July 5, 2025
Home » ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ଓ ସୌରା ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦାବି ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ କୋରାପୁଟ ସାଂସଦ

ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ଓ ସୌରା ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦାବି ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ କୋରାପୁଟ ସାଂସଦ

0
WhatsApp Image 2025-02-24 at 7.41.47 PM (1)

ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ଓ ସୌରା ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦାବି ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଆଲୋଚନା କରିବା ସକାଶେ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ କୋରାପୁଟ ସାଂସଦ ସପ୍ତଶଙ୍କର ଉଲାକା ନୂଆଦିଲ୍ଲୀରେ ଭେଟି ଫେରିଛନ୍ତି ।

ପ୍ରକାଶ ଥାଉ କି ଅନେକ ଥର ଏ ନେଇ ଦାବି ହୋଇ ଆସୁଥିବା ବେଳେ ବିଭିନ୍ନ ସମୟରେ ଆନ୍ଦୋଳନ ମଧ୍ୟ ହୋଇଥିଲା । ରାଷ୍ଟ୍ରପତିଙ୍କୁ ଭେଟି ଫେରିବା ପରେ କୋରାପୁଟ ସାଂସଦ ସପ୍ତଶଙ୍କର ଉଲାକା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଝୋଡ଼ିଆ ସମ୍ପ୍ରଦାୟର ଲୋକଙ୍କ ସଂସ୍କୃତି, ପରମ୍ପରା ସମ୍ପୂର୍ଣ୍ଣ ଭାବେ ଅନ୍ୟାନ୍ୟ ଆଦିବାସୀ ସଂପ୍ରଦାୟ ସହ ସମାନ ରହିଥିବା ହେତୁ ଝୋଡ଼ିଆ ସମ୍ପ୍ରଦାୟ ଆଦିବାସୀ ମାନ୍ୟତା ପାଇବା ସକାଶେ ସମ୍ପୂର୍ଣ୍ଣ ଯୋଗ୍ୟ ଏବଂ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସେହିପରି ସୌରା ଭାଷାକୁ ସାମିଲ କରିବା ନେଇ ବହୁ ବର୍ଷରୁ ଦାବି ହୋଇ ଆସୁ ଥିବା ସତ୍ତ୍ବେ କୌଣସି ସୁଫଳ ପାଇ ପାରିନଥିବା ହେତୁ ଆଜି ଯାଏ କାର୍ଯ୍ୟକାରୀ ହୋଇ ପାରି ନଥ‌ିବା ଜଣାଇ ଉକ୍ତ ଦୁଇଟି ଦାବିକୁ ପୂରଣ କରିବା ସକାଶେ ସହାୟତା କରିବା ପାଇଁ ସାଂସଦ ଓ ପ୍ରତିନିଧୂ ମଣ୍ଡଳୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅନୁରୋଧ କରିଥିଲେ ।

ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *