୭୯ତମ ସ୍ଵାଧୀନତା ଦିବସ ମହାସମାରୋହରେ ଅନୁଷ୍ଠିତ
ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ମାନପୁର ଉଚ୍ଚ ବିଦ୍ୟାଳୟରେ ସ୍ବାଧିନତା ଦିବସ ଅଦ୍ୟ ତା୧୫/୮/୨୦୨୫ଶୁକ୍ରବାର ଦିନ ମହା ସମାରୋହରେ ପାଳନ କରାଯାଇଅଛି । ସକାଳ ଘ:୬:୩୦ମିନିଟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀ “ରଘୁପତି ରାଘବ ରାଜାରାମ “ପ୍ରାର୍ଥନା ଗାଇ ଗ୍ରାମ ପରିକ୍ରମା କରିଥିଲେ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ପାଣିଗ୍ରାହୀ ପତାକା ଉତ୍ତୋଳନ କରିଥିଲେ । ମାନପୁର ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ବାଧିନତା ଦିବସ ଉପଲକ୍ଷେ ଏକ ସଭା ର ଆୟୋଜନ କରାଯାଇଥିଲା । ଏଥିରେ ଯୋଗଦାନ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନେ ସ୍ବାଧୀନତା ଦିବସ ସମ୍ବନ୍ଧ ରେ ଭାଷଣ ପ୍ରଦାନ କରିଥିଲେ ।

ପ୍ରଧାନ ଶିକ୍ଷକ ସ୍ଵାଧିନତା ଦିବସ ବିଷୟରେ ଅଭିଭାଷଣ ପ୍ରଦାନ କରିବା ସହିତ ବିଦ୍ୟାଳୟରେ ଉପସ୍ଥିତ ଥିବା ସମସ୍ତ ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ମଧ୍ୟ ଅଭିଭାଷଣ ପ୍ରଦାନ କରିଥିଲେ । ପରିଶେଷରେ ଶ୍ରୀ ଆଲୋକ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଇପିଏ ରୁ କ୍ଷମାନିଧି ବଣ୍ଡୁକି ଙ୍କ ରିପୋର୍ଟ
