୫.୨ କେଜି ଗଞ୍ଜେଇ ଜବତ,ଜଣେ ଗିରଫ
ଯୋଡା – କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାରାଣୀ ପଟ୍ଟାୟତ ଙ୍କ ନିର୍ଦେଶ କ୍ରମେ ଚମ୍ପୁଆ ରେଞ୍ଜ ଅବକାରୀ ନିରୀକ୍ଷକ ଏଚ.ଜାଗା ରାଓ ଙ୍କ ତତ୍ୱାବଧାନ ରେ ଯୋଡ଼ା ଅବକାରୀ ଅଧିକାରୀ ପ୍ରଶାନ୍ତ କୁମାର ପରିଡା , ଚମ୍ପୁଆ ଏବଂ ଯୋଡ଼ା ଅବକାରୀ ଟିମ ମିଳିତ ଭାବେ ଯାଞ୍ଚ କରୁଥିବା ବେଳେ ଯୋଡ଼ା ସ୍ଥିତ ହନୁମାନ ହୋଟିଂ ନିକଟରେ ୫.୨କେଜି ଗଞ୍ଜେଇ ଜବତ କରିଛନ୍ତି ଓ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଅଭିଯୁକ୍ତ ଜଣକ ଯୋଡ଼ା ସ୍ଥିତ ହନୁମାନ ହୋଟିଂ ଅଞ୍ଚଳର ଯୁଗେନ ପ୍ରଧାନ ବୟସ (୫୯) ବୋଲି ଜଣା ପଡ଼ିଛି।ତେବେ ଏଚ.ଜାଗା ରାଓ କହିଛନ୍ତି ଯେ ଅଭିଯୁକ୍ତ ଯୁଗେନ ପ୍ରଧାନ ପୂର୍ବରୁ ଚୋରା ଭାବେ ଗଞ୍ଜେଇ ଚାଲାଣ କରିଆସୁଥିଲେ। ଵିଶେଷ ସୂତ୍ରରୁ ଖବର ପାଇ ଗଞ୍ଜେଇ ଚାଲାଣ ବେଳେ ତାଙ୍କ ଠୁ ବିପୁଳ ମାତ୍ରା ରେ ଗଞ୍ଜେଇ ଜବତ କରି ଏକ ଏନ. ଡି. ପି.ଏସ କେସ ମାମଲା ରୁଜ୍ଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି।ଆଗକୁ ପାର୍ବଣ ଋତୁ ଥିବାରୁ ଯୁବ ପିଢ଼ି ଙ୍କୁ ନିଶାମୁକ୍ତ କରିବା ଲକ୍ଷ ରେ ଏହି ସ୍ୱତନ୍ତ୍ର ଆଭିଯାନ ଜାରୀ ରିହିଛି ଏବଂ ଆଗକୁ ମଧ୍ୟ ଜାରି ରହିବ ବୋଲି ସୂଚନା ଦେଇଛନ୍ତି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।
