February 10, 2026
Home » ୮ ଦଫା ଦାବି ନେଇ ବିଏମଏସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ

୮ ଦଫା ଦାବି ନେଇ ବିଏମଏସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ

0
raya

ଭାରତୀୟ ମଜଦୂର ସଂଘ ପକ୍ଷରୁ ୧୮/୦୩/୨୫ ତାରିଖ ମଙ୍ଗଳବାର ଦିନ ୧୦.୪୫ ଘଣ୍ଟା ସମୟରେ ସ୍ଥାନୀୟ ଠକର ବାପା ଆଶ୍ରମ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୮ ଦଫା ସମ୍ବଳିତ ଦାବି ପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ମାନ୍ୟବର ମୂଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଓଡ଼ିଶା ପ୍ରଦେଶ ଭାରତୀୟ ମଜଦୂର ସଂଘ ରାଜ୍ୟ ଉପସଭାପତି ଯୋଗେଶ୍ଵର ଦାସଙ୍କ ନେତୃତ୍ୱରେ ବିରାଟ ଶୋଭାଯାତ୍ରା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଏଡିଏମ ଶ୍ରୀ ନବୀନ ଚନ୍ଦ୍ର ନାୟକ ଉକ୍ତ ଦାବିପତ୍ର ଗ୍ରହଣ କରିଥିଲେ ।

ଏହି ଅବସରରେ ରାଜ୍ୟ ଉପସଭାପତିଯୋଗେଶ ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଭାରତ ସରକାରଙ୍କ କେନ୍ଦ୍ର ବଜେଟ୍ ୨୦୨୫-୨୬ ରେ ସ୍କିମ୍ ୱର୍କରଙ୍କୁ ବଜେଟରେ ଅଣଦେଖା କରାଗଲା ତାକୁ ପରିବର୍ତ୍ତନ କରି ସ୍କିମ ୱର୍କରଙ୍କ ପାଇ ଚିନ୍ତା କରାଯାଉ ଓ ଡିଏସଡବ୍ଲୁଓ ସରକାରଙ୍କ ସମସ୍ତ ସୁବିଧା ଥିବା ସତ୍ତ୍ବେ ଅଙ୍ଗନୱାଡ଼ି କର୍ମିନୁ ଅଣଦେଖା କରି ଅତ୍ୟାଚାର ସହ ଆର୍ଥିକ ସାହାଯ୍ୟ ନ କରିବା ପ୍ରତିବାଦରେ ସଭାଯତ୍ର,ବିକ୍ଷଭ ପ୍ରଦର୍ଶନ କରିବା ଆଜିର ମୁଖ୍ୟ ଉଦ୍ଦେଶ୍ୟ । ଜିଲ୍ଲା ସଭାପତିଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଉକ୍ତ ଦାବିପତ୍ରରେ ଭାରତ ମଜଦୁର ସଂଗଠନର କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀ ବୈଠକ ୧୦-୨୫ ଫେବୃଆରୀ, ୨୦୨୫ରେ ଗୁଆହାଟୀରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭାରତ ସରକାରଙ୍କ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପରେ ଏକ ସଂକଳ୍ପ ପାରିତ ହୋଇଛି ଏବଂ ଯାହାର ମୂଲ୍ୟାଙ୍କନ, ରେଫରେନ୍ସ ଏବଂ କାର୍ଯ୍ୟ ପାଇଁ ପାସ୍ ହୋଇଥିବା ରିଜୋଲ୍ୟୁସନ୍ ର ଏକ କପି ଆବଦ୍ଧ କରିବା ସହ ପ୍ରସ୍ତାବକୁ ବିଚାରକୁ ନେଇ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ନ୍ୟାୟ ନିଶ୍ଚିତ କରିବାକୁ ଏହା ଉପରେ କାର୍ଯ୍ୟ କରିବେ ବୋଲି ଉଲ୍ଲେଖ ରହିଥିଲା । ଉକ୍ତ ଶୋଭାଯାତ୍ରା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ସମସ୍ତ ଅଙ୍ଗନବାଡ଼ି କର୍ମୀ ସହ ଜିଲ୍ଲା ସଭାପତି,ଜିଲ୍ଲା ସମ୍ପାଦକ ସମେତ ଆଇନଜୀବୀ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *