December 27, 2025
Home » ୭୯ ତମ ସ୍ବାଧିନତା ଦିବସ ୨୦୨୫ ପାଳନ ପାଇଁ ପ୍ରସ୍ତୁତି ବୈଠକ

୭୯ ତମ ସ୍ବାଧିନତା ଦିବସ ୨୦୨୫ ପାଳନ ପାଇଁ ପ୍ରସ୍ତୁତି ବୈଠକ

0
WhatsApp Image 2025-08-01 at 1.50.24 PM

ସୁବର୍ଣ୍ଣପୁର– ଗତକାଲି ଅପରାହ୍ନ ୩.୦୦ ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ୭୯ତମ ସ୍ବାଧିନତା ଦିବସ ୨୦୨୫ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଉଭୟ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଉପଜିଲ୍ଲାପାଳ, ସୋନପୁର, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀବୃନ୍ଦ, ସୋନପୁର ସହରର ବୁଦ୍ଧିଜୀବୀ ବୃନ୍ଦ, ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ମହାବିଦ୍ୟାଳୟ ଗୁଡିକର ଅଧ୍ୟକ୍ଷ/ଅଧ୍ୟକ୍ଷା, ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ବୃନ୍ଦ, ସୋନପୁର ସହରର ସମସ୍ତ ସେଚ୍ଛାସେବୀ ସଂଗଠନ/ ଅନୁଷ୍ଠାନର କର୍ମକର୍ତ୍ତା ବୃନ୍ଦ, ସମସ୍ତ ଯୁବକ ସଂଘ,କ୍ଲବ ଓ ଏସୋସିଏସନ୍ ର କର୍ମକର୍ତ୍ତା, ଜିଲ୍ଲା ସାମ୍ବାଦିକ ସଂଘ ଓ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା, ସମସ୍ତ ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ଗୁଡିକର କର୍ମକର୍ତ୍ତା ବୃନ୍ଦ ଓ ସମ୍ବାଦ ପତ୍ର ଓ ବୈଦ୍ୟୁତିକ ଗଣ ମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତଥିଲେ । ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଜିଲ୍ଲା ପଞ୍ଚାୟତ ଅଧିକାରୀ ସମସ୍ତଙ୍କୁ ସ୍ଵାଗତ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପ୍ରଧାନ ସଭା ପରିଚାଳନା କରିଥିଲେ ।ଏହି ପ୍ରସ୍ତୁତି ବୈଠକରେ ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ସଠିକ୍ ଭାବରେ ସ୍ବାଧିନତା ଦିବସ ପାଳନ ପାଇଁ ଜିଲ୍ଲାପାଳ ଉପସ୍ଥିତଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ଠାରୁ ସୁଚିନ୍ତିତ ମତାମତ ଲୋଡିଥିଲେ ଏବଂ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବୈଠକର ଆଲୋଚ୍ୟ ବିଷୟ ବସ୍ତୁ ଅନୁଯାୟୀ ସବିଶେଷ ଆଲୋଚନା କରାଯାଇ ପ୍ରସ୍ତାବ ଗୁଡ଼ିକ ଗୃହୀତ କରାଗଲା ଓ ତଦନୁଯାୟୀ ସ୍ବାଧିନତା ଦିବସ ପାଳନ ନିମନ୍ତେ ଜଡ଼ିତ ଥିବା ଅଧିକାରୀ ମାନଙ୍କୁ ଓ ବ୍ୟକ୍ତି ବିଶେଷଙ୍କୁ ଆବଶ୍ୟକୀୟ ଦାୟିତ୍ଵ ଅର୍ପଣ କରାଗଲା। ବୈଠକ ଶେଷରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ, ( ସାଧାରଣ ) ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *