July 27, 2025
Home » ୨୪ ତାରିଖରେ ରାଜ୍ୟସ୍ତରୀୟ କଳାକାର ଦିବସ

୨୪ ତାରିଖରେ ରାଜ୍ୟସ୍ତରୀୟ କଳାକାର ଦିବସ

0
WhatsApp Image 2025-07-21 at 6.51.35 PM (2)

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପ ଠାରେ ରାଜ୍ୟସ୍ତରୀୟ କଳାକାର ଦିବସ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ବିଗତ ୫ ବର୍ଷ ଧରି ପାଳିତ ହୋଇଆସୁଛି। ତେବେ ଏଥର ଓଡିଶାର ବିଭିନ୍ନ ଜିଲ୍ଲାର ବହୁ ବର୍ଗର କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଲୋକକଳା, ଯାତ୍ରା, ଥିଏଟର, ଚଳଚ୍ଚିତ୍ର, ଧାରାବାହିକ, ସମାଜସେବକ, ପ୍ରଯୋଜକ, ନିର୍ଦ୍ଦେଶକ, ସଙ୍ଗିତଜ୍ଞ, ଲେଖକ, କଣ୍ଠଶିଳ୍ପୀ, ବାଦ୍ୟଶିଳ୍ପୀ ଓ ଲୋକଗୀତ ଆଦି ଜଡିତ ୨୦ ଜଣ ଗୁରୁଙ୍କୁ ମଧ୍ୟ ଗନ୍ଧର୍ବ କଳା ସମ୍ମାନରେ ସମ୍ମାନୀତ କରାଯିବ ବୋଲି ସଂଗଠନର ଉପାଧ୍ୟକ୍ଷ ବିଶିଷ୍ଟ ହାସ୍ୟଭିନେତା ରୁଷି ପଟ୍ଟନାୟକ ପ୍ରକାଶ କରିଛନ୍ତି।

ଏଥିସହିତ ଓଡିଶାରେ କଳାଜଗତ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୧୦ଟି ସଂଗଠନକୁ ମଧ୍ୟ ଓଡିଆ କଳାକାରଙ୍କ ସ୍ୱର ଗୌରବ ସମ୍ମାନରେ ସମ୍ମାନୀତ କରାଯିବ। ଏଥିସହ ‘ସ୍ୱର ଓ ସ୍ୱାକ୍ଷର’ ସ୍ମରଣୀକା ଉନ୍ମୋଚନ ସହ ୧୨୦ କଳାକାର ପରିବାରକୁ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ରାଶି ପ୍ରଦାନ କରାଯିବ। ଏହି ଅବସରରେ କମିଶନରେଟ୍ ପୋଲିସ ଓ ରେଡକ୍ରସ୍‌ର ମିଳିତ ସହଯୋଗରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ସଂଗଠନ ପକ୍ଷରୁ ଜୁଲାଇ ୨୪ ତାରିଖକୁ କଳାକାର ଦିବସ ଭାବେ ପାଳନ କରି ଲୋକଙ୍କ ଅବଗତ ନିମନ୍ତେ ସୋସିଆଲ ମିଡିଆରେ ପ୍ରସାର କରିବାକୁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି। ଜୀବନ ବ୍ୟାପୀ ସାଧନା ପାଇଁ ପ୍ରଖ୍ୟାତ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ପ୍ରଣବ ପଟ୍ଟନାୟକଙ୍କୁ ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ ଆୱାର୍ଡ ପ୍ରଦାନ କରାଯିବା ସହିତ ସେଦିନ ପୂର୍ବାହ୍ନରୁ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ ମନୋରଞ୍ଜନ ସହ ସନ୍ଧ୍ୟାରେ ‘ଗୋଇଠା ବାବା’ ନାଟକ ମଞ୍ଚସ୍ଥ ହେବ । ଏହି କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଆୟୋଜିତ ବୈଠକରେ ଓକେଏସ୍ ର ସଭାପତି ଶ୍ରୀଧର ମାର୍ଥା, ସଂପାଦକ ମୃତ୍ୟୁଞ୍ଜୟ ପଣ୍ଡା, ଯୁଗ୍ମ ସଂପାଦକ ବରଦା ପ୍ରସନ୍ନ ପାତ୍ର, କୋଷାଧ୍ୟକ୍ଷ ମୃଣାୟ ନାୟକ, ବିଶାଲ ସାହୁ, ସାର୍ଥକ ପ୍ରଧାନ, ପ୍ରଶାନ୍ତ ଷଡଙ୍ଗୀ, ଲିକୁନ ଚୌଧୁରୀ, ମାନସ ମିଶ୍ର, ସୁରଜିତ୍ ପରିଡା, ସୁକାନ୍ତି ମହାପାତ୍ର, ଲକ୍ଷ୍ମୀପ୍ରିୟା ପଣ୍ଡା, ଅରବିନ୍ଦ ଜେନା ପ୍ରମୁଖ ଅନୁରୋଧ କରିଛନ୍ତି।

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *