୩ଦଫା ଦାବୀନେଇ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ଧାରଣା
ବାଲେଶ୍ୱର ସଦର ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ହିଞ୍ଜଳାରେ ଏକ ଅଭାବନୀୟ ପରିସ୍ଥିତି ପରିଲକ୍ଷିତ ହୋଇଛି l ସୂଚନା ଅନୁଯାୟୀ ବିଦ୍ୟାଳୟରେ ଶିକ୍ଷକ ମାନେ ୧୩ଦଫା ଦାବିନେଇ ଆନ୍ଦୋଳନକୁ ଓଲ୍ହାଇବା ସହିତ ଶିକ୍ଷାଦାନରୁ ନିବୃତ ରହିଥିବା ବେଳେ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଆଜି ବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ ଜଣାଇବା ସହିତ ସେମାନଙ୍କ ଦାବୀଗୁଡିକୁ ସରକାର ପୂରଣ କରିବା ଦିଗରେ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି l ଦାବୀ ଗୁଡିକ ଯଥା :-(୧) ୧୫% ରିଜରର୍ଭେସନ ଇନ ଜେଇ ମେନ ଏଣ୍ଡ ଏଡଭାନ୍ସ ଓ ନିଟ ,(୨) (ଏନ.ଏମ.ଏମ.ଏସ) ନ୍ୟାସନାଲ କମ ମିନ୍ସ ସ୍କଲାରସିପ ପୁନଃ ପ୍ରଚଳନ ,(୩) ସାରା ଓଡିଶା ଆଦର୍ଶ ବିଦ୍ୟାଳୟରେ ରାଜ୍ୟସ୍ତରୀୟ ଅନୁଷ୍ଠିତ ହେଉଥିବା କ୍ରୀଡା, ସାଂସ୍କୃତିକ, କଳାର ବିକାଶ ପାଇଁ ଉଦ୍ଧିଷ୍ଟ ସ୍ପାର୍କ କାର୍ଯ୍ୟକ୍ରମକୁ ପୁନଃ ପ୍ରଚଳିତ କରାଯିବା ଦାବୀ କରିଥିଲେ l ସରକାର ଯଦି ଏଥିପ୍ରତି ଦୃଷ୍ଟି ନ ଦିୟନ୍ତୀ ଆଗାମୀ ଦିନରେ ଏହି ପ୍ରତିବାଦ ତୀବ୍ରତର ହେବ ବୋଲି ଅଭିଭାବକ ଙ୍କ ପକ୍ଷରୁ କୁହାଯାଇଛି l ଅପରପକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ସରକାର ଦୃଷ୍ଟି ଦେବା ସହିତ ଉଚିତ ନିଷ୍ପତି ନେବାକୁ ଅନୁରୋଧ କରିଛନ୍ତି l
