November 13, 2025
Home » ୬ତାରିଖରୁ ଗଡିବ ଡବଲ୍‌ଟେକର ବସ୍‌

୬ତାରିଖରୁ ଗଡିବ ଡବଲ୍‌ଟେକର ବସ୍‌

0
WhatsApp Image 2025-01-04 at 3.25.06 PM (1)

କ୍ରୁଟ ପକ୍ଷରୁ ରାଜ୍ୟର ବିଭିନ୍ନ ସହରାଚଂଳରେ ସିଟି ବସ୍ ସେବା ପ୍ରଚଳନ ହୋଇଆସୁଛି। ତେବେ ଆସନ୍ତା ୬ ତାରିଖରୁ ଡବଲ୍‌ଟେକର ବସ୍ ଚଳାଚଳ କରିବ। ଏହା ଉଦ୍‌ଘାଟନ ହେବା ପରେ ପ୍ରଥମ ପର୍ଯ୍ୟାୟରେ କଟକ-ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଚଳାଚଳ କରିବ। ତେବେ ଓଡିଶାରେ ହେବାକୁ ଥିବା ଦୁଇଦିନିଆ ଭାରତୀୟ ସମ୍ମିଳନୀ ପୂର୍ବରୁ ଏହି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ୩୦ଟି ବସ୍ ଆସିବାକୁ ଯୋଜନା ଥିବାବେଳେ ବର୍ତମାନ ଦୁଇଟି ପହଂଚିଥିବାବେଳେ ଆସନ୍ତାକାଲି ଆଉ ତିନୋଟି ଆସିବ। ଆସିଥିବା ବସ୍‌ରେ କଟକର ବାଲିଯାତ୍ରା, କୋଣାର୍କ ଚକ୍ର, ଲିଙ୍ଗରାଜ, ପୁରୀ ଶ୍ରୀମନ୍ଦିର, ଧଉଳି ଆଦି ଓଡିଶାର କଳାସଂସ୍କୃତି, ଐତିହ୍ୟର ଛାପ ରହିଥିବାରୁ ବେଶ୍ ଆକର୍ଷଣୀୟ ହୋଇଛି।

ଏହି ଦୁଇ ମହଲା ବସ୍ ର ଲମ୍ବ ୯ ଓ ଉଚ୍ଚତା ୪.୭ ମିଟର।୬୪ ସିଟ୍ ବିିଶିଷ୍ଟ ଏହି ବସ୍‌ରେ ତଳେ ୩୨ ଓ ଡ୍ରାଇଭର ସିଟ୍ ସହ 31 ଟି ସିଟ୍ ରହିଛି। ତଳେ ୧୫ ଜଣ ଠିଆ ହୋଇଯାତ୍ରୀ ଯିବା ସହ ଉପରେ ସେଭଳି ବ୍ୟବସ୍ଥା ନାହିଁ। ଦୁଇଜଣ କଣ୍ଡକ୍ଟର, ହେଲ୍‌ପର, ସହ ଜଣେ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ହେବେ। ଶିତତାପ ନିୟନ୍ତ୍ରିତ ଏହି ବସ୍ ଅନ୍ୟ ବସ୍‌ଠାରୁ ଭିନ୍ନ ଅଟେ। ଥରେ ଚାର୍ଜିଂ ହେଲେ ଏହା ୨୫୦ କିମି ଗଡିବ ଓ ଏହି ବସ୍ ବରମୁଣ୍ଡାରୁ ତା ଯାତ୍ରା ଆରମ୍ଭ କରିବ। ଏହି ବସ୍ ଓଡିଶାରେ ପହଂଚିବା ପରେ କ୍ରୁଟ୍ ର ଡିପୋରେ ତାର ପରୀକ୍ଷାମୂଳକ ଚଳପ୍ରଚଳ ହୋଇଛି।

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *