July 1, 2025
Home » ଜମି ବିବାବକୁ ନେଇ ସନଭାଇକୁ ହତ୍ୟାକଲା ବଡଭାଇ

ଜମି ବିବାବକୁ ନେଇ ସନଭାଇକୁ ହତ୍ୟାକଲା ବଡଭାଇ

0
WhatsApp Image 2025-01-31 at 2.21.38 PM

ଜମି ବିବାବକୁ ନେଇ ବଡ଼ଭାଇର ଟାଙ୍ଗିଆ ଚୋଟରେ ସନଭାଇର ମୃତ୍ୟୁ ଘଟିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ତାଟିଗୁଡ଼ା ଗାଁରେ । ସୂଚନା ମୁତାବକ ଅନେକ ସମୟରେ ବାଦାମ ଚାଷକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ କ୍ରମାଗତ ଭାବେ ଗଣ୍ଡଗୋଳ ଲାଗି ରହୁଥିଲାl ବାଦାମ ଚାଷକୁ ନେଇ ଦୁଇ ଭାଇ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ସହ ମତାନ୍ତର ଲାଗି ରହୁଥିଲା। ପରିଶେଷରେ କ୍ରୋଧାନ୍ୱିତ ବଡ଼ଭାଇ ସୋମବାର ଦିନ ବିଳମ୍ବିତ ରାତିରେ ତାଟିଗୁଡ଼ା ଗାଁର ଭୀମା ସୋଡ଼ୀ (୪୭) ନିଜ ଜମିରେ ଥିବା କୁଡିଆରେ ଶୋଇଥିବା ସମୟରେ ବଡ ଭାଇ ସୋଡ଼ୀ ମାଡା ସେଠାରେ ପହଞ୍ଚି ଟାଙ୍ଗିଆ ସାହାଯ୍ୟରେ ଭୀମାକୁ ଆକ୍ରମଣ କରି ହତ୍ୟା କରି ନିଜ ଘରକୁ ଚାଲି ଯାଇଥିଲା । ଗ୍ରାମବାସୀଙ୍କ ଦ୍ବାରା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ବଡଭାଇକୁ ଥାନାରେ ଅଟକ ରଖି ପୋଚରାଉଚ୍ଚର କରୁଛି । ଏଥିସହ ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ଦ୍ବାରା ବୁଧବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି । ଉକ୍ତ ହତ୍ୟା ଘଟଣା ନେଇ ଅଧିକ ତଦନ୍ତ ପାଇଁ କୋରାପୁଟରୁ ସାଇଣ୍ଟିଫିକ ପହଞ୍ଚି ଦତନ୍ତ ଜାରି ରଖିଛନ୍ତିl

ରିପୋର୍ଟ:ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *