March 30, 2026
Home » ୨୦୧୩ ମାଟ୍ରିକ ବ୍ୟାଚ୍ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

୨୦୧୩ ମାଟ୍ରିକ ବ୍ୟାଚ୍ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

0
WhatsApp Image 2026-03-30 at 11.51.08 AM

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କେଳାକଟା ଠାରେ ବିଦ୍ୟାଳୟର ୨୦୧୩ ମାଟ୍ରିକ ବ୍ୟାଚ୍ ପକ୍ଷରୁ ବିଦ୍ୟାଳୟ ପରିସରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପୁରୁଣା ସାଙ୍ଗମାନେ ଦୀର୍ଘ ସମୟ ପରେ ଏକତ୍ରିତ ହୋଇ ପୁରୁଣା ସ୍ମୃତିକୁ ମନେ ପକାଇଥିଲେ ଏବଂ ଆନନ୍ଦ ଉଲ୍ଲାସରେ ସମୟ କାଟିଥିଲେ। ଏହି କାର୍ଯ୍ୟକ୍ରମରେ ବିବେକାନନ୍ଦ ସାହୁ,ଦେବାଶିଷ ଗାଇଗୌରିଆ,ସୁମନ୍ତ ଦନ୍ତା ନେତୃତ୍ୱ ନେଇଥିବା ବେଳେ ବାକି ସାଂଗମାନେ ତାଙ୍କୁ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ୫୦ ରୁ ଉର୍ଦ୍ଧ୍ବ ଜଣ ସାଙ୍ଗ ସାଥି ଉପସ୍ଥିତ ଥିଲେ। ଯେଉଁ ଝିଅ ସାଙ୍ଗମାନେ ବିବାହ କରି ଶାଶୁଘରକୁ ଯାଇଛନ୍ତି ତାଙ୍କୁ ଏବଂ ତାଙ୍କ ସପରିବାରକୁ ମଧ୍ୟ ସାଦରତା ସହ ପାଛୋଟି ଆଣିଥିଲେ ଆୟୋଜକ ଭାଇ ଭଉଣୀ ମାନେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକମାନେ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ ଓ ପରାମର୍ଶ ଦେଇଥିଲେ କି ଏ ବନ୍ଧୁତା କେବଳ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସିମୀତ ନ ରହି ସମସ୍ତଙ୍କ ସୁଖ ଦୁଃଖର ବନ୍ଧୁ ହୋଇ ଏକାଠି ହୋଇ ରହିବା ପାଇଁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଏକ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ତୋଫାନ୍ ଦେହୁରୀ ମଞ୍ଚ ପରିଚାଳନା କରିବା ସହିତ ନିଜର ସ୍ୱରଚିତ କବିତା ଗୁରୁଙ୍କୁ ଭୂମିଷ୍ଠ ପ୍ରଣାମ ଓ ମୋ ପରିଚୟ କିଛି ନୁହଁ ପାଠ କରିଥିବା ବେଳେ ଦେବାଶିଷ ଗାଇଗୌରିଆ ମଞ୍ଚାସୀନ ଅତିଥି ଓ ସହପାଠୀମାନଙ୍କୁ ସ୍ୱାଗତ କରିଥିଲେ। ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟ ସରିବା ପରେ ଜଣ ଜଣ କରି ସାଙ୍ଗମାନେ ଆସି ନିଜ ପିଲାଦିନର ଅନୁଭୂତି ବିଷୟରେ କିଛି କିଛି ବକ୍ତବ୍ୟ ରଖିଥିଲେ । ସମସ୍ତ ଉପସ୍ଥିତ ସାଙ୍ଗମାନେ ଏପରି କାର୍ଯ୍ୟକ୍ରମ ଭବିଷ୍ୟତରେ ମଧ୍ୟ ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମଟି ଆନନ୍ଦ ଓ ଉତ୍ସାହର ମାହୋଲ୍ ମଧ୍ୟରେ ସଫଳତାର ସହ ଶେଷ ହୋଇଥିଲା। ଶେଷରେ ଆୟୋଜକମାନେ ସମସ୍ତ ଅତିଥି ଓ ସହପାଠୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *