December 23, 2025
Home » ୪୦ ତମ ବାର୍ଷିକୋତ୍ସବ ତଥା ବିଶ୍ୱ ବିଦିତ ପଠାଣି ସାମନ୍ତଙ୍କ ୧୯୧ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ

୪୦ ତମ ବାର୍ଷିକୋତ୍ସବ ତଥା ବିଶ୍ୱ ବିଦିତ ପଠାଣି ସାମନ୍ତଙ୍କ ୧୯୧ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ

0
1000844929 (2)

ନୟାଗଡ ପ୍ରତିବର୍ଷ ଭଳି ଏହି ବର୍ଷ ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୪୦ତମ ବାର୍ଷିକୋତ୍ସବ ତଥା ବିଶ୍ୱ ବିଦିତ ନଭାବିଜ୍ଞାନି ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ପଠାଣି ସାମନ୍ତଙ୍କ ୧୯୧ ତମ ଜନ୍ମ ଜୟନ୍ତୀ ଏବଂ ପଠାଣି ସାମନ୍ତ ଉପାୟ ପ୍ରଦାନ ଉତ୍ସବ ଶନିବାର ତ୧୩/୧୨/୨୦୨୫ ରିଖ ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକ( ଵନୁ ଭାଇ)ଙ୍କ ସଭାପତିତ୍ବରେ ନୟାଗଡ ପୁରୁଣା ସହରସ୍ଥିତ ଜଗନ୍ନାଥ ମନ୍ଦିର ପାର୍ଶ୍ଵ ବ୍ୟଙ୍ଗ କବି ଯଦୁମଣି ମଣ୍ଡପ ଠାରେ ପାଳିତ ହୋଇଯାଇଛି ।

ମୁଖ୍ୟ ଅତିଥି ଓଡ଼ିଶାର ବିଧାନ ସଭାର ବାଚସ୍ପତି ସୁରମା ପାଢ଼ୀ, ସମ୍ମାନୀତ ଅତିଥି ଭାବେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ଉପଜିଲ୍ଲାପାଳ କର୍ଣଦେବ ସମାଦାର, ବକ୍ତା ଭାବରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଡ.ଗଣେଶ୍ୱର ସ୍ବାଇଁ ଯୋଗ ଦେଇଥିଲେ । ଏହି ବର୍ଷ ଉତ୍ସବରେ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କ ଦ୍ଵାରା ବିଭିନ୍ନ ଉପାଧିରେ ସମ୍ବର୍ଦ୍ଧିତ ହୋଇଥିଲେ, ଯଥା ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ ସମ୍ମାନ’ରେ ବୌଦ୍ଧ ଏବଂ ସଂସ୍କୃତି ଯଶସ୍ବୀ ଗବେଷକ ପ୍ରବୀର କୁମାର ପଟ୍ଟନାୟକ, ‘ବିଜ୍ଞାନ ପ୍ରତିଭା ସମ୍ମାନ’ ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ, ପ୍ରଧାନ ଶିକ୍ଷକ , ‘ପଠାଣି ସାମନ୍ତ ସାହିତ୍ୟ ସମ୍ମାନ’ ସାରସ୍ଵତ ସାଧକ ଭାରତୀ ଭୂଷଣ ମିଶ୍ର, ‘ପଠାଣି ସାମନ୍ତ ସେବା ସମ୍ମାନ’ପ୍ରଫୁଳକୁମାର ନାୟକ ସମାଜସେବୀ,‘ପଠାଣି ସାମନ୍ତ ଶିକ୍ଷ୍ୟାଜ୍ୟୋତି ସମ୍ମାନ’ ଶ୍ରୀଧର ସାହୁ ପୂଜ୍ୟ ଗୁରୁଜୀ, ‘ପଠାଣି ସାମନ୍ତ ସଙ୍ଗୀତ ପ୍ରତିଭା ସମ୍ମାନ’ ଶିବ ନାରାୟଣ ପଟ୍ଟନାୟକ ସଙ୍ଗୀତ ସାଧକ, ‘ ପଠାଣି ସାମନ୍ତ କ୍ରୀଡ଼ା ସମ୍ମାନ’ ଜନାବ ହଜରତ ଅଲ୍ଲୀ ଖାଁ, ‘ପଠାଣି ସାମନ୍ତ ଜନସଂଗଠକ ସମ୍ମାନ’, ରାମେଶ୍ବର ଶତପଥୀ ସୁନାମଧନ୍ୟ ସଙ୍ଗଠକ,’ପଠାଣି ସାମନ୍ତ ସ୍ଵରସୁଧା ସମ୍ମାନ’ କଣ୍ଠଶିଳ୍ପୀ, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶ ଏବଂ କବି ଡ. ନିର୍ମଳ ଚନ୍ଦ୍ର ଶୂରଦେଓଙ୍କୁ ‘ଦାସିଆ ଅଜା ସାହିତ୍ୟ ସମ୍ମାନ’ ।

ଜୟନ୍ତୀ ସମାରୋହରେ ଚନ୍ଦ୍ରବିଜୟୀ ମିଶ୍ର ଅତିଥି ପରିଚୟ ପ୍ରଦାନ, ଉପ ସଭାପତି ରଣଜିତ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ସଭା ପ୍ରାରମ୍ଭରେ କୁଇଜ ମାଷ୍ଟର ଚନ୍ଦ୍ରବିଜୟୀ ମିଶ୍ରଙ୍କ ଦ୍ୱାରା କୁଇଜ ପ୍ରତିଯୋଗିତା ଏବଂ ଓଡ଼ିଶାର ବିଶିଷ୍ଟ ଓଡିଶୀ ନୃତ୍ୟଗୁରୁ ନିତ୍ୟାନନ୍ଦ ଦାସଙ୍କ ଦ୍ୱାରା ଏକପାଦି ଓଡ଼ିଶୀ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା।ଶେଷରେ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଏବଂ ଜୟଶ୍ରୀ ଦେବୀଙ୍କ ସଂଯୋଜନାରେ ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ଭଜନ ଗାୟକ ଶିବ ନାରାୟଣ ପଟ୍ଟନାୟକ ଏବଂ ତାଙ୍କ ସାଥୀଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଜୟନ୍ତୀ ସମାରୋହରେ ବହୁ ସଂଖ୍ୟାରେ ସଂସ୍କୃତି ପ୍ରେମୀ ଯୋଗ ଦେଇଥିଲେ ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *