October 22, 2024
Home » ୭୧ତମ ରାଜ୍ୟ ଭାରୋତ୍ତୋଳନ ଚାମ୍ପିଅନସିପ୍ ପ୍ରତିଯୋଗିତା-୨୦୨୪

୭୧ତମ ରାଜ୍ୟ ଭାରୋତ୍ତୋଳନ ଚାମ୍ପିଅନସିପ୍ ପ୍ରତିଯୋଗିତା-୨୦୨୪

0

ବ୍ରହ୍ମପୁର: ଓଡ଼ିଶା ଭାରୋତ୍ତୋଳନ ଆସୋସିଏସନ୍ ଆନୁକୂଲ୍ୟରେ ଆସନ୍ତା ୯ରୁ ତିନିଦିନ ଧରି  ବ୍ରହ୍ମପୁର ଠାରେ ୭୧ତମ ରାଜ୍ୟ ଭାରୋତ୍ତୋଳନ ଚାମ୍ପିଅନସିପ୍ ପ୍ରତିଯୋଗିତା-୨୦୨୪ ବ୍ରହ୍ମପୁର ମହାତ୍ମାଗାନ୍ଧୀ ଷ୍ଟାଡ଼ିୟମରେ ଠାରେ  ଅନୁଷ୍ଠିତ ହେବା ଏଥିରେ ରାଜ୍ୟର ଖୋର୍ଦ୍ଧା, କଟକ, ଗଞ୍ଜାମ, ମୟୁରଭଞ୍ଜ, ବାଲେଶ୍ଵର, ପୁରୀ, ବଲାଙ୍ଗିର, ସୁନ୍ଦରଗଡ଼, ରାଉରକେଲା, ରାୟଗଡ଼ା, ଢେଙ୍କାନାଳ, ନବରଙ୍ଗପୁର, ଦେବଗଡ଼ ଓ କେନ୍ଦ୍ରପଡ଼ା ଆଦି ବିଭିନ୍ନ ଜିଲ୍ଲାରୁ  ୧୨୦ ଜଣ ପୁରୁଷ ଓ ୪୦ ଜଣ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ସେହିପରି ୫୦ ଜଣ ଅଫିସିଆଲ୍ ଯୋଗ ଦେବେ ବୋଲି ଜଣାପଡ଼ିଛି।

 

ଏନେଇ ଆଜି ମହାତ୍ମାଗାନ୍ଧୀ ଷ୍ଟାଡ଼ିୟମ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି|  ପ୍ରତିଯୋଗିତାକୁ ସଫଳ କରିବା ପାଇଁ ଆସୋସିଏସନ୍ ସଭାପତି ଇଂ.ଚିତ୍ତରଞ୍ଜନ ସ୍ବାଇଁ, ସଂପାଦକ କେ.ରବୀ କୁମାର, ଗଞ୍ଜାମ ଜିଲ୍ଲା • ଭାରୋତ୍ତୋଳନ ଆସୋସିଏସନ୍ ସଭାପତି କୁମୁଦ ଚନ୍ଦ୍ର ସାହୁ ଓ ସଂପାଦକ ସୁଧୀର କୁମାର ପାତ୍ର ସମସ୍ତଙ୍କୁ ନିବେଦନ କରିଛନ୍ତି |

 

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *