October 16, 2024
Home » ୩୯ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ଚାରିଛକ ଦୂର୍ଗା ପୂଜା । ବଲାଙ୍ଗୀର ର ଷ୍ଟାର ମେଲୋଡ଼ି ତାଳରେ ଝୁମିବେ ଦର୍ଶକ….

୩୯ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ଚାରିଛକ ଦୂର୍ଗା ପୂଜା । ବଲାଙ୍ଗୀର ର ଷ୍ଟାର ମେଲୋଡ଼ି ତାଳରେ ଝୁମିବେ ଦର୍ଶକ….

0

 

ଧର୍ମଗଡ ସହର ର ଚାରିଛକ ଦୂର୍ଗାପୂଜା ଚଳିତ ବର୍ଷ ୩୯ ତମ ବର୍ଷ ରେ ପଦାର୍ପଣ କରିଛି। ଗତ କାଲି ବିଲ୍ଵ ବରଣ ଓ ବିଶାଳ କଳସ ଯାତ୍ରା ପରେ ଆଜି ମା ଙ୍କ ଯଥାରୀତି ପୂଜା ଆରମ୍ଭ ହୋଇ ମୁଖ ଦର୍ଶନ ହୋଇଛି।ଏହି ପୂଜା ରେ ମୂଖ୍ୟ ପୂଜକ ଭାବେ ପଣ୍ଡିତ ସରୋଜ କୁମାର ଦାସ, ସହଯୋଗୀ ପୂଜକ ବିଶ୍ବ ରଞ୍ଜନ ଆଚାର୍ଯ୍ୟ,ପଣ୍ଡିତ ବିରେନ୍ଦ୍ର ପଣ୍ଡା ଓ ସନାତନ ମୁଣ୍ଡ ମା ଙ୍କ ନିୟୋଜିତ ଥିବା ବେଳେ ବେଳେ କର୍ତ୍ତା ଭାବେ ଶ୍ରୀ ତ୍ରିଲୋଚନ ମୁଣ୍ଡ ଓ ପତ୍ନୀ ସୁଭସ୍ମିତା ମୁଣ୍ଡ ଦାୟିତ୍ଵ ନିର୍ବାହ କରୁଛନ୍ତି।

ପ୍ରତ୍ୟହ ଦୂର୍ଗା ଙ୍କ ର ବିଭିନ୍ନ ରୂପ ରେ ରୀତି ନୀତି ସହ ପୂଜାର୍ଚ୍ଚନା କରାଯିବା ସହ ଭକ୍ତ ମାନଙ୍କ ପାଇଁ ପ୍ରତ୍ୟହ ଅନ୍ନ ଭୋଗ ଓ ଶୁକ୍ଳ ଭୋଗର ବ୍ୟବସ୍ଥା କରାଯାଇଛି।ସମଗ୍ର ଅଞ୍ଚଳ କୁ ଉଜ୍ବଳ ଆଲୋକ ମାଳ ରେ ସୂସଜ୍ଜିତ କରାଯାଇଛି।ସ୍ଥାନୀୟ ମୂର୍ତ୍ତି କାରିଗର ସଦନ ବିହାରୀ ମା ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିଥିବା ବେଳେ ଅଜିତ କୁମାର ସେନା ଓ ବାପି ପ୍ରଧାନ ମଣ୍ଡପ ସାଜ ସଜ୍ଜା ଓ ପୂଜା ର ବରିଷ୍ଠ ସଦସ୍ୟ ରାମ ଟେଣ୍ଟ ହାଉସ ର ରାମଦାସ ମେହେର ତୋରଣ ପ୍ରସ୍ତୁତ ସହ ଆଲୋକ ସାଜ ସଜ୍ଜା କରିଛନ୍ତି ।

ପୂଜା କମିଟି ର ପ୍ରତିଷ୍ଠାତା ସଭାପତି ନିରଞ୍ଜନ ମହାପାତ୍ର,ସଂପାଦକ ସଂଜୟ ପଣ୍ଡା, ସହ ସମ୍ପାଦକ ରଞ୍ଜିତ ନାଏକ,ଧନିଷ୍ଟ ଲହଜଲ,ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ସୁଶାନ୍ତ ଲହଜଲ, ଅଶ୍ୱିନ ମୁଣ୍ଡ, ରାଜା ହାତୀ ଓ ଅନ୍ୟାନ୍ୟ ସଦସ୍ୟ ଙ୍କ ପ୍ରତ୍ୟକ୍ଷ ସହଯୋଗରେ ଧୁମ୍ ଧାମରେ ମା ଙ୍କ ପୂଜା କରାଯାଉ ଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ବିଭିନ୍ନ ଦିବସରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରଖା ଯାଇଛି। ଆସନ୍ତା ୧୨ ତାରିଖରେ ବଲାଙ୍ଗୀର ର ଷ୍ଟାର ମେଲୋଡ଼ି କାର୍ଯ୍ୟକ୍ରମ ରଖା ଯାଇଛି।। ଆସନ୍ତା ୧୩ ତାରିଖ ବିଜୟା ଦଶମୀ ଦିନ ପୂର୍ଣ୍ଣାହୁତି ଓ ୧୪ ତାରିଖ ଦିନ ମା ଙ୍କର ଭବ୍ୟ ଭସାଣି ହେବ ବୋଲି ଆୟୋଜକ କମିଟି ପକ୍ଷରୁ ପ୍ରକାଶ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *