August 27, 2025
Home » ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ : ଗାଡି ସହ ୩ ଅଟକ l

୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ : ଗାଡି ସହ ୩ ଅଟକ l

0
WhatsApp Image 2025-07-19 at 1.35.16 PM

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ଶୁକ୍ରବାର ୯୩୫ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ପୋଲିସ ଓ ଅବକାରୀ ବିଭାଗ ଗଞ୍ଜେଇ ଚୋରାଚାଲାଣ ରୋକିବାକୁ କଡା ପଦକ୍ଷେପ ଗ୍ରହଣ କରୁଥିବା ସତ୍ତ୍ୱେ ଗଞ୍ଜେଇ ବେପାରୀଙ୍କ ଉପରେ ଏହାର ଖାସ ପ୍ରଭାବ ପଡୁଥିବା ଭଳି ଜଣାପଡୁ ନାହିଁ।ପୋଲିସ ଗଞ୍ଜେଇ ବେପାରୀଙ୍କୁ ଧରି ଜେଲ ପଠାଉଛି ହେଲେ ଚୋରାଚାଲାଣ ବନ୍ଦ ହେଉନାହିଁ।ଗତ ଜୁଲାଇ ୧ ତାରିଖ ତରଭା ପୋଲିସ ୬ କୁଇଣ୍ଟାଲ ଗଞ୍ଜେଇ ସହ ଗୋଟିଏ ବୋଲେରୋ ଗାଡି ଜବତ କରିଥିଲା।ହେଲେ ଗାଡି ଚାଳକ ଫେରାର ମାରିଥିଲା। ଆଜି ବଡ଼ ଧରଣର ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକଙ୍କୁ ମିଳିବାପରେ ତରଭା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ।ତରଭା ଥାନା ଆଇଆଇସି ଅନିତା କିଡୋଙ୍କ ତତ୍ୱାବଧାନରେ ଏକ ପୋଲିସ ଟିମ ମେଣ୍ଡା ଫାଣ୍ଡି ଅନ୍ତର୍ଗତ ରାନିସର୍ଡl ଛକରେ ଓଡି- ୦୩ ଏବି ୯୨୮୧ ନମ୍ବର ଥିବା ବୋଲେରୋ ମେକ୍ସ ପିକଅପକୁ ଅଟକାଇ ଯାଞ୍ଚ କରିବାରୁ ଗଞ୍ଜେଇ ଥିବା ଜଣାପଡିଥିଲା

।ଗାଡିରେ ବସିଥିବା ୩ ଜଣଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଥିବାବେଳେ ଗାଡିକୁ ସୁରକ୍ଷା ଦେବାପାଇଁ ବାଇକରେ ଆସୁଥିବା ୩ ଜଣ ଫେରାର ହୋଇଯାଇଥିବା ପ୍ରକାଶ।ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଦୀପ୍ତିମୟୀ ଭୁଏଙ୍କ ଉପସ୍ଥିତିରେ ଜବତ ହୋଇଥିବା ୯୩୦ ପ୍ୟାକେଟ ଗଞ୍ଜେଇକୁ ଓଜନ କରାଯିବାରୁ ତାହା ୯୩୫ କେଜି ହୋଉଥିଲା।ଯାହାର ଆନୁମାନିକ ମୂଲ୍ୟ ୫କୋଟି ଟଙ୍କା ହେବବୋଲି କୁହାଯାଉଛି।ତରଭା ଅଞ୍ଚଳରେ ଏତେ ମାତ୍ରାରେ ଗଞ୍ଜେଇ ଧରା ପଡ଼ିବା ପ୍ରଥମ ବୋଲି ଚର୍ଚ୍ଚା ହେଉଛି।ଏହି ଗଞ୍ଜେଇ ଭର୍ତ୍ତି ଗାଡିଟି ବୌଦ୍ଧ ଜିଲ୍ଲା କଣ୍ଟାମାଲ ଅଞ୍ଚଳରୁ ଛତିଶଗଡ଼କୁ ଯାଉଥିବା ପୋଲିସ ଠାରୁ ଜଣାଯାଇଛି।ଏହି ଚଢ଼ାଉରେ ମେଣ୍ଡା ଫାଣ୍ଡି ଅଧିକାରୀ ଟଙ୍କଧର ଛତ୍ରୀଆ। ଏଏସଆଇ ରଣବୀର ମହାପାତ୍ର,କନେଷ୍ଟବଳ ଏସ କେ ଭୋଇ,ଡି ସେଠ,ହୋମଗାର୍ଡ ସହଦେଵ ସୁନା,ବିପିନ ନାଗ,ଅକ୍ରୁର ସୁନା ପ୍ରମୁଖ ସାମିଲ ଥିଲେ।ଏସମ୍ବନ୍ଧେ ଥାନା କେଶ ନମ୍ବର 178/2025 ଏନଡିପିଏସ ଆକ୍ଟରେ ଏକ ମକଦ୍ଦମା ରୁଜ୍ଜୁକରାଯାଇ ତଦନ୍ତ ଜାରି ରହିଥିବା ଆଇଆଇସି ଶ୍ରୀମତୀ କିଡୋ କହିଛନ୍ତି।ଗିରଫ ୩ ଜଣଙ୍କ ମଧ୍ୟରୁ ଜଣେ ତରଭା ଥାନା ଅନ୍ତର୍ଗତ ଝାରତରଭା ଗ୍ରାମର ରମାକାନ୍ତ ନାଏକ ବୋଲି ପୋଲିସ ସୂଚନା ଦେଇଛି l ଏ ନେଇ ଆଜି ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ସମ୍ବିଳନୀ ରେ ସବିଶେଷ ସୂଚନା ପ୍ରଦାନ କରିବେ ବୋଲି ଜଣାପଡିଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *