୪୧ତମ ଅଖିଳ ଭାରତ ବୃହତ୍ ବନ୍ଦର କବାଡି ପ୍ରତିଯୋଗିତା ଉଦଯାପିତ
ପାରାଦୀପ: ପାରାଦୀପ ବନ୍ଦର ଓ ଅଖିଳ ଭାରତ ବୃହତ୍ ବନ୍ଦର ଖେଳ ପ୍ରାଧିକରଣର ମିଳିତ ଆନୁକୁଲ୍ୟରେ ପାରାଦୀପର ବିଜୁ କନ୍ଭେନସନ୍ ସେଣ୍ଟର୍ ଠାରେ ଆୟୋଜିତ ୪୧ ତମ ଅଖିଳ ଭାରତ ବୃହତ୍ ବନ୍ଦର କବାଡି ପ୍ରତିଯୋଗିତାର ସେମିଫାଇନାଲ ପର୍ଯ୍ୟାୟରେ ଜବାହର ଲାଲ ନେହେରୁ ବନ୍ଦର ପାରାଦୀପ ବନ୍ଦରକୁ ଓ ଚେନ୍ନାଇ ବନ୍ଦର ମୁମ୍ବାଇ ବନ୍ଦରକୁ ପରାସ୍ତ କରି ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା । ଫାଇନାଲ ମ୍ୟାଚରେ ଜବାହର ଲାଲ ନେହେରୁ ବନ୍ଦର ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରି ଚେନ୍ନାଇ ବନ୍ଦରକୁ ପରାସ୍ତ କରି ଚାମ୍ପିଅନ ହୋଇଛି । ପାରାଦୀପ ବନ୍ଦର ଓ ଚେନ୍ନାଇ ବନ୍ଦର ସଂଯୁକ୍ତ ତୃତୀୟ ସ୍ଥାନ ପାଇଛନ୍ତି ।

ଉଦଜାପାନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ବନ୍ଦର ଅଧ୍ୟକ୍ଷ ପି ଏଲ ହରନାଧ ବିଜୟୀ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିବା ସଙ୍ଗେ ସଙ୍ଗେ ଖେଳାଳି ମାନଙ୍କୁ ସମ୍ମାନିତ କରିଥିଲେ । ସମ୍ପୂର୍ଣ ପ୍ରତିଯୋଗିତାଟିକୁ ସଫଳତାର ସହିତ ଆୟୋଜନ କରିବା ପାଇଁ ସେ ଗୋପବନ୍ଧୁ କ୍ରୀଡ଼ା ସଂସଦର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ୍ ଦେବା ସଙ୍ଗେ ସଙ୍ଗେ ବିଭିନ୍ନ ବନ୍ଦରର ଅଧ୍ୟକ୍ଷ ମାନଙ୍କୁ ସେମାନଙ୍କର ଦଳକୁ ଭାଗ ନେବା ପାଇଁ ପାରାଦୀପ ପଠାଇ ଥିବାରୁ ସେମାନଙ୍କୁ ମଧ୍ୟ ଧନ୍ୟବାଦ୍ ଦେଇଥିଲେ । ବନ୍ଦର ଉପାଧ୍ୟକ୍ଷ ଟି ବେଣୁ ଗୋପାଳ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ସଂସଦର ସଭାପତି ହିମାଂଶୁ ରାଉତଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଡକ୍ଟର ଦୁର୍ଗା ପ୍ରସାଦ ସେଠୀ ସ୍ବାଗତ କରିଥିବା ବେଳେ ସମ୍ପାଦକ ଧୁନ ତରାଇ ଧନ୍ୟବାଦ୍ ଅର୍ପଣ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ବନ୍ଦର ବିଭାଗ ମୁଖ୍ୟ ଓ ଅଧିକାରୀ ତଥା କର୍ମଚାରୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
