July 4, 2025
Home » ୭୩ ତମ ଜିଲ୍ଲା ପରିଷଦ ସାଧାରଣ ବୈଠକ ମାଲକାନଗିରି ଠାରେ ଅନୁଷ୍ଠିତ

୭୩ ତମ ଜିଲ୍ଲା ପରିଷଦ ସାଧାରଣ ବୈଠକ ମାଲକାନଗିରି ଠାରେ ଅନୁଷ୍ଠିତ

0
WhatsApp Image 2025-04-25 at 3.11.20 PM

ମାଲକାନଗିରି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୨୫/୪/୨୫ ତାରିଖରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁଙ୍କ ଅଧ୍ୟକ୍ଷତାରେ ୭୩ ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତ ପାବନ ବୈଦ୍ୟ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଆଶିଷ ଈଶ୍ୱର ପାଟିଲ , ଜିଲ୍ଲା ପରିଷଦର ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ପାତ୍ର ମଞ୍ଚାସୀନ ଥିଲେ ।

ଏହି ସଭାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ପୂର୍ବ ବୈଠକରେ ହୋଇଥିବା ଆଲୋଚନା ତଥା ଜନଜାତି ଉନ୍ନୟନ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଏବଂ ପରିମଳ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି, ପ୍ରାଥମିକ ଶିକ୍ଷା ଓ ଗଣ ଶିକ୍ଷା, ଜଳସେଚନ , ଗ୍ରାମ୍ୟ ଉନ୍ନୟନ, ଜାତୀୟ ରାଜପଥ, ଯୋଗାଣ ବିଭାଗ , ସମାଜ ମଙ୍ଗଳ ବିଭାଗ ଆଦି ବିଷୟରେ ଗୃହକୁ ଶ୍ରୀ ଶବର ସୂଚନା ଦେଇଥିଲେ ।
ପରିଷଦର ସମସ୍ତ ପ୍ରତିନିଧିଙ୍କର ପଚାରିଥିବା ପ୍ରଶ୍ନର ଉତ୍ତର ରଖିଥିଲେ ବିଭାଗୀୟ କର୍ତ୍ତୃପକ୍ଷ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ସମସ୍ତ ରାସ୍ତା ଓ ସେତୁ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଉପରେ ଧ୍ୟାନ ଦେଇ ବର୍ଷା ଋତୁ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ବିଧାୟକ ଶ୍ରୀ ମାଡ଼କାମୀ ନିର୍ଦ୍ଦେଶ ଦେଇଛନ୍ତି।


ପାନୀୟ ଜଳ ସମ୍ବନ୍ଧରେ ଆସିଥିବା ଅଭିଯୋଗ ଗୁଡିକର ସମାଧାନ ତଥା ନୂଆ ପ୍ରକଳ୍ପ ବିଷୟରେ ଆଲୋଚନା କରାଯାଇଥିଲା। ସେହିପରି କ୍ଷେତ୍ର ସ୍ତରୀୟ କର୍ମଚାରୀ ଓ ଅଧିକାରୀଙ୍କ ସହ ଉତ୍ତମ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀମତି ତାଙ୍ଗୁଲୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ରାଧିକାର ଭିତ୍ତିରେ ଘାଟି ଅଞ୍ଚଳରେ ନଳକୂପ ଖନନ କରିବା ପାଇଁ ମଧ୍ଯ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ଅନିୟମିତ ବିଜୁଳି ଶୁଳ୍କ ଉପରେ ପ୍ରତିକ୍ରିୟା ରଖି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ଯେ ବିଦ୍ୟୁତ୍ ବିଭାଗ କର୍ମଚାରୀ ଉପଭୋକ୍ତା ନିକଟକୁ ଯାଇ ଏକକାଳୀନ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଏବଂ ପାରାମେଡ଼ିକାଲ ଷ୍ଟାଫ ଅଭାବ, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଆବାସିକ ଗୃହ ପାଇଁ ଉପୁଜିଥିବା ଅସୁବିଧା ବାବଦରେ ବୈଠକରେ ଆଲୋଚନା କରାଯାଇଥିଲା । ସେହିପରି ଜିଲ୍ଲାପାଳଙ୍କ ବିଭିନ୍ନ ଜନଶୁଣାଣୀ ସମୟରେ ସମ୍ପୃକ୍ତ ଅଞ୍ଚଳକୁ ବୁଲି ସେ ଅଞ୍ଚଳରେ ପୂର୍ବରୁ ଥିବା ଅଭିଯୋଗ ଗୁଡିକର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଗୃହରେ ପ୍ରସ୍ତାବ ଦିଆଯାଇଛି । ଚିତ୍ରକୋଣ୍ଡା ଓ ବଣ୍ଡାଘାଟି ଅଞ୍ଚଳରେ ହିତାଧିକାରୀଙ୍କୁ ଚିହ୍ନଟ କରି କୃତ୍ରିମ ଅଙ୍ଗ ରୋପଣ କରାଇବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜିଲ୍ଲାର ଆବଶ୍ୟକତା ଥିବା ଅଞ୍ଚଳରେ ନୂତନ ସବ୍ ସେଣ୍ଟର ସ୍ଥାପନ ସହ ଯୋଗାଣ ସହାୟକ ନିଯୁକ୍ତ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାରେ କେନ୍ଦୁପତ୍ର ବିକ୍ରି ନେଇ ପତ୍ର ତୋଳାଳୀଙ୍କ ଉପୁଜୁଥିବା ସମସ୍ୟାର ସମାଧାନ କରିବା ନିମନ୍ତେ କେନ୍ଦୁପତ୍ର ବିଭାଗକୁ ଏଠାରେ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ ଶିକ୍ଷା ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ କ୍ଷେତ୍ର ସ୍ତରରେ ଅଚାନକ ବିଦ୍ୟାଳୟ ପରିଦର୍ଶନ କରିବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ବୈଠକରେ ପ୍ରସ୍ତାବ ଦିଆଯାଇଛି।
ଏହି ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏବଂ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *