July 27, 2025
Home » ୨୩ ତମ ରାମାୟଣ ପାରାୟଣ ଉଦଯାପିତ

୨୩ ତମ ରାମାୟଣ ପାରାୟଣ ଉଦଯାପିତ

0
WhatsApp Image 2025-05-07 at 8.14.43 AM

କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସରାସ (ବେଲଦା) ଗ୍ରାମର ଶ୍ରୀରାମ ମଣ୍ଡପରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଭାଗବତ ପ୍ରଚାର ପ୍ରସାର ସମିତିର ଉପଦେଷ୍ଟା ଆକୁଳି ଚରଣ ଚକ୍ରଙ୍କ ପ୍ରଚେଷ୍ଟାରେ ହୋଇ ଆସୁଥିବା ୨୩ତମ ଶ୍ରୀରାମ ନବମୀ ଦିନଠାରୁ ସୀତା ନବମୀ ଦିନ ପର୍ଯ୍ୟନ୍ତ ରାମାୟଣ ପାରାୟଣ ଉଦଯାପିତ ହୋଇଯାଇଛି। ଉକ୍ତ ଉତ୍ସବରେ କର୍ତ୍ତା ଶ୍ରୀ ବିଷ୍ଣୁ ମୋହନ ଦାସ ଓ ସହଧର୍ମିଣୀ ଯଶୋଦା ଦାସ ସଂକଳ୍ପରେ ବସିଥିଲେ।


ପୂଜକ ପିତାମ୍ବର ପାଣିଗ୍ରାହୀ ପୂଜାର୍ଚ୍ଚନା କରିଥିଲେ। ଗ୍ରାମର ଯୁଧିଷ୍ଠିର ମହାରଣା,ତପନ କୁମାର ପଣ୍ଡା,ଗଦାଧର ପରିଡା,ସୁନିଲ ରାଉତ,କାନ୍ତ ନାଏକ ଓ ଛାତ୍ର ଚିକୁ ଦାସ ଦୀର୍ଘ ଏକ ମାସ ଧରି ରାମାୟଣ ପାଠ କରିଥିଲେ। ଏହାସହିତ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଶେଷ ତିନିଦିନ ବ୍ୟାପୀ ଗାୟିକା ସଂଜୀବନୀ ସୁଧା ଗିରିଙ୍କ ଦ୍ଵାରା ସନ୍ଧ୍ୟାରେ ପାଲା ପରିବେଷଣ କରାଯାଇଥିଲା।ଉଦଯାପନୀ ସନ୍ଧ୍ୟାରେ ସଦର ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତିର ସଭାପତି ପ୍ରସନ୍ନ କୁମାର ଦାସ ଓ ପାଲା ଗବେଷକ ଶ୍ରୀବତ୍ସ ନାହାକ ଅତିଥି ଭାବେ ଉପସ୍ଥିତ ରହି ପାଲା ଦେଖିଥିଲେ। ଉକ୍ତ ଗ୍ରାମ ଏକ ଆଧ୍ୟାତ୍ମିକ ପୁରାଣ ଚର୍ଚ୍ଚା କେନ୍ଦ୍ର ରୂପେ ପ୍ରତିଷ୍ଠା ଲାଭ କରିଛି ବୋଲି ଅତିଥି ଶ୍ରୀ ଦାସ କହିଥିଲେ।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *