July 2, 2025
Home » ୨୨ତମ ଜାତୀୟ ନାଟକ ମହୋତ୍ସବ କାନଫେଷ୍ଟ ୨୦୨୫ ଉଦ୍ଘାଟିତ

୨୨ତମ ଜାତୀୟ ନାଟକ ମହୋତ୍ସବ କାନଫେଷ୍ଟ ୨୦୨୫ ଉଦ୍ଘାଟିତ

0
WhatsApp Image 2025-03-19 at 9.38.53 PM

ବନ୍ଦର ନଗରୀ ପାରାଦୀପର ଜୟଦେବ ସଦନ ଠାରେ କାନମାସ ଦ୍ଵାରା ଆୟୋଜିତ ୨୨ତମ ଜାତୀୟ ନାଟକ ମହୋତ୍ସବ ୧୯ ତାରିଖ ସଂଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । ବନ୍ଦରର ସିଏମଇ ସୁଶିଲ ନାହାକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ କାନମାସର ସଭାପତି କ୍ୟାପଟେନ ଅତୁଲ୍ୟ ମହାପାତ୍ରଙ୍କ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଉଦ୍ଘାଟନି କାର୍ଯ୍ୟକ୍ରମରେ ନାଟକ ମହୋତ୍ସବକୁ ମୁଖ୍ୟ ଅତିଥି ଭାବରେ ବନ୍ଦର ଅଧ୍ୟକ୍ଷ ପି ଏଲ ହରନାଧ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରି କହିଥିଲେ ଯେ କାନମାସ ପ୍ରତି ବର୍ଷ ଏହାକୁ ଆୟୋଜନ କରି ବନ୍ଦର ସହରର ଅନ୍ତେବାସୀ ମାନଙ୍କୁ କେବଳ ମନୋରଞ୍ଜନର ଖୋରାକ ଯୋଗାଇ ଦେଇନାହିଁ ତା ସଙ୍ଗେ ସଙ୍ଗେ ପାରାଦୀପକୁ ଦେଶର ନାଟକ ତଥା ସଂସ୍କୃତି ମାନଚିତ୍ରରେ ଏକ ଅନନ୍ୟ ସ୍ଥାନ ଦେଇଛି ଯେଉଁଥିପାଇଁ କାନମାସ ପ୍ରଶଂସାର ପାତ୍ର । ଅନ୍ୟତମ ଅତିଥି ବନ୍ଦର ଉପାଧ୍ୟକ୍ଷ ନିଲାଭ୍ର ଦାସଗୁପ୍ତା କାନମାସର ପ୍ରଚେଷ୍ଟାର ଭୁଇଅସି ପ୍ରଶଂସା କରିବା ସଙ୍ଗେ ସଙ୍ଗେ ମହୋତ୍ସବର ସଫଳତା କାମନା କରିଥିଲେ ।

ଏହି ଅବସରରେ ପାରାଦୀପ ରିଫାଇନାରିର ସିଜିଏମ ସମ୍ଭୁ ଚକ୍ରବର୍ତି, ପାରାଦୀପର ଏଡିଏମ୍ ନିରଞ୍ଜନ ବେହେରା, ଓଡ଼ିଶାର ପ୍ରସିଦ୍ଧ ନାଟ୍ୟକାର ଶଙ୍କର ପ୍ରସାଦ ତ୍ରିପାଠୀ, ବନ୍ଦର ଟ୍ରାଫିକ ପରାମର୍ସଦାତା ଆଶିଷ ବୋଷ, କାନମାସର ଉପଦେଷ୍ଟା କ୍ୟାପଟେନ ଅଲେଖ ସାହୁ ମଞ୍ଚାସିନ ଥିଲେ । ଏହି ଅବସରରେ ଶଙ୍କର ତ୍ରିପାଠୀଙ୍କୁ ଜୀବନ ବ୍ୟାପି ସାଧନା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ମୁଖ୍ୟ ଅତିଥି ନାଟକ ମହୋତ୍ସବ ଅବସରରେ କାନଫେଷ୍ଟ ୨୦୨୫ ସ୍ମରଣିକା ଉନ୍ମୋଚନ କରିଥିଲେ ଏବଂ ତା ସଙ୍ଗେ ସଙ୍ଗେ ଦୀପକ ରଞ୍ଜନ ପତିଙ୍କୁ ମନୋଜ ସ୍ମୃତି ସମ୍ମାନ ପ୍ରଦାନ କରିଥିଲେ । ଉଦ୍ଘାଟନୀ ସଂଧ୍ୟାରେ ମୁମ୍ବାଇର ସମ୍ପୋର୍ଣ୍ଣମର କଳାକାର ମାନେ କୁଲ୍ଭିନ୍ଦର୍ ବକ୍ସି ସିଂହଙ୍କ ନିର୍ଦ୍ଦେଶନାରେ ହିନ୍ଦୀ ନାଟକ କର୍ଣ୍ଣ ମଞ୍ଚସ୍ଥ କରିଥିଲେ । ଏହା ଏକ ପରୀକ୍ଷାମୂଳକ ନାଟକ । ନାଟକରେ କେବଳ ତିନି ଜଣ ମହିଳା କଳାକାର ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ଏବଂ ଆମ ଦେଶର ଲୁପ୍ତପ୍ରାୟ ପ୍ରାଚୀନ କଳା ଯେପରିକି ମୟୁରଭଞ୍ଜ ଛଉ, ମଣିପୁର ମାର୍ଶାଲ ଆର୍ଟ ଥଙ୍ଗ ତା, କଳରିପାୟୁଡୁ ଆଦି ଏଥିରେ ବ୍ୟବହାର କରାଯାଇଛି । ଆଜିର ସମୟରେ ଯିଏ ନିଜ ପ୍ରତିଭାର ଆଧାରରେ ଆଗକୁ ବଢ଼ନ୍ତି ସେମାନଙ୍କ ମଧ୍ୟରେ କର୍ଣ୍ଣର ଏକ ଅଂଶ ରହିଛି କିନ୍ତୁ ଆଜି ମଧ୍ୟ ଏପରି ବ୍ୟକ୍ତିଙ୍କୁ ଉତ୍ସାହିତ କରିବା ପରିବର୍ତ୍ତେ ସମାଜ ତାଙ୍କ ବିଶ୍ୱାସକୁ ଭାଙ୍ଗିବାକୁ ଆଗ୍ରହୀ । ତେଣୁ ସେ ତାଙ୍କ ଜାତି ଏବଂ ଚରିତ୍ର ମଧ୍ୟରେ ଦୋଷ ଖୋଜିବା ଆରମ୍ଭ କରନ୍ତି । ଏହା କର୍ଣ୍ଣଙ୍କ ଅନନ୍ତ କାହାଣୀ ଏବଂ ଯନ୍ତ୍ରଣା । ମୂଳତଃ କର୍ଣ୍ଣ କେବଳ ଏକ ଚରିତ୍ର ଭାବରେ ନୁହେଁ ବରଂ ଏକ ପ୍ରିଶ୍ମ ଭାବରେ ଉଭା ହୋଇଛନ୍ତିj ଯାହା ମାଧ୍ୟମରେ ମାନବ ଅବସ୍ଥାର ଜଟୀଳତାକୁ ଆତ୍ମନିରିକ୍ଷଣ ପାଇଁ ପ୍ରତିଫଳିତ କରାଯାଇଛି । ପରିଶେଷରେ କାନମାସର ଉପଦେଷ୍ଟା କ୍ୟାପଟେନ ଅଲେଖ ସାହୁ ଧନ୍ୟବାଦ୍ ଦେଇଥିଲେ ।

Leave a Reply

Your email address will not be published. Required fields are marked *