July 6, 2025
Home » ୨୦୨୫ ମସିହାର ଦ୍ବୀତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ : ଫଇସଲା: ୭୧୪୨ ମାମଲା

୨୦୨୫ ମସିହାର ଦ୍ବୀତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ : ଫଇସଲା: ୭୧୪୨ ମାମଲା

0
WhatsApp Image 2025-05-10 at 8.06.28 PM

ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଧେଶ କ୍ରମେ କୋରାପୁଟ ଜିଲ୍ଲା ଦୌରା ଜଜ ତଥା ଜିଲ୍ଲା ଆଈନ ସେବା ପ୍ରାଧିକରଣର ଅଧକ୍ଷ ଶ୍ରୀ ପ୍ରଦୀପ କୁମାର ମହନ୍ତଙ୍କ ତତ୍ଵାବଧାନରେ ୧୦/୦୫/୨୫ ତାରିଖ ଶନିବାର ଦିନ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇ ଅଛି । ଉକ୍ତ ଅଦାଲତରେ ଜିଲ୍ଲା ଜଜ କୋରାପୁଟ ଶ୍ରୀ ପ୍ରଦୀପ କୁମାର ମହନ୍ତ, ପରିବାର ବିଚାରପତି ଶ୍ରୀ ନିସିଥ ନିଶାଙ୍କ, ଅତିରିକ୍ତ ଜିଲ୍ଲା ଶ୍ରୀମତୀ, ସଂଘମିତ୍ରା ଦାସ ବରିଷ୍ଠ ଦେବାନି ବିଚାରପତି ଶ୍ରୀ ସ୍ଵୟଂ ପ୍ରକାଶ ଦାସ, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ଅଳକନନ୍ଦା ମହାନ୍ତି, ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ଶ୍ରୀ ସୁମନ ଜେନା, ରେଜିଷ୍ଟ୍ରାର ଶ୍ରୀ ବିଷ୍ଣ ପ୍ରସାଦ ଦେବତା, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକରି ଶ୍ରୀ ସନ୍ତୋଷ କୁମାର ବାରିକ, ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରି ଶ୍ରୀ ଅନିମେଷ ଜେନା, ଦ୍ବିତୀୟ ଶ୍ରେଣୀ ବିଚାରବିଭାଗ ଦଣ୍ଡାଧିକାରୀ ସୁଶ୍ରୀ ଦୀକ୍ଷ୍କ୍ୟ ରାଉତରାଏ, ପ୍ରଜ୍ଞାସୁମନ ମହାପାତ୍ର ପ୍ରମୁଖ ଜୟପୁର ମୁଖ୍ୟାଳୟରେ ବିଭିନ୍ନ ବେଞ୍ଚରେ ଉପସ୍ଥିତ ରହି ପୃଥକ ପୃଥକ ଭାବେ କୋର୍ଟ କରି ମୋକଦ୍ଦମା ଫୈଇସଲା କରିଥିଲେ । ସେହିପରି କୋରାପୁଟ,କୋଟପାଡ, ଲକ୍ଷ୍ମୀପୁର,ସେମିଲିଗୁଡା,ବୋରିଗୁମ୍ମା, ଦଶ ମନ୍ତପୁର ଓ ଲମତାପୁଟରେ ରହିଥିବା କୋର୍ଟ ପରିସରରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଇଥିଲା। ତତ ସଙ୍ଗେ ସଙ୍ଗେ କୋରାପୁଟ ଓ ଜୟପୁର ଉପ ଜିଲ୍ଲା ପାଳ ଓ ଜିଲ୍ଲାର ସମସ୍ତ ତହସିଲଦାର, ଆଞ୍ଚଳିକ ପରିବହନ କାର୍ଯ୍ୟଳୟମାନଙ୍କ ଦ୍ଵାରା ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ରାଜସ୍ୱ ବିବାଦର ଫଇସଲା କରାଯାଇଥିଲା।

ଏହି ରାଷ୍ଟ୍ରୀୟ ଲୋକଅଦାଲତରେ ୩୪ ଗୋଟି ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାର ଫୈଇସଲା କରି ବୀମା କମ୍ପାନୀ ମାନଙ୍କୁ କ୍ଷତି ପୂରଣ ବାବଦରେ ଆଦେଶ ଦେଇ ବାଦି ମାନଙ୍କୁ ୨,୦୫,୨୦,୦୦୦/- ଟଙ୍କା କ୍ଷତି ପୂରଣ ଦେବା ପାଇଁ ଧାର୍ଯ୍ୟ କରଯାଇଥିଲା, ସେହିପରି ୧୨ ଗୋଟି ସାଲିସ ଯୋଗ୍ୟ ଫୌଜଦାରୀ ମାମଲା, ୦୬ ଗୋଟି ବ୍ୟଙ୍କ ରୁଣ ମାମଲା, ୧୩ ଗୋଟି ବୈବାହିକ ମାମଲା ୨୫ ଗୋଟି ଦେବାନୀ ମାମଲାର ଫଇସଲା କରାଯାଇଥିଲା, ଏହା ସହିତ ୨୯ ଗୋଟି ଏନ ଆଇ ଏକ୍ଟ ମାମଲା ର ଫଇସଲା କରାଯାଇ ୭୯,୮୯,୧୮୭/- ଟଙ୍କା ଧାର୍ଯ୍ୟ ହେଇଥିଲା, ସେହିପରି ୩୫୯ ଗୋଟି ଅନ୍ୟାନ୍ୟ ଫଉଜଦାରି ମାମଲାର ଫଇସଲା କରାଯାଇ ଥିଲା, ତତ ସଙ୍ଗେ ସଙ୍ଗେ କୋରାପୁଟ ଓ ଜୟପୁର ଉପ-ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ତହସିଲଦାର ମାନଙ୍କ ଦ୍ଵାରା ମୋଟୋ ୬୭୦୫ ରାଜସ୍ୱ ବିବାଦର ଫଇସଲା କରାଯାଇ ୬,୬୬୩/- ଟଙ୍କା ଅଦାୟ କରଯାଇଥିଲା। ୦୫ ଟି ଉପଭୋକ୍ତା ବିବାଦ ମଧ୍ୟରୁ ୦୧ ଫଇସଲା କରାଯାଇ ୧୫୩୦୦ ଟଙ୍କା ଧାର୍ଯ୍ୟ ହେଇଥିଲା। ବିଚାରଦିନ ମାମଲାର ସର୍ବମୋଟ ୭,୫୯୨ଟି ମାମଲାରୁ ୭,୧୪୨ଟି ଫଇସଲା କରାଯାଇ ୩,୨୬,୯୧,୬୬୭.୮୭/- ଟଙ୍କା ଧାର୍ଯ୍ୟ ହେଇଥିଲା । ଏତତ ବ୍ୟତୀତ ପ୍ରାକ ମୋକଦମା ସ୍ତରରେ ବିଭିନ୍ନ ବ୍ୟଙ୍କ ଦ୍ଵାରା ବ୍ୟଙ୍କ ରୁଣ ମାମଲା, ଆ.ର୍.ଟିଓ, ଟାଟା ପାୱାର, ବି.ଏସ.ଏନ.ଏଲ, ପାରିବାରିକ ମାମଲା, ଜମିଜମା ମାମଲା ଇତ୍ୟାଦି ୩୮୨୫ ରୁ ୫୭୬ ଟି ଫଇସଲା କରାଯାଇ ୧,୫୧,୪୭,୮୨୧/- ଧାର୍ଯ୍ୟ ହେଇଥିଲା, ୦୧ ଗୋଟି ଶ୍ରମ ବିବାଦ ମାମଲାର ଫଇସଲା କରାଯାଇ ୧,୧୦,୦୦୦ ଧାର୍ଯ୍ୟ ହେଇଥିଲା। ଏଥିରେ କୋରାପୁଟ ଜିଲ୍ଲା ବାର ଆସସେସନର ଆଇନଜୀବିମାନେ ଏଥିରେ ସମ୍ଫୁର୍ଣ୍ଣ ଭାବରେ ସହଯୋଗ କରିଥିଲେ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *