୬୩ତମ ଜାତୀୟ ଗୃହରକ୍ଷୀ ବାହିନୀ ର ପ୍ରତିଷ୍ଠା ଦିବସ
୬୩ତମ ଜାତୀୟ ଗୃହରକ୍ଷୀ ବାହିନୀ ର ପ୍ରତିଷ୍ଠା ଦିବସ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି ।।ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର୍ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ପତାକା ଉତ୍ତୋଳନ କରି ଗୃହରକ୍ଷୀ ବାହିନୀ ର ସମ୍ମିଳିତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିଥିଲେ ।

ଚଳିତ ବର୍ଷ କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ଅର୍ଜନ କରିଥିବା ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ନିୟୋଜିତ ୨୫ ଜଣ କୃତ୍ତିତ୍ଵ ଧାରୀ ଗୃହରକ୍ଷୀ ଙ୍କୁ ଗଞ୍ଜାମ ଏସପି ଶ୍ରୀ ପାତ୍ର ମାନପତ୍ର ସହ ପୁରସ୍କୃତ କରିଛନ୍ତି ।।ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ସିମା ସ୍ବାଇଁ, ପ୍ରଶାନ୍ତ କୁମାର ଦାସ୍, ଚିନ୍ମୟ ନାୟକ, ହୋମ୍ ଗାର୍ଡ ଆସିଷ୍ଟାଣ୍ଟ- କମାଣ୍ଡଡେଣ୍ଟ କାଳୁ ଚରଣ ବେହେରା, ରିଜର୍ଭ ଇନିସପେକ୍ଟର ବିକାଶ ଚନ୍ଦ୍ର ସେନାପତି, ଏସଡିପିଓ ଚନ୍ଦନ ଘଡେ଼ଇ ପ୍ରମୁଖ ଗଞ୍ଜାମ ପୋଲିସ ଜିଲ୍ଲାର ବହୁ ଗଣ୍ୟମାନ୍ୟ ପଦାଧିକାରୀ ଯୋଗଦେଇ ଗୃହରକ୍ଷୀ ବାହିନୀ ଙ୍କୁ ସାଧୁବାଦ ଜଣାଇଛନ୍ତି ।।

ପ୍ରକାଶ ଥାଉକି, ୧୯୬୨ ମସିହା ଡିସେମ୍ବର ୬ ତାରିଖରେ ଚୀନ ଭାରତ ଉପରେ ଆକ୍ରମଣ କରିବା ସମୟରେ ଗୃହରକ୍ଷୀ ସଂସ୍ଥାକୁ ସାରା ଦେଶରେ ମାନ୍ୟତା ମିଳିଥିଲା । ଏହି ସହାୟକ ସ୍ୱେଚ୍ଛାସେବୀ ଗୋଷ୍ଠୀ ଙ୍କୁ ଏକ ସଂସ୍ଥା ରୂପେ ଭାରତ ସରକାର ସାମିଲ କରିଥିଲେ ।ଭାରତ ସରକାରଙ୍କ ଏହି ଗୃହରକ୍ଷୀ ବାହୀନି ପୋଲିସ ବାହିନୀକୁ ସଦାସର୍ବଦା ସହଯୋଗ ଓ ସାହାଯ୍ୟକାରୀ ଶୃଙ୍ଖଳିତ ସେବକ ଭାବେ ସେବାରେ ସହଯୋଗ ରକ୍ଷା କରିବା ଉଦ୍ଦେଶ୍ୟରେ ନିୟୋଜିତ କରିଆସୁଛନ୍ତି ।ସେହି ଦିନ ଠାରୁ ପ୍ରତି ବର୍ଷ ଡିସେମ୍ବର ୬ ତାରିଖକୁ ଗୃହରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସ ରୂପେ ସାରା ଦେଶରେ ପାଳନ କରାଯାଉଛି ।।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
