February 25, 2026
Home » ୪ ଲକ୍ଷ ୧୫ ଶହ ଟଙ୍କାର ଜାଲ ନୋଟ ସହ ୩ ମୋବାଇଲ ଜବତ : ୩ ଗିରଫ

୪ ଲକ୍ଷ ୧୫ ଶହ ଟଙ୍କାର ଜାଲ ନୋଟ ସହ ୩ ମୋବାଇଲ ଜବତ : ୩ ଗିରଫ

0
WhatsApp Image 2025-10-26 at 5.14.21 PM

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଜାଲ ନୋଟ ରାକେଟ ସକ୍ରିୟ ନେଇ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବଡ଼ ଖୁଲାସା କରିଛନ୍ତି। ଜାଲ ନୋଟ କାରବାରରେ ଲିପ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିନିକା ପୁଲିସକୁ ଏକ ବଡ଼ ସଫଳତା ମିଳି ପାରିଛି। ଏନେଇ ଆଜି ବିନିକା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସୂଚନା ଦେଇଛନ୍ତି। ଶ୍ରୀ ନାୟକ ଆହୁରି କହିଛନ୍ତି ଯେ, ଏହି ଜାଲ ନୋଟ କାରବାର ପଡ଼ୋଶୀ ବରଗଡ଼ ଜିଲ୍ଲା କୁ ମଧ୍ୟ ତାର ଚେର ଲମ୍ବିଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାୟକ ସୂଚନା ଦେଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ବିନିକା ପୁଲିସ ୩ ଜଣକୁ ଗିରଫ କରିଛି। ଏଥିରେ ସମ୍ପୃକ୍ତ ଗିରଫ ୩ ଅଭିଯୁକ୍ତ ମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ଅଞ୍ଚଳ ରେଙ୍ଗାଲି ଗ୍ରାମର ଜୟନାରାୟଣ ବସ୍ତିଆ(୨୭), ବିନିକା ଥାନା ଫୁଲମୁଠୀ ଗ୍ରାମର ଅଭିଷେକ ହୋତା(୨୩) ଏବଂ ବିନିକା ସହର ବେତ୍ରାପଡ଼ାର ଅଶୋକ ନାଏକ(୨୮) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

 

ଅଭିଯୁକ୍ତ ମାନଙ୍କ ଠାରୁ ପୁଲିସ ସର୍ବମୋଟ ୮୦୩ ଟି ୫୦୦(ପାଞ୍ଚଶହ ଟଙ୍କିଆ ଜାଲ ନୋଟ) ଯାହାକି ସମୁଦାୟ ମୂଲ୍ୟ ୪ ଲକ୍ଷ ୧ ହଜାର ୫ ପାଞ୍ଚ ଶହ ଟଙ୍କା ବୋଲି ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି। ଏହା ସହିତ ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୩ ଟି ମୋବାଇଲକୁ ମଧ୍ୟ ପୁଲିସ ଜବତ କରିଛି। ସୂଚନା ଯୋଗ୍ୟ ଯେ,୨୫ ତାରିଖ ବିଳମ୍ବିତ ରାତିରେ ଜାଲ ନୋଟ କାରବାର ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାୟକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇବା ପରେ ବିନିକା ଥାନା ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କୁ ଏନେଇ ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିନିକା ପୁଲିସ ତତ୍ପରତା ପ୍ରକାଶ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା। ତେବେ ଅଭିଯୁକ୍ତ ମାନଙ୍କୁ ପୁଲିସ ଥାନାକୁ ଆଣିବା ପରେ ଏନେଇ ଜେରା କରିଥିଲା। ଏନେଇ ବିନିକା ଥାନା କେସ ନଂ 219/ ତା.୨୫.୧୦.୨୦୨୫ ଅନୁସାରେ ପୁଲିସ ଏକ ମୋକଦ୍ଦମା ରୁଜୁ କରିଛି। ଏହି ଘଟଣାରେ ସମ୍ପୃକ୍ତ ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବିନିକା ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଏହି ଚଢଉରେ ଥାନା ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କ ସମେତ ଥାନା ଏସଆଇ ତ୍ରିନାଥ ସାହୁ ଏବଂ ଷ୍ଟାଫ ସାମିଲ ହୋଇଥିଲେ। ଏହି କେସର ତଦନ୍ତ ଦାୟିତ୍ବ ବିନିକା ଥାନା ଏସଆଇ ପ୍ରସନ୍ନଜିତ ବେହେରାଙ୍କୁ ଦିଆ ଯାଇଥିବା ନେଇ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାୟକ ସୂଚନା ଦେଇଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *