July 2, 2025
Home » ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡିଲେ ଅଧିକାରୀ।

୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡିଲେ ଅଧିକାରୀ।

0
WhatsApp Image 2025-02-20 at 10.38.39 AM

କେନ୍ଦୁଝର: କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଭୂମି ଅଧିଗ୍ରହଣ ଦପ୍ତରରେ। ଏଠାରେ ସବୁ ଦିନ ଅମା ଅମାବାସ୍ୟା ଥିବ ଭାବି ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀ ଶରତ କୁମାର ଗିରି ମହୋଦୟ ପ୍ରବଳ ଲାଞ୍ଚ ଖାଉ ଥିଲେ। ବିଭିନ୍ନ ଲୋକ ଜମି ହରାଇ କ୍ଷତିପୂରଣ ପାଇବାକୁ ଥିବା ବେଳେ ଏହି ବଡ଼ ଅଧିକାରୀ ତାର ଫାଇଦା ନେଉ ଥିଲେ। ହେଲେ ଖବର ପାଇ ବାଲେଶ୍ଵର ଜୋନ ଭିଜିଲାନ୍ସ ଅଫିସ୍ ପକ୍ଷରୁ ଜାଲ ବିଛା ଯାଇଥିଲା ଏହି ବାବୁ ଜାତୀୟ ରାଜପଥ ଯାଇଥିବାରୁ କ୍ଷତିଗ୍ରସ୍ତ ଲୋକଙ୍କୁ ଟଙ୍କା କରେଇ ଦେବେ କହି ମାତ୍ର ୫୦ ହଜାର ଟଙ୍କା ଜଣଙ୍କ ଠାରୁ ନେଉଥିଲା ବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ି ବସିଥିଲା। ତେଣେ ବାଲେଶ୍ଵର ଭିଜିଲାନ୍ସ ଥାନା ପକ୍ଷରୁ କେଶ୍ ନଂ ୧/୨୦୨୫ କରାଯାଇ ଧାରା ୭ ପିସି ଆକ୍ଟରେ ତାଙ୍କର ଅନ୍ୟ ତିନିଟି ସ୍ଥାନରେ ଚଢାଉ ଚାଲିଛି। ଏହି ଦୁର୍ନୀତିଖୋର୍ ଅଧିକାରୀ ଜଣେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି। ଏହି କାର୍ଯ୍ୟନୁଷ୍ଠାନ ପରେ ଅନ୍ୟାନ୍ୟ ଲାଞ୍ଚୁଆଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିବା ଆଲୋଚନା ହେଉଛି।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *