July 2, 2025
Home » ୨୫ ହଜାର କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବୃଦ୍ଧଙ୍କ ମୃତ୍ୟୁ

୨୫ ହଜାର କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବୃଦ୍ଧଙ୍କ ମୃତ୍ୟୁ

0
WhatsApp Image 2025-01-23 at 2.35.17 PM (3)

୨୫ ହଜାର କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬୪ ବର୍ଷୀୟ ଜଣେ ମୃତ୍ୟୁବରଣ କରିଛନ୍ତି । ଏପରି ଏକ ଅଘଟଣ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେଶନରେ । ମୃତକ ଜଣକ ନୂଆପଡା ଜିଲ୍ଲାର ରାଜଖରିଆର ଥାନା ଅନ୍ତର୍ଗତ ବଡମୂଳା ଗ୍ରାମର ଭୂଲିଆସିକୁଆଁ ଅଞ୍ଚଳ ବାସିନ୍ଦା ବୋଲି ଜିଆରପି ପୋଲିସ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ଦିନ ନରସିଂହ ସକାଳେ ସିକନ୍ଦରାବାଦରୁ ରାୟଗଡ଼ାରେ ପହଞ୍ଚିବା ପରେ ରାୟଗଡ଼ା ଷ୍ଟେସନରେ ଗାଳିଗୁଲଜ କରି ବୁଲୁଥିବା ପରେ ପ୍ରାୟ ସକାଳ ୧୦.୩୦-୧୧ ଘଣ୍ଟିକ ସମୟରେ ୫ନମ୍ବର ପ୍ଲାଟଫର୍ମ ରେ ଥିବା ଏକ ମାଲବାହୀ ଟ୍ରେନ ଉପରକୁ ଚଡି ଯାଇ ହଠାତ୍ ହାତ ଉପରକୁ ଉଠାଇଦେବା ଫଳରେ ୨୫ ହଜାର କେଭି ବିଦ୍ୟୁତ ତାର ଧରିବା ଫଳରେ ପୋଡ଼ି ହୋଇ ତଳକୁ ଛିଟିକି ପଡ଼ି ଥିଲେ ।

ତାପରେ ଗୁରୁତର ଅବସ୍ଥାରେ ଜିଆରପି ପୋଲିସ ସହାୟତାରେ ଡାକ୍ତରଖାନା ନିଆଯାଇ ଚିକିତ୍ସାଧୀନ ସମୟରେ ସନ୍ଧ୍ୟାରେ ମୃତ୍ୟୁ ହୋଇଥିଲା । ମୃତ ବ୍ୟକ୍ତିଙ୍କ ଶରୀର ଡାକ୍ତର କହିବା ଅନୁଯାୟୀ ୬୫% ପଡିଯାଇଥିଲା। ମୃତ ନରସିଂହଙ୍କ ପୁଅ ରାମକାଣ୍ଡଙ୍କୁ ଆରପିଏଫ ପୋଲିସ ତାଙ୍କ ବାପାଙ୍କ ମୃତ ନେଇ ସୂଚନା ଦେଇଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।
ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *