July 2, 2025
Home » ୧୯ ତମ ମହିଳା ଚନ୍ଦନ ମହୋତ୍ସବ ପାଳିତ

୧୯ ତମ ମହିଳା ଚନ୍ଦନ ମହୋତ୍ସବ ପାଳିତ

0
WhatsApp Image 2025-05-25 at 8.51.32 PM (1)

ପୁରୁଣା ଭୁବନେଶ୍ୱର ସ୍ଥିତ ସିଦ୍ଧିମଣ୍ଡପ ଠାରେ ୧୯ ତମ ମହିଳା ଚନ୍ଦନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମହିଳାମାନଙ୍କ ଦ୍ୱାରା ଝୋଟି, ମୁରୁଜ ଏବଂ ” ଆମ ରୋଷେଇ’ପ୍ରଦର୍ଶନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ମହିଳା ପ୍ରତିଭାମାନଙ୍କୁ ସମ୍ମାନୀତ କରାଯାଇଅଛି। ଲେଖକ, ସାମ୍ବାଦିକ, ସମାଜସେବୀ, ଆଦର୍ଶଛାତ୍ରୀ, ଆତ୍ମନିର୍ଭରତା ଉଲ୍ଲେଖନୀୟ ଅବଦାନ ଥିବା ମହିଳାମାନଙ୍କୁ ସ୍ଥାନୀୟ ବିଧାୟକ ବାବୁ ସିଂ, ମୁମ୍ବାଇର ପୂର୍ବତନ ମହାନିର୍ଦ୍ଦେଶକ ଅରୂପ ପଟ୍ଟନାୟକ, ଖୋର୍ଦ୍ଧା ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ଜଗଦେବ, ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ, ଏକାମ୍ର ଭୁବନେଶ୍ୱରର ମହିଳା ବିଜେପି ମୋର୍ଚ୍ଚା ସଭାନେତ୍ରୀ ସୁବାଷିନୀ ପୃଷ୍ଟି ପ୍ରମୁଖ ଯୋଗ ଦେଇ ମହିଳାମାନେ କିଭଳି ଦେଶର ଶକ୍ତି ଏବଂ ପ୍ରଗତିର ଉତ୍ସ ବୋଲି ତାଙ୍କ ବକ୍ତବ୍ୟ ରଖିଥିଲେ। ମହିଳା ଚନ୍ଦନ ମହୋତ୍ସ କମିଟିର ଆବାହକ ଶ୍ରୀମତୀ ରଶ୍ମି ମହାପାତ୍ରଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। କମିଟିର ସଦସ୍ୟା ସୁମିତ୍ରା ମହାପାତ୍ର, ରୀନା ସାହୁ, ଶାନ୍ତିଲତା ମହାପାତ୍ର, ମଂଜରୀ ଗଡନାୟକ, ରାଜଶ୍ରୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ସମ୍ପାଦିକା ସିପ୍ରା ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *