July 1, 2025
Home » ୧୯ ତମ ମହୋଦଧି ଆରତୀ
WhatsApp Image 2025-01-05 at 1.53.32 PM

ଜୟଦେବ ଭବନ ପରିସର ସ୍ଥିତ ଗୀତ ଗୋବିନ୍ଦ ସଦନ ଠାରେ ପୁରୀ ଗୋବର୍ଦ୍ଧନ ପୀଠର କର୍ମ କର୍ତ୍ତା ତଥା ମହୋଦଧି ଆରତୀ କମିଟିର ସଦସ୍ଯ ମାନଂକ ଦ୍ବାରା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଶଙ୍କରାଚାର୍ଯ୍ୟ ପୂର୍ବାମ୍ନାୟ ଶ୍ରୀଗୋବର୍ଦ୍ଧନ ମଠ, ପୁରୀ ପୀଠାଧିଶ୍ଵର ମାନ୍ୟ ତୀର୍ଥ ଉଦ୍‌ଘୋଷିତ ମଧ୍ୟରୁ ସାଗର ନାମୀ ସନ୍ନ୍ୟାସୀମାନଙ୍କୁ ସାଗର ଓ ତାହାର ଉପକୂଳବର୍ତୀ କ୍ଷେତ୍ରକୁ ସୁରକ୍ଷିତ ତଥା ସୁସଂସ୍କୃତ ରଖୁବା ଦାୟିତ୍ଵ ପ୍ରାପ୍ତ ହୋଇଛି । ସିନ୍ଧୁ, ଶ୍ରୀମନ୍ନାରାୟଣ ଭଗବାନଙ୍କ ନିବାସ ସ୍ଥାନ । ଜଳ, ଜୀବର ଜୀବନ । ତେଣୁ ବିଗତ ୧୮ ବର୍ଷ ଧରି ପୂର୍ବାମୟ ଶ୍ରୀଗୋବଦ୍ଧନମଠ-ପୁରୀପୀଠ ତରଫରୁ ନିତ୍ଯ ସନ୍ଧ୍ୟା ସମୟରେ ପୁରୀ ସ୍ବର୍ଗଦ୍ବାର ସମ୍ମୁଖରେ ପବିତ୍ର ମହୋଦଧି ଆରତି କାର୍ଯ୍ୟକ୍ରମ ଅତ୍ୟନ୍ତ ଆସ୍ଥା ଓ ବିଶ୍ୱାସ ପୂର୍ବକ ବିଧିବିଧାନ ର ସହ ହୋଇ ଆସୁଅଛି । କାର୍ଯ୍ୟକ୍ରମର ବାର୍ଷିକ ମହୋତ୍ସବ ମଧ୍ୟ ରାଜ୍ଯ ସରକାର ଓ ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ସମ୍ପନ୍ନ ହୋଇ ଆସୁଅଛି | ପବିତ୍ର ପୌଷ ଶୁକ୍ଳ ଦଶମୀ ତା ୯ ଜାନୁଆରୀ ୨୦୨୫ ରିଖ ଗୁରୁବାର ଅପରାହ୍ଣ ୪.୩୦ ମିନିଟ୍‌ଠାରୁ ରାଷ୍ଟ୍ରୋତ୍କର୍ଷ ଓ ବିଶ୍ଵକଲ୍ୟାଣକାରୀ ଭାବନାରେ ପବିତ୍ର ମହୋଦଧି ଆରତୀର ବାର୍ଷିକ ଉତ୍ସବ ନିଶ୍ଚିତ କରାଯାଇଅଛି । ପୂଜ୍ୟପାଦ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଜୀ ମହାରାଜ, ପୁରୀ ନରେଶ ଗଜପତି ମହାରାଜା ଶ୍ରୀ ବିବ୍ୟସିଂହ ଦେବ, ପୂଜ୍ୟ ସନ୍ଥ, ମହନ୍ତ ଏବଂ ମଠାଧୀଶଙ୍କ ଦିବ୍ୟ ସାନ୍ନିଧ୍ୟରେ ଏହି ପବିତ୍ର ମହୋତ୍ସବ ସମ୍ପନ୍ନ ହେବ ଏବଂ ଦେଶର ବିଭିନ୍ନ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ମହାମହିମ ରାଜ୍ୟପାଳ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ ତଥା ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ, ବିଭିନ୍ନ ସଚିବ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ନିମନ୍ତ୍ରଣ କରାଯାଇଅଛି ।

ଏହି ଭବ୍ୟ ଓ ଦିବ୍ୟ ମହୋତ୍ସବରେ ୨୩ଟି ଦେଶର ୩୦୦ ବିଦେଶୀ ଭକ୍ତଙ୍କ ସମେତ ୧୦ ହଜାର ଭକ୍ତଙ୍କର ସମାବେଶ ହେବା ସୂଚନା ମହୋଦଧି ଆରତୀ ସଞ୍ଚାଳନ ସମିତିର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଅଧ୍ୟକ୍ଷ ଇଂ ପ୍ରଶାନ୍ତ ଆଚାର୍ଯ୍ଯ, ଆଦିତ୍ଯ ବାହିନୀର ପ୍ରଦେଶ ଅଧ୍ୟକ୍ଷ ଶ୍ରୀ ମାତୃପ୍ରସାଦ ମିଶ୍ର ପୀଠପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ରଥସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *