December 3, 2025
Home » ୫୬ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ଶକ୍ତି ମଣ୍ଡପ ଦୂର୍ଗା ପୂଜା

୫୬ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ଶକ୍ତି ମଣ୍ଡପ ଦୂର୍ଗା ପୂଜା

0
WhatsApp Image 2025-09-24 at 11.57.06 AM

 

ପ୍ରତ୍ୟହ ପରିବେଷିତ ହେଉଥିବା ଗଞ୍ଜାମ ଜିଲ୍ଲାର ବିଖ୍ୟାତ ଭାରତ ଲୀଳା ନାଟକ ମୁଖ୍ୟ ଆକର୍ଷଣ….

ଧର୍ମଗଡ ସହର ର ସର୍ଵ ପୂରାତନ ଦୂର୍ଗାପୂଜା ଶକ୍ତି ମଣ୍ଡପ ଦୂର୍ଗାପୂଜା ଚଳିତ ବର୍ଷ ୫୬ ତମ ବର୍ଷ ରେ ପଦାର୍ପଣ କରିଛି । ନବଦିନାତ୍ମକ ଏହି ପୂଜା ରେ ମୂଖ୍ୟ ପୂଜକ ଭାବେ ନିତ୍ୟାନନ୍ଦ ପତି,ସହଯୋଗୀ ପୂଜକ ଭାବେ ସତ୍ୟାନନ୍ଦ ପତି, ମାହେଶ୍ୱରୀ ପଣ୍ଡା ଓ ଅନିଲ କୁମାର ପାଢ଼ୀ ଦାୟିତ୍ଵ ନିର୍ବାହ କରୁଥିବା ବେଳେ କର୍ତ୍ତା ଭାବେ କୃପାସିନ୍ଧୁ ପଣ୍ଡା ଓ ପତ୍ନୀ ପ୍ରଭାତି ପଣ୍ଡା ଦାୟିତ୍ଵ ନିର୍ବାହ କରୁଛନ୍ତି।

ନବ ଦିନ ବ୍ୟାପି ମାଆ ଦୂର୍ଗା ଙ୍କ ର ବିଭିନ୍ନ ରୂପ ରେ ରୀତି ନୀତି ସହ ପୂଜାର୍ଚ୍ଚନା କରାଯିବା ସହ ଭକ୍ତ ମାନଙ୍କ ପାଇଁ ପ୍ରତ୍ୟହ ଅନ୍ନ ଭୋଗ ର ବ୍ୟବସ୍ଥା କରାଯାଇଛି।ସମଗ୍ର ଅଞ୍ଚଳ କୁ ଉଜ୍ବଳ ଆଲୋକ ମାଳ ରେ ସୂସଜ୍ଜିତ କରାଯାଇଛି।ସ୍ଥାନୀୟ ମୂର୍ତ୍ତି କାରିଗର ସଞ୍ଜୟ କୁମାର ବେହେରା ମା ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିଥିବା ବେଳେ ପରଦେଶୀ ସୁନାନି ମଣ୍ଡପ ସାଜ ସଜ୍ଜା ଓ ଅନିରୁଦ୍ଧ ଲହଜଲ ତୋରଣ ପ୍ରସ୍ତୁତ ସହ ଆଲୋକ ସାଜ ସଜ୍ଜା କରିଛନ୍ତି ।

 

ପୂଜା କମିଟି ର ସଭାପତି ପ୍ରଦୀପ କୁମାର ଦାସ, ସମ୍ପାଦକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, କୋଷାଧ୍ୟକ୍ଷ ରାଜେନ୍ଦ୍ର ମୁନି,ବରିଷ୍ଠ ସଦସ୍ୟ ଆଇନଜୀବୀ ସନ୍ତୋଷ କୁମାର ମେହେର, ସୁମନ୍ତ କୁମାର ପଣ୍ଡା,ବସନ୍ତ ଠାକୁର,ଆନନ୍ଦ ଅଗ୍ରୱାଲ,ଝସ କେତନ ଧଙ୍ଗଡା ମାଝୀ, ମୁକେଶ ଅଗ୍ରୱାଲ,ଅନୁପ ଅଗ୍ରୱାଲ, ମହେନ୍ଦ୍ର ଖରସେଲ ଓ ଉପଦେଷ୍ଟା ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଲିଙ୍ଗରାଜ ବେହେରା ଅଛନ୍ତି।
ଧୁମ୍ ଧାମରେ ମା ଙ୍କ ପୂଜା କରାଯାଉ ଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ବିଭିନ୍ନ ଦିବସରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଛି। ପ୍ରତିଦିନ ଗଞ୍ଜାମ ଜିଲ୍ଲାର ନାରାୟଣୀ ନାଟ୍ୟ ପରିଷଦର ବିଖ୍ୟାତ ଭାରତ ଲୀଳା ନାଟକ ଗାୟକ ନିଲାଞ୍ଚଳ ମିଶ୍ର ଓ ସାଥୀ ଙ୍କ ଦ୍ଵାରା ପରିବେଷିତ ହେଉଛି। ଆସନ୍ତା ଅକ୍ଟୋବର ୨ ତାରିଖ ବିଜୟା ଦଶମୀ ଦିନ ରାବଣ ପୋଡି ସହ ମା ଙ୍କର ଭବ୍ୟ ଭସାଣି ହେବ ବୋଲି ଆୟୋଜକ କମିଟି ପକ୍ଷରୁ ପ୍ରକାଶ ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *