July 2, 2025
Home » ୮୯ ତମ ତ୍ରିମୂର୍ତ୍ତୀ ଶିବ ଜୟନ୍ତୀ ସମାରୋହ ପାଳିତ

୮୯ ତମ ତ୍ରିମୂର୍ତ୍ତୀ ଶିବ ଜୟନ୍ତୀ ସମାରୋହ ପାଳିତ

0
WhatsApp Image 2025-02-26 at 6.21.22 PM (1)

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଆନୁକୂଲ୍ୟରେ ସପ୍ତାହ ବ୍ୟାପୀ ୮୯ ତମ ତ୍ରିମୂର୍ତ୍ତୀ ଶିବ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ସପ୍ତାହ ବ୍ୟାପୀ ବିଭି୍ନପ୍ରାନ୍ତରେ ନଗର ପରିଭ୍ରମଣ, ଶିବ ସନ୍ଦେଶ ନେଇ ଜନ ସଚେତନତା, ଅଭିଯାନ ଓ ଆଧ୍ୟାତ୍ମିକ ଜାଗରଣ ଶିବିରମାନ ଆୟୋଜନ ହୋଇ ବିଭିନ୍ନ ସ୍ଥାନରେ ଆନୁଷ୍ଠାନିକ ଭାବେ ସମାହିତ ହେଇଯାଇଛି ।

ବୁଧବାର ପବିତ୍ର ମହାଶିବରାତ୍ରି ପାଳନ ଅବସରରେ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ପ୍ରଭାତରେ ମୁରଲୀ ପଠନ, ରାଜଯୋଗ ମାଧ୍ଯମରେ ଶିବବାବା ଙ୍କ ସ୍ମରଣ ହୋଇ ଆଶ୍ରମ ମୁଖ୍ୟ ଫାଟକରେ ଶିବ ବାବା ଙ୍କ ଧ୍ଵଜା ଉତ୍ତୋଳନ ଶାନ୍ତିଧାମ କୁ ସ୍ମରଣ କରି ଶିବ ସନ୍ଦେଶ ଗାନ କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଆଶ୍ରମ ର ସମ୍ମିଳନୀ ଗୃହରେ ପରମପିତା ପରମାତ୍ମା ଶିବବାବାଙ୍କ ସନ୍ଦେଶ ଆଲୋଚନା ସଭା, କେକ୍ କାଟି ପରମାତ୍ମା ଶିବବାବାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ରାଜଯୋଗୀନି ବ୍ରହ୍ମା କୁମାରୀ ବିଜୟ ଲକ୍ଷ୍ମୀ ଏହି କାର୍ଯ୍ୟକ୍ରମକୁ ପୌରହିତ୍ୟ କରିଥିବା ବେଳେ ଛତ୍ରପୁର ଓକିଲ ସଂଘ ସଭାପତି ତଥା ବିଜେପି ଲିଗାଲ୍ ସେଲ୍ ଅଧ୍ୟକ୍ଷ ଆଇନଜ୍ଞ ପ୍ରଦୀପ କୁମାର ପାଢୀ, ଡେପୁଟୀ କଲେକ୍ଟର ଅଭିଷେକ ମହାନ୍ତି, ବିଧାୟକଙ୍କ ପ୍ରତିନିଧି ବନୋଜ ନାହକ, ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଶିବ ପରମାତ୍ମା, ଶିବବାବାଙ୍କ ମହିମା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମା କୁମାରୀ ଭାଗ୍ୟ ଭଉଣୀ , ବ୍ରହ୍ମା କୁମାର ସୂର୍ଯ୍ୟ ଭାଈ, ସିମାଞ୍ଚଳ ଦାସ୍, ରଜନୀ କାନ୍ତ ପଟ୍ଟନାୟକ, ୱାଈ. ବାଲା କ୍ରିଷ୍ଣା ରେଡ୍ଡୀ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *