୬୬ ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ବସ୍ତିପଡା ସାର୍ବଜନୀନ ଦୂର୍ଗା ପୂଜା
ଆସନ୍ତା ଅକ୍ଟୋବର ୨ ରେ ମା ଭଣ୍ଡାର ଘରଣୀ ଙ୍କ ବାର୍ଷିକ ଦଶହରା।
ଧର୍ମଗଡ ସହର ର ସର୍ଵ ପୂରାତନ ଦୂର୍ଗାପୂଜା ବସ୍ତି ପଡା ସାର୍ବଜନୀନ ଦୂର୍ଗା ପୂଜା ଚଳିତ ବର୍ଷ ୬୬ ତମ ବର୍ଷ ରେ ପଦାର୍ପଣ କରିଛି । ନବଦିନାତ୍ମକ ଏହି ପୂଜା ରେ ମୂଖ୍ୟ ପୂଜକ ଭାବେ ଟୁଟୁ ମହାପାତ୍ର, ସହଯୋଗୀ ପୂଜକ ଭାବେ ଭଗବାନ ପଣ୍ଡା ଓ ଅଖିଳ ପଣ୍ଡା ଦାୟିତ୍ଵ ନିର୍ବାହ କରୁଥିବା ବେଳେ କର୍ତ୍ତା ଭାବେ ନବୀନ ଅଗ୍ରୱାଲ ଓ ପତ୍ନୀ ରାଜଶ୍ରୀ ତାୟଲ ଦାୟିତ୍ଵ ନିର୍ବାହ କରୁଛନ୍ତି ।

ଚଳିତ ବର୍ଷ ପୂଜା କୁ ଆକର୍ଷଣୀୟ କରିବା ପାଇଁ ଏକ ସଦୃଶ୍ୟ ତୋରଣ ପ୍ରସ୍ତୁତ କରାଯାଇଛି ସହ ଅଞ୍ଚଳକୁ ଆଲୋକ ମାଳା ରେ ସୁସଜ୍ଜିତ କରଯାଇଛି। ନବ ଦିନ ବ୍ୟାପି ମାଆ ଦୂର୍ଗା ଙ୍କ ର ବିଭିନ୍ନ ରୂପ ରେ ରୀତି ନୀତି ସହ ପୂଜାର୍ଚ୍ଚନା କରାଯିବ । ସେହିପରି ଧର୍ମଗଡ ର ଆରାଧ୍ୟ ଦେବୀ ମା ଭଣ୍ଡାର ଘରଣୀ ଙ୍କ ବାର୍ଷିକ ଦଶହରା ଉତ୍ସବ ଆସନ୍ତା ଅକ୍ଟୋବର ୨ ତାରିଖ ଗୁରବାର ଦିନ ଅନୁଷ୍ଠିତ ହେବ । ସୁଦୂର ପଶ୍ଚିମ ବଙ୍ଗ କୋଲକତା ର ମୂର୍ତ୍ତି କାରିଗର ଉଦୟ ପାଲ ମା ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିଥିବା ବେଳେ ପରଦେଶୀ ସୁନାନି ମଣ୍ଡପ ସାଜ ସଜ୍ଜା ଓ ଅନିରୁଦ୍ଧ ଲହଜଲ ତୋରଣ ପ୍ରସ୍ତୁତ ସହ ଆଲୋକ ସାଜ ସଜ୍ଜା କରିଛନ୍ତି । ପୂଜା କମିଟି ର ସଭାପତି ଦିନେଶ ଅଗ୍ରୱାଲ, ସମ୍ପାଦକ ପ୍ରଦୀପ କୁମାର ନାଏକ, ଉପ ସଭାପତି ଅଜିତ କୁମାର ସାହୁ ଓ କୁମୁଦ ଚନ୍ଦ୍ର ସାହୁ, ସହ ସମ୍ପାଦକ ଭାବେ ଶିବ ପ୍ରସାଦ ମାଝୀ ଓ ଆଶିଷ ବେହେରା ଓ କୋଷାଧ୍ୟକ୍ଷ ଭାବେ ଅନିଲ ଅଗ୍ରୱାଲ ଓ ସଞ୍ଜୁ ଅଗ୍ରୱାଲ ରହିଛନ୍ତି ।

ଧୁମ୍ ଧାମରେ ମା ଙ୍କ ପୂଜା କରାଯାଉ ଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ବିଭିନ୍ନ ଦିବସ ଅନେକ ସଂସ୍କୃତିକ କାର୍ଯ୍ୟକ୍ରମ ରଖା ଯାଇଛି । ଭଣ୍ଡାର ଘରଣୀ ଙ୍କ ବାର୍ଷିକ ଦଶହରା ପରଦିନ ଅର୍ଥାତ ଅକ୍ଟୋବର ୩ ତାରିଖ ଶୁକ୍ରବାର ଦିନ ଭବ୍ୟ ଭସାଣି ହେବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି ।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ
