July 26, 2025
Home » ୭୯ତମ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

୭୯ତମ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

0
WhatsApp Image 2025-07-26 at 4.56.56 PM

ବ୍ରହ୍ମପୁର: ଚଳିତ ବର୍ଷ ୭୯ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆଜି ୪ଘଣ୍ଟା ୩୦ମିନିଟ୍ ରେ ଅତିରିକ୍ତ ଉପଜିଲ୍ଲାପାଳ ଛତ୍ରପୁର ତଥା ଭାରପ୍ରାପ୍ତ ବ୍ରହ୍ମପୁର ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଂସଦା ଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଡେପୁଟି କଲେକ୍ଟର କସ୍ତୁରୀ ସ୍ବାଇଁ, ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା , ବ୍ରହ୍ମପୁର ଟାଉନ ଏସଡିପିଓ ପ୍ରୀୟସ ରଞ୍ଜନ ଛୋଟରାୟ , ଟ୍ରାଫିକ ଡି ଏସ ପି ତ୍ରିପତି ଚୌଧୁରୀ ମଞ୍ଚାସିନ ଥିଲେ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l


ସ୍ଵାଧୀନତା ଦିବସ ଦିନ ପ୍ରତ୍ୟୁଷ ଘ୪.୩୦ମି ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ବ୍ରହ୍ମପୁର ସହର ରେ ରାମଧୁନ ପରିବେଷଣ କରାଯିବ l ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ୭ଘଣ୍ଟା ରେ ପତାକା ଉତୋଳନ କରିବେ l ସକାଳ ୯ ଘଣ୍ଟା ୧୫ ମିନିଟ୍ ରେ ଉକ୍ତ ଦିନ ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଷ୍ଟାଡିୟମ୍ ଠାରେ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ l ପ୍ୟାରେଡ୍ ଅଭ୍ୟାସ ନିମନ୍ତେ ଆସନ୍ତା ୧୧ ଓ ୧୨ ତାରିଖ ଅପରାହ୍ନ ୩ଘଣ୍ଟା ଏବଂ ୧୩ ତାରିଖ ସକାଳ ୮ଘଣ୍ଟା ସମୟରେ ଅଭ୍ୟାସ କରାଯିବା ନିମନ୍ତେ ସ୍ଥିର କରାଯାଇଛି l ସ୍ୱାଧୀନତା ଦିବସ ନିମନ୍ତେ ଆସନ୍ତା ୨ ତାରିଖ ରେ ଚିତ୍ରାଙ୍କନ ଓ ଓଡ଼ିଆ ରଚନା ପ୍ରତିଯୋଗିତା ଏବଂ ୩ ତାରିଖରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଉପଜଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସକାଳ ୮ଘଣ୍ଟା ସମୟରେ ଆୟୋଜିତ ହେବ l ଏହି ବୈଠକରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ପୂର୍ବ ପ୍ରସ୍ତୁତି ବିବରଣୀ ପାଠ କରିଥିଲେ l ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ ଲୋକନାଥ ଶତପଥୀ, ରଜକ ହୁସେନ ଓ ରବୀନ୍ଦ୍ର ସାହୁ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *