୪ ଦିନିଆ ଜ୍ଞାନଦାୟକ ବିଶାଳ ଆଧ୍ୟାତ୍ମିକ ସାମାବେଶ ରାଜଯୋଗ ଶିବିର ଉଦଘାଟିତ
ଛତ୍ରପୁର:ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ବ୍ରହ୍ମପୁର ଶାଖା ଶାନ୍ତିକୁଣ୍ଡ କେନ୍ଦ୍ର ଆନୁକୁଲ୍ୟରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଷ୍ଟାଡିୟମରେ ବୁଧବାର ୪ ଦିନିଆ ଜ୍ଞାନଦାୟକ ବିଶାଳ ଆଧ୍ୟାତ୍ମିକ ସାମାବେଶ ରାଜଯୋଗ ଶିବିର ଉଦଘାଟିତ ହୋଇଛି । ୪ ଦିନିଆ ବ୍ରହ୍ମାକୁମାରୀ ସଂଗଠନର ଏହି ବିଶାଳ ରାଜଯୋଗ ଶିବିର କୁ ଆନ୍ତଃ-ରାଷ୍ଟ୍ରୀୟ ଅତିଥି ଖ୍ୟାତନାମା ଆଧ୍ୟାତ୍ମିକ ପ୍ରଶିକ୍ଷିକା ବ୍ରହ୍ମାକୁମାରୀ ଶିବାନୀ ଦିଦି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।

ଏହି ବିଶାଳ କାର୍ଯ୍ୟକ୍ରମ କୁ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ବ୍ରହ୍ମପୁର ଶାଖା ଶାନ୍ତିକୁଣ୍ଡ କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ମାଳା ସଂଯୋଜନା ଓ ପରିଚାଳନା କରିଥିଲେ । ଦୈନିକ ସକାଳ ଓ ସନ୍ଧ୍ୟାରେ ସୁମଧୁର ମନ୍ତ୍ରମୁଗ୍ଧ ଆଧ୍ୟାତ୍ମିକ ସଙ୍ଗୀତମୟ କାର୍ଯ୍ୟକ୍ରମ ଓ ପ୍ରବୋଚନ ବାଣୀ ମାଧ୍ୟମରେ ଆରମ୍ଭ ହୋଇଥିବା ଏହି ଆଧ୍ୟାତ୍ମିକ ସାମାବେଶ ଆସନ୍ତା ୨୨ ତାରିଖ ସନ୍ଧ୍ୟାରେ ଉଦଯାପିତ ହେବ ବୋଲି ଜଣାଯାଇଛି ।

ଆଧୁନିକ ଜଗତରେ ଭାବନାତ୍ମକ ବ୍ୟକ୍ତିତ୍ବ ନିମନ୍ତେ ରାଜଯୋଗ ଶିକ୍ଷା ନିତାନ୍ତ ଆବଶ୍ୟକ ଏବଂ ମାନବସମାଜରେ ଶୃଙ୍ଖଳିତ ଆଚରଣ, ସଂଯମତା,ପରସ୍ପର ମଧ୍ୟରେ ସଦଭାବନା ଜାଗୃତି ହେଲେ ବିଶ୍ଵରେ ଶାନ୍ତି ମୈତ୍ରୀ ର ଆନୟନ ହେବ ବୋଲି ଆନ୍ତଃ-ରାଷ୍ଟ୍ରୀୟ ଅତିଥି ଖ୍ୟାତନାମା ଆଧ୍ୟାତ୍ମିକ ପ୍ରଶିକ୍ଷିକା ବ୍ରହ୍ମାକୁମାରୀ ଶିବାନୀ ଦିଦି କହିଛନ୍ତି । ଏହି ବିଶାଳ ରାଜଯୋଗ ଶିବିରରେ ବ୍ରହ୍ମାକୁମାରୀ ସଙ୍ଗଠନ ଜରିଆରେ ଦୈନିକ ନୀତି ୧୦ ହଜାର ସଦସ୍ୟ ସଦସ୍ୟାଗଣ ଯୋଗଦେଇ ଆସୁଛନ୍ତି । ଆଧୁନିକ ଜଗତରେ ସମାଜରେ ଏକ ନୂତନ ଶୃଙ୍ଖଳିତ ସମାଜ ଏବଂ ପୃଥିବୀରେ ଶାନ୍ତିର ଆନୟନ ପ୍ରତିଷ୍ଠା ଦିଗରେ ଏହି କାର୍ଯ୍ୟକ୍ରମରେ ପଦକ୍ଷେପ ଗ୍ରହଣ କରାଯିବାର ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ବୋଲି ମତପ୍ରକାଶ ପାଇଛି ।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
