତା, ବିଶିଷ୍ଠ ବ୍ୟକ୍ତିବିଶେଷ, ସାମ୍ବାଦିକ ତଥା ନାଟ୍ୟ କଳାକାର ଅତିଥିରୂପେ ଯୋଗଦେବେ ବୋଲି ସୂଚନା ପ୍ରଦାନ କରିଥିଲେ | ପ୍ରତିବର୍ଷ ପରି ବିଭିନ୍ନ କ୍ଷେତ୍ରରେ ୫ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ମଠଖାଇ ସମ୍ମାନ ପ୍ରଦାନ କରାହେବ | ଏହି ମହୋତ୍ସବର ପ୍ରାରମ୍ଭିକ ଦିନ ସହରର ବିଭିନ୍ନ ସ୍ଥାନରେ ପଥମହୋତ୍ସବର ଆୟୋଜନ କରାହେବ ବୋଲି ମହୋତ୍ସବର ସାଂସ୍କୃତିକ କମିଟି ପ୍ରକାଶ କରିଛନ୍ତି | ଶେଷରେ ନୟନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *

You may have missed