April 25, 2025
Home » ୨୦୨୫ ର ଭୋଟର ତାଲିକା ପ୍ରକାଶିତ, ୩୫୯୭୪ ନୂଆ ଭୋଟର

୨୦୨୫ ର ଭୋଟର ତାଲିକା ପ୍ରକାଶିତ, ୩୫୯୭୪ ନୂଆ ଭୋଟର

0

ପୁରୀ ୬/୧ ପୁରୀ ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ପୂର୍ବାପେକ୍ଷା ବଢିଛନ୍ତି ୩୫୯୭୪ ଭୋଟର । ଏଥିରେ ୧୮ ରୁ ୧୯ ବର୍ଷ ବୟସର ଭୋଟରଙ୍କ ସଂଖ୍ୟା ୨୦୬୪୨ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ । ଆଜି ପୂର୍ବାହ୍ନ ରେ ସର୍କିଟ ହାଉସ ଠାରେ ୨୦୨୫ ର ଭୋଟର ତାଲିକା ପ୍ରକାଶିତ ହୋଇଛି । ଏହାକୁ ପ୍ରକଶନ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଏକ ସୁଦୃଢ ଗଣତନ୍ତ୍ର ପାଇଁ ମତଦାନ ଯେତିକି ଜରୁରୀ ସୁସ୍ଥ ଓ ସଠିକ ଭୋଟର ତାଲିକା ମଧ୍ୟ ସେତିକି ଜରୁରୀ ବୋଲି କହିଥିଲେ । ସମସ୍ତ ନୂତନ ଭୋଟର ମାନଙ୍କୁ ସେ ଶୁଭେଚ୍ଛା ଜଣାଇବା ସହ ନିଶ୍ଚିତ ମତଦାନ କରିବାକୁ ଅନୁରୋଧ କରିଥିଲେ । ପୂର୍ବରୁ ଜିଲ୍ଲାର ଭୋଟର ସଂଖ୍ୟା ୧୩୯୦୨୮୨ ଥିବା ବେଳେ ନୂତନ ଭୋଟର ତାଲିକାରେ ୧୪୨୬୨୫୬ ଭୋଟର ରହିଛନ୍ତି । ଏଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୭୩୦୨୮୫ ମହିଳା ଭୋଟରଙ୍କ ସଂଖ୍ୟା ୬୯୫୮୮୩ ଓ ଅନ୍ୟାନ୍ୟ ୮୮ ଜଣ ରହିଛନ୍ତି । କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୨୮୦ ଟି ବୁଥରେ ୨୪୬୪୯୬, ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ୨୮୦ ବୁଥରେ ୨୪୮୯୬୬, ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୫୦ ବୁଥରେ ୨୪୪୭୯୧, ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ୨୭୧ ବୁଥରେ ୨୩୦୨୭୫, ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ର ୨୫୪ ବୁଥରେ ୨୧୬୩୯୮ ଓ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀର ୨୭୪ ଟି ବୁଥରେ ୨୩୯୩୩୦ ଜଣ ଭୋଟର ରହିଛନ୍ତି ବୋଲି ସେ ସୂଚନା ଦେଇଥିଲେ । ୯୮୬୦ ମୃତ, ସ୍ଥାନାନ୍ତର ଇତ୍ୟାଦି ଭୋଟରଙ୍କୁ ବାଦ ଦିଆଯାଇଛି । ଭୋଟର ତାଲିକାରେ ୨୦ ରୁ ୨୯ ବର୍ଷ ବୟସ୍କ ଙ୍କ ସଂଖ୍ୟା ୨୫୭୪୨୫, ୩୦ ରୁ ୩୯ ବର୍ଷର ୨୯୭୬୮୮, ୪୦ ରୁ ୪୯ ବର୍ଷର ୩୧୭୫୧୨, ୫୦ ରୁ ୫୯ ବର୍ଷର ୨୩୪୧୩୪, ୬୦ ରୁ ୬୯ ବର୍ଷର ୧୬୬୦୨୨, ୭୦ ରୁ ୭୯ ବର୍ଷର ୮୯୦୪୨, ୮୦ ରୁ ୮୯ ବର୍ଷର ୩୫୨୯୯, ୯୦ ରୁ ୯୯ ବର୍ଷର ୭୮୪୯ ଓ ୧୦୦ ବର୍ଷରୁ ଉର୍ଦ୍ଧ୍ବ ୬୪୩ ଭୋଟର ରହିଛନ୍ତି ବୋଲି ଡେପୁଟି କଲେକ୍ଟର ନିର୍ବାଚନ ମନୀଷା ଷଡ଼ଙ୍ଗୀ ସୂଚନା ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଅତିରିକ୍ତ ଉପ-ଜିଲ୍ଲାପାଳ ନୀଳମାଧବ ମାଝୀ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଅନ୍ୟାନ୍ୟ ଅଧିକାରୀ ଓ ନିର୍ବାଚନ ବିଭାଗ କର୍ମଚାରୀମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *