୭୭ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: HDR ; sceneMode: 2; cct_value: 5525; AI_Scene: (-1, -1); aec_lux: 87.14111; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 29;
ନୟାଗଡ଼: ନୟାଗଡ଼ ଜିଲ୍ଲାର ସଦର ମହକୁମାରେ ୭୭ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରାତଃ ଘ.୦୪.୩୦ମି. ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ରାମଧୂନ୍ ରେକର୍ଡିଂ ବଜାଯାଇ ସହର ପରିକ୍ରମା କରିଥିଲା । ସକାଳ ଘ.୦୬.୩୦ମି. ସମୟରେ ପ୍ରଭାତଫେରୀ କାର୍ଯ୍ୟକ୍ରମ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସେମାନଙ୍କ ଅଂଚଳରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କରାଯାଇଥିଲା । ଏହାପରେ ସକାଳ ଘ.୦୭.୩୦ମି. ସମୟରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସ୍କୁଲ ଓ କଲେଜମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହାପରେ ସକାଳ ୮ଘଟିକାରେ ତ୍ରିନାଥ ଛକ ଠାରେ ଅବସ୍ଥାପିତ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ସମ୍ମାନନୀୟା ଜିଲ୍ଲାପାଳ, ( ଆଇ ପି ଏସ )ମଧୁମିତା ରଥ / ସମ୍ମାନନୀୟା ଅଧ୍ୟକ୍ଷା, ନିରୁପମା ଖଟେଇ,ଉପାଧ୍ୟକ୍ଷ ପୌର ପରିଷଦ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ), ବିଜୟାନନ୍ଦ ନାୟକ/ ଅତିରିକ୍ତ ଜିଲ୍ଲାପାଳ,ରୋଜିନା ଦାସ / ଉପ-ଜିଲ୍ଲାପାଳ, କର୍ଣ୍ଣଦେଵ ସମାଦାର, ବିଭିନ୍ନ ଵିଭାଗିୟ ଅଧିକାରୀ, ସହରର ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସକାଳ ଘ.୦୮.୩୦ମି. ସମୟରେ ମାନ୍ୟବର ମନ୍ତ୍ରୀ , ଉଚ୍ଚ ଶିକ୍ଷା , କ୍ରୀଡା ଓ ଯୁବ ସେବା , ଓଡ଼ିଆ ଭାଷା , ସାହିତ୍ୟ , ସଂସ୍କୃତି , ଓଡିଶା ସରକାର, ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ବାଲ୍ୟ ବିବାହ ପ୍ରଥା ବିରୋଧରେ ଏକ ସାଇକେଲ ରାଲି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରାଲିଟି ନୟାଗଡ ମହିଳା ମହାବିଦ୍ୟାଳୟ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ପରେ ପରେ ସକାଳ ୯ଘଟିକା ସମୟରେ ପି.ଟି.ଏସ. ପଡ଼ିଆ ଠାରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓଡ଼ିଶାଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଏବଂ ପୋଲିସ ବ୍ୟାଣ୍ଡ୍ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।

ମାନ୍ୟବର ମନ୍ତ୍ରୀ ଙ୍କ ସହିତ ସମ୍ମାନନୀୟା ଜିଲ୍ଲାପାଳ, ନୟାଗଡ଼ ଏବଂ ସମ୍ମାନନୀୟା ଆରକ୍ଷୀ ଅଧିକ୍ଷକ,ଏସ . ସୁଶ୍ରୀ ମହୋଦୟା ଯୋଗ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସକାଳ ଘ.୦୯.୧୫ମି. ସମୟରେ ଫୁଲରେ ସୁସଜ୍ଜିତ ଖୋଲା ଗାଡ଼ିରେ ମୁଖ୍ୟ ଅତିଥି ପ୍ୟାରେଡ୍ ପରିଦର୍ଶନ କରିଥିଲେ । ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଏ ମାଟି ହେଉଛି ପଠାଣି ସାମନ୍ତଙ୍କ ମାଟି, ସହିଦର ମାଟି,କଳା ସାହିତ୍ୟର ମାଟି,କବି ଯଦୁମଣିର ମାଟି।ପଠାଣି ସାମନ୍ତଙ୍କ ସିଦ୍ଧାନ୍ତ ଦର୍ପଣ ବିଶ୍ୱ ବିଦିତ ।ନୟାଗଡ ଚାରି ଗଡଯାତକୁ ନେଇ ଗଠିତ ।ମହାପ୍ରଭୁ ଜଗନ୍ନାଥଙ୍କ ଆଦିପୀଠ କଣ୍ଟିଲୋ ନୀଳମାଧବ, ଓଡ଼ଗାଁ ରଘୁନାଥ, ରଣପୁର ମାଆ ମଣିନାଗ,ସରଣକୁଳର ଲଡୁକେଶ ମହାଦେବ (ଲଦୁବାବା), ଦଶପଲ୍ଲାର ମହାବୀର ନୟାଗଡ ଜିଲ୍ଲାକୁ ଆଧ୍ୟାତ୍ମିକ କ୍ଷେତ୍ରରେ ମହିମା ମଣ୍ଡିତ କରିଛି । ଏହି ମାଟିରେ ଅର୍ଜୁନ ରାଉତ, ରଘୁ ମହାନ୍ତି,ଦିବାକର ପରିଡ଼ା ଓ କଷ୍ଟି ଡାକୁଆ,ଲକ୍ଷ୍ମଣ ମହାରଣା,କଣ୍ଡୁରି ପରିଡ଼ା, ଶୁକ୍ରୁ ବେହେରା, ଲିଙ୍ଗା ନାହାକ, ଶ୍ରୀଧର ଦାଶ, ବାଞ୍ଛାନିଧି ସେନାପତି, ସଦାଶିବ ଷଡ଼ଙ୍ଗୀ,ଗତି ମଙ୍ଗରାଜ ଭଳି ସ୍ଵାଧୀନତା ସଂଗ୍ରାମୀ ମାନେ ଏହି ମାଟିକୁ ଜାତୀୟ ସ୍ତରରେ ମହିମା ମଣ୍ଡିତ କରିବା ସହିତ ସ୍ଵାଧୀନତା ଆନ୍ଦୋଳନରେ ସହିଦ ହୋଇ ଯାଇଛନ୍ତି ।ପ୍ୟାରେଡ୍ରେ ଭାଗ ନେଇଥିବା ୫୦ ଗୋଟି ଦଳ ପ୍ୟାରେଡ୍ କରିବା ସଙ୍ଗେ ସଙ୍ଗେ ୦୭ ଗୋଟି ପ୍ରଜ୍ଞାପନ ରଥ ଯଥା ସମଗ୍ର ଶିକ୍ଷା ଅଭିଯାନ, ସଡ଼କ ସୁରକ୍ଷା ରଥ, ଶିଶୁ ସୁରକ୍ଷା ରଥ, କୃଷି ଓ କୃଷକ ସଶକ୍ତ କରଣ ରଥ, ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ରଥ, ବନ୍ୟ ଜନ୍ତୁ ସୁରକ୍ଷା ରଥ, ସ୍ୱାସ୍ଥ୍ୟ ରଥ ପ୍ରମୁଖ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ପ୍ରଦାନ କରିଥିଲେ । ପ୍ୟାରେଡ୍ରେ ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ୫ଗୋଟି କଣ୍ଟିଜେଣ୍ଟକୁ ଯଥା ସିଭିଲିଆନ କନିଷ୍ଠ ବିଭାଗରେ ଜବାହର ନବୋଦୟ ବିଦ୍ୟାଳୟ(ବାଳକ), ସିଭିଲିଆନ ବରିଷ୍ଠ ବିଭାଗରେ ଜବାହର ନବୋଦୟ ବିଦ୍ୟାଳୟ (ବାଳିକା), ୟୁନିଫର୍ମ ବିଭାଗରେ ସ୍କାଉଟ ପି.ଏମ.ଶ୍ରୀ. କେନ୍ଦ୍ରୀୟ ବିଦ୍ୟାଳୟ, ଏନ.ସି.ସି. ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ (ବାଳକ), ଏନ.ସି.ସି. ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟ(ବାଳିକା ) ଏବଂ ବେଷ୍ଟ କଣ୍ଟିଜେଣ୍ଟ ଭାବରେ ଇନସ୍ପାୟାର ମହାବିଦ୍ୟାଳୟକୁ ଟ୍ରଫି ପ୍ରଦାନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜସ୍ତର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଶ୍ରେଷ୍ଠ ୩ଟି ବିଦ୍ୟାଳୟକୁ ଯଥା ହୋଲି ଫାମିଲି ଇଂ. ମିଡିୟମ ସ୍କୁଲ (ପ୍ରଥମ),ମଦର ଆବାସିକ ବିଦ୍ୟାଳୟ (ଦ୍ଵିତୀୟ), ପି.ଏମ.ଶ୍ରୀ. କେନ୍ଦ୍ରୀୟ ବିଦ୍ୟାଳୟ (ତୃତୀୟ) ଭାବରେ ପୁରସ୍କୃତ କରାଯାଇଥିଲା । ପୋଲିସ ବିଭାଗର ୮ ଜଣ ଦକ୍ଷ ପୋଲିସ ଅଧିକାରୀଙ୍କୁ ଯଥା ଡି ଏସ ପି ନିହାର ରଞ୍ଜନ ମହାନ୍ତି ,ଆଇ ଆଇ ସି ଅଭୟ ବେହେରା , ଏସ ଆଇ ବୀରେନ୍ଦ୍ର କୁମାର ଦେହୁରୀ , ଆ ଏସ ଆଇ ଡି. ରବିନ, ହାବିଲ୍ଦାର ବିଭୁତି ଭୂଷଣ ମହାରଣା , କନଷ୍ଟେବଳ ଲକ୍ଷ୍ମୀକାନ୍ତ ବରାଡ଼, ଆର ଆଇ ବିରଂଚି ନାରାୟଣ ସାହୁ , ଏସ ଆଇ ଗୋପାଳ ଚନ୍ଦ୍ର ପ୍ରଧାନ ସ୍ୱତନ୍ତ୍ର ଭାବେ ସମ୍ମାନିତ କର ଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର , ଟ୍ରଫି ପ୍ରଦାନ କରାଯାଇଥିଲା ।ପ୍ୟାରେଡ କାର୍ଯ୍ୟକ୍ରମ ସରିବାପରେ ପ୍ରଜ୍ଞାପନ ମେଢ଼ ସହିତ ପି ଟି ଏସ ବେଣ୍ଡ ବାଜା ସହର ପରିକ୍ରମା କରିଥିଲା । ଜିଲ୍ଲା କାରାଗାର ଅନ୍ତେବାସୀମାନଙ୍କୁ ମଣ୍ଡଳ ଉନ୍ନୟନ ଅଧିକାରୀ ନୟାଗଡ଼ଙ୍କ ତତ୍ତ୍ଵାବଧାନରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଟାରୀ କ୍ଲବ ନୟାଗଡ ଓ ବ୍ଲଡ୍ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଉଦ୍ଘାଟନ କରିଥିଲେ । ନୟାଗଡ଼ ପୌର ପରିଷଦ ପକ୍ଷରୁ ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଫଳ ବଣ୍ଟନ କରାଯାଇଥିଲା । ପରିଶେଷରେ ଏକ ବନ୍ଧୁତ୍ୱପୂର୍ଣ କ୍ରିକେଟ ମ୍ୟାଚ ଜ଼ିଲ୍ଲା ପ୍ରଶାସନ , ପୋଲିସ ବାହିନୀ , ଆଇନଜୀବୀ ଓ ସାମ୍ବାଦିକମାନଙ୍କୁ ନେଇ ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଖେଳ ପଡିଆ ଠାରେ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
