December 31, 2025
Home » ୭୧ ତମ ନିଖିଳ ଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ କୋରାପୁଟ ଜିଲ୍ଲା ସ୍ତରୀୟ ସମବାୟ ସପ୍ତାହ ଉତ୍ସବ ପାଳିତ

୭୧ ତମ ନିଖିଳ ଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ କୋରାପୁଟ ଜିଲ୍ଲା ସ୍ତରୀୟ ସମବାୟ ସପ୍ତାହ ଉତ୍ସବ ପାଳିତ

0
WhatsApp Image 2024-11-19 at 11.04.48 PM

୭୧ ତମ ନିଖିଳ ଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ କୋରାପୁଟ ଜିଲ୍ଲା ସ୍ତରୀୟ ସମବାୟ ସପ୍ତାହ ଉତ୍ସବଟି କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ଜୟପୁରର ସମ୍ମିଳନୀ କକ୍ଷରେ ୧୯/୧୧/୨୦୨୪ ତାରିଖ ୧୧ ଘଣ୍ଟିକା ସମୟରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ରଘୁରାମ ମାଛ, ମାନ୍ୟବର ବିଧାୟକ, କୋରାପୁଟ, ସମ୍ମାନୀୟ ଅତିଥି ଭାବେ ସୁଶ୍ରୀ ଦୁରୁପତା ଭତ୍ରା, ଉପ ସଭାପତି, କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ,ଶ୍ରୀଯୁକ୍ତ ଦେବେନ୍ଦ୍ର ପ୍ରଧାନ, ଡି. ଡି.ଏମ ନାବାର୍ଡ, ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ବନାଗାଡି, ସମ୍ପାଦକ,କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ,ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ରମାକାନ୍ତ ରାଉଳ, ବରିଷ୍ଠ ସମବାୟବିତ୍ ଓ ନିର୍ଦେଶକ, କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ,ଇଂ ଶ୍ରୀଯୁକ୍ତ ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ, ସଭାପତି, କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ,ନିବେଦକ ଭାବେ ଶ୍ରୀଯୁକ୍ତ ଭୀମସେନ ସାହୁ,ଉପ ନିବନ୍ଧକ ସମବାୟ ବିଭାଗ ଜୟପୁର ବିଭାଜନ, ଜୟପୁର ଅ°ଶଗ୍ରହଣ କରିଥିଲେ ।
୭୧ ତମ ନିଖିଳ ଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ଗତ ତା. ୧୭.୧୧.୨୦୨୪ ରିଖରେ ହୋଇଥିବା ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ ବିଜେତା ମାନଙ୍କୁ ମଞ୍ଚାସିନ ଥିବା ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ତତ୍ ସହିତ ସମବାୟ ବିଭାଗ, ସମବାୟ ବ୍ୟାଙ୍କ ଏବଂ ବିଭିନ୍ନ ସମବାୟ ସମିତିର ଶ୍ରେଷ୍ଠ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସମବାୟ ବ୍ୟାଙ୍କର ଶ୍ରୀ ସୁଶାନ୍ତ କୁମାର ବେହେରାଙ୍କୁ ସର୍ବୋତ୍ତମ ପରିଚାଳକ (Best Manager )ଏବଂ ଶ୍ରୀ ମନୋଜ କୁମାର ଦାଶଙ୍କୁ ସର୍ବୋତ୍ତମ ଶାଖା ପରିଚାଳକ (Best Branch Manager) ଭାବେ ପୁରସ୍କୃତ କରାଯାଇଥିଲା । ଏତଦ୍ ବ୍ୟତୀତ ଅନ୍ୟ ବିଭାଗର ଶ୍ରେଷ୍ଠ ସମବାୟ ସମିତି ମାନଙ୍କୁ ସେମାନଙ୍କ ଉକୃଷ୍ଣ କାର୍ଯ୍ୟ ଓ ଅବଦାନ ନିମନ୍ତେ ପୁରସ୍କୃତ କରାଯାଇଥିଲା।
ଆଜିର କାର୍ଯ୍ୟକ୍ରମରେ ଶ୍ରୀ ବିଦ୍ୟାଧର ବେହେରା, ଏସ. ଆର. ସି. ଏସ. ଓ ଶ୍ରୀ ଶିଶିର ଦାଶ, ଏସ. ଆର. ସି. ଏସ. ମଞ୍ଚାସୀନ ସହ ଆୟୋଜନରେ ସହଯୋଗ କରିଥିଲେ। ଶ୍ରୀ ଶିଶିର ଦାଶ, ଏସ. ଆର. ସି. ଏସ. ମଞ୍ଚ ପରିଚାଳନା କରିଥିଲେ।
ଏହି ସଭାକୁ ସୂଚାରୁରୁପେ ପରିଚାଳନା କରିବାରେ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ଏବଂ ସମବାୟ ବିଭାଗ ଜୟପୁର ବିଭାଜନ, ଜୟପୁରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *