July 5, 2025
Home » ଆଗାମୀ ସରକାରୀ ଉ. ପ୍ରା ବିଦ୍ୟାଳୟ ସମସ୍ୟା ମଧ୍ୟରେ ସମାଧାନ କେବେ – ?

ଆଗାମୀ ସରକାରୀ ଉ. ପ୍ରା ବିଦ୍ୟାଳୟ ସମସ୍ୟା ମଧ୍ୟରେ ସମାଧାନ କେବେ – ?

0
WhatsApp Image 2025-02-18 at 2.34.31 PM

_ ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଆଗାମୀ ସରକାରୀ ଉ ପ୍ରା ବିଦ୍ୟାଳୟ ରେ ସମସ୍ୟା ଦିନ କୁ ଦିନ ବୃଦ୍ଧି ପାଉଛି। ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ଥିବାବେଳେ ଦୀର୍ଘ ତିନି ବର୍ଷ ହେଲାଣି ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବଦଳରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ମାତ୍ର ୧୯ ଜଣ ଛାତ୍ରଛାତ୍ରୀ ଅଛନ୍ତି। ତିନିଜଣ ଶିକ୍ଷୟିତ୍ରୀ ଥିଲେ,ଇତି ମଧ୍ୟରେ ଜଣେ ଶିକ୍ଷୟିତ୍ରୀ ଙ୍କ ରେଗୁଲାର ହେବାରୁ ତାଙ୍କୁ ବଦଳି କରିନିଆଗଲା।ଏବେ ମାତ୍ର ଦୁଇ ଜଣ ଶିକ୍ଷୟିତ୍ରୀ ଅଛନ୍ତି। ସରକାର ଶିକ୍ଷା ର ବିକାଶ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ର ସମସ୍ତ ସୁବିଧା କରାଯାଇଛି,ତାହା ବେଦରେ ଗାର ହେବା ବଦଳରେ ପାଣିରେ ରେ ପରିଣତ ନ ହେଉ, ଫୁଲବାଣୀ ଠାରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ସମଗ୍ର ଶିକ୍ଷା କନ୍ଧମାଳ , ଫୁଲବାଣୀ କାର୍ଯ୍ୟାଳୟ ଅଧିକାରୀ ଶ୍ରୀ ପ୍ରମୋଦ ଷଡ଼ଙ୍ଗୀ ଙ୍କ ସହ ଆଗାମୀ ବିଦ୍ୟାଳୟ ରେ ତା ୧୦.୨.୨୫ ରିଖ ଦିନ କନ୍ଧମାଳ ଜିଲ୍ଲା ଇ ପି ଏ ପ୍ରତିନିଧି ପ୍ରମୋଦ କୁମାର ନାୟକ ଫୁଲବାଣୀ ଫୋନରେ ପଚାରିବାରୁ ସାର ଆଗାମୀ ବିଦ୍ୟାଳୟ ରେ ଆଜି ମାତ୍ର ଆଠ ଜଣ ପିଲା ଅଛନ୍ତି,ଘଟଣା କ’ଣ ସାର୍ କହିଲେ ଅଧିକା ଜାଣିବା ପାଇଁ ସ୍କୁଲ କୁ ଯାଆନ୍ତୁ, ପ୍ରଧାନ ଶିକ୍ଷୟତ୍ରୀ ଙ୍କ କହିବା କଥା ଗାଁ ଲୋକଙ୍କ ଅଭିଯୋଗ ହେଉଛି ସ୍କୁଲ ଭିତରେ ଗୋଟିଏ ଶ୍ରେଣୀ ଗୃହ ଦେଲେ ସକାଳେ ସନ୍ଧ୍ୟାରେ ଟିଉସନ କରିବାକୁ ଅଡିବସିଛନ୍ତି।ହେଲେ ଗୋଟିଏ ଶ୍ରେଣୀ ଗୃହ ର ଆଜବେଷ୍ଟସ ଭାଙ୍ଗିଯାଇଛି।ପିଲା ସଂଖ୍ୟା ତୁଳନାରେ ୧୯୪୫ ମସିହା ର ସ୍କୁଲ ପ୍ରତି କେତେଦୂର ଦୃଷ୍ଟି ଆକର୍ଷଣ ହେଉଥିବା କତୃପକ୍ଷ ଙ୍କ ଏଠାରେ ବେସ ସରକାରୀ ବାବୁ ମାନଙ୍କ କାର୍ଯ୍ୟର ତଦନ୍ତ ପ୍ରତି ସିଧାସଳଖ ଭାବେ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅତ୍ମିତ ଋତୁରାଜ୍ ଙ୍କ ଦ୍ଵାରା ତଦନ୍ତ ପାଇଁ ସାଧାରଣ ରେ ଦୃଢ଼ ଦାବି ହେଉଛି।ଆଗାମୀ ବିଦ୍ୟାଳୟ ରେ ସମସ୍ୟା ଦିନ କୁ ଦିନ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏ ଦିଗରେ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ଙ୍କ ଦୃଷ୍ଟି ପଡ଼ିବାକୁ ସ୍କୁଲ କମିଟି ର ନିବେଦନ ଦାବି ହେଉଛି।

କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *