July 1, 2025
Home » ୮ ଚୋରୀ ବାଇକ ଜବତ : ୩ ଅଭିଯୁକ୍ତ ଗିରଫ

୮ ଚୋରୀ ବାଇକ ଜବତ : ୩ ଅଭିଯୁକ୍ତ ଗିରଫ

0
WhatsApp Image 2025-05-07 at 11.33.22 AM (1)

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୁଲିସକୁ ବଡ଼ ସଫଳତା ମିଳିଛି l ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୮ଟି ବାଇକ୍ , ୨ଟି ମୋବାଇଲ୍ ଜବତ କରିବା ସହ ୩ ଜଣ ଅଭିଯୁକ୍ତ କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଛି l ସୂଚନା ଅନୁସାରେ ବିନିକା ଅଞ୍ଚଳର ବିଭିନ୍ନ ସ୍ଥାନରେ ବାଇକ୍ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଆସୁଥିଲା l ଅଭିଯୋଗ ଆଧାରରେ ପୁଲିସ ପେଟ୍ରୋଲିଂ କଡା କଡ଼ି କରିଥିଲା l ତେବେ ବାଇକ ଚୋରି ଘଟଣାରେ ପୂଜାରୀ ସାହାଜ ବାହାଲ ର ନିରଞ୍ଜନ ମହାନନ୍ଦ , ଘାସିରାମ ଜଗଦଳା ଓ ଫୁଲମୁଠି ଗ୍ରାମ ର ଗଙ୍ଗାଧର ଛତ୍ରିଆ ଅଭିଯୁକ୍ତକୁ ଗିରଫ କରିଛି । ପୁଲିସ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଗତକାଲି କୋର୍ଟ ଚାଲାଣ କରିଥିଲା । କିନ୍ତୁ କୋଟରେ ଜାମିନ ନା ମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ପୁଲିସ ର ଏହି ଚଢାଉ ରେ ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀଙ୍କ ନେତୃତ୍ୱରେ ଥାନା ଏଏସଆଇ ରଞ୍ଜୟ ନାୟକ , କୁନା ସାହୁ ଓ ଷ୍ଟାଫ୍ ପ୍ରମୁଖ ସାମିଲ ଥିଲେ ।

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *