୯ ବର୍ଷ ଝିଅର ବିକୃତ ମସ୍ତିସ୍କ ରୋଗ ଚିକିତ୍ସା ଲାଗି ସରକାରଙ୍କ ନିକଟରେ ଆକୁଳ ନିବେଦନ ।
ଗୋଟାଏ ମା ପାଇଁ ତାର ସନ୍ତାନ ସର୍ବଶ୍ରେଷ୍ଠ ସମ୍ପତ୍ତି । ଏମିତି ଏକ ଉଦାହରଣ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳର ପ୍ରିୟଙ୍କା ଗୌଡ଼ଙ୍କ ପାଇଁ ମସ୍ତିସ୍କ ବିକୃତ ରୋଗିଣା ୯ ବର୍ଷର ଝିଅ ଶ୍ରୀୟା ଗୌଡ଼ଙ୍କ କେତେ ମୂଲ୍ୟବାନ ତାହା ଏହି ଘଟଣାକୁ ଦେଖିଲେ ବାରି ପାରିବେ । ଜନ୍ମରୁ କଥା କହିପାରୁନି କି ଚାଲିପାରୁନି । ଝିଅର ଏଭଳି ଅବସ୍ଥାରେ ତାର ଚିକିତ୍ସା ପାଇଁ ବ୍ରହ୍ମପୁର , ଭୁବନେଶ୍ଵର ଠାରୁ ବେଙ୍ଗୋଲୋର ପଯ୍ୟନ୍ତ ହସ୍ପିଟାଲ୍ ଦେଖେଇ ଦେଖେଇ ଶେଷରେ ନୟାନ୍ତ ହୋଇପଡିଛନ୍ତି ମା ଓ ବାପା l ଦିନମଜୁରିଆ ସ୍ଵାମୀଙ୍କ ସ୍ଵଳ୍ପ ସଞ୍ଚୟ ସାଙ୍ଗକୁ ପରିବାର ପ୍ରତିପୋଷଣ ସତେ ଯେପରି ବୋଝ ଉପରେ ଲଳିତା ବିଡା ସଦୃଶ୍ୟ l ଶେଷରେ ଭାଙ୍ଗି ପଡ଼ିଥିବା ବେଳେ ସାହାଯ୍ୟର ହାତ ବଢ଼େଇଛନ୍ତି ଖଲ୍ଲିକୋଟ ବ୍ଲକ୍ ଅଞ୍ଚଳର ଡ଼ା.APJ ଅବଦୁଲ କଲାମ ଜନକଲ୍ୟଣ ଚାରି ଟେବୁଲ୍ ଟ୍ରଷ୍ଟ ର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା । ପ୍ରିୟଙ୍କା ସହ ମସ୍ତିସ୍କ ବିକୃତ ଝିଅକୁ ସାଙ୍ଗରେ ନେଇ ଆଜି ବ୍ରହ୍ମପୁର CDMO ଙ୍କ ନିକଟକୁ ସାକ୍ଷାତ କରି ଭିନ୍ନକ୍ଷମ ପ୍ରମାଣ ପତ୍ର ନିମନ୍ତେ ଆବେଦନ କରିବା ସାଙ୍ଗକୁ ଛତ୍ରପୁର ଆସି ଜିଲାପାଳଙ୍କୁ ସାକ୍ଷାତ କରି ସରକାରୀ ସହାୟତା ଓ ଚିକିତ୍ସା ପାଇଁ ନିବେଦନ କରିଛନ୍ତି ।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )l