July 1, 2025
Home » ଦଶମ ଶ୍ରେଣୀ ପରୀକ୍ଷା ଦେଇ ଫେରି ଆବାସିକ ବିଦ୍ୟାଳୟ ଛାତ୍ରୀ ଜଣକ ହଷ୍ଟେଲରେ ପ୍ରସବ କଲେ ପୁତ୍ର ସନ୍ତାନ*

ଦଶମ ଶ୍ରେଣୀ ପରୀକ୍ଷା ଦେଇ ଫେରି ଆବାସିକ ବିଦ୍ୟାଳୟ ଛାତ୍ରୀ ଜଣକ ହଷ୍ଟେଲରେ ପ୍ରସବ କଲେ ପୁତ୍ର ସନ୍ତାନ*

0
WhatsApp Image 2025-02-26 at 4.22.34 PM

ଅଭିଯୁକ୍ତ ଯୁବକ ଗିରଫ., ପ୍ରଧାନଶିକ୍ଷକ ଏବଂ ହଷ୍ଟେଲ ଏଏନଏମ ନିଲମ୍ବିତ ,ହଷ୍ଟେଲର ମାଟ୍ରନ କାର୍ଯ୍ୟରୁ ବହିଷୃତ

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ଆବାସିକ ବିଦ୍ୟାଳୟ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଏକ ସନ୍ତାନ ପ୍ରସବ କରିବା ଘଟଣାରେ ନାବାଳିକା ୧୦ମ ଛାତ୍ରୀ ଗର୍ଭବତୀ ଅଭିଯୋଗରେ ଅଭିଯୁକ୍ତ ଯୁବକ ଗିରଫ ହୋଇଥିବା ସୂଚନା ମିଳିଛି । ଏଥି ସହ କାର୍ଯ୍ୟ ଓ କର୍ତ୍ତବ୍ୟରେ ଅବହେଳାକୁ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମଙ୍ଗଳ ଅଧିକାରୀ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ହଷ୍ଟେଲ ଏଏନଏମ ନିଲମ୍ବିତ କରିଥିବା ବେଳେ ହଷ୍ଟେଲର ମାଟ୍ରନଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିବା ଜଣାପଡିଛି ।
ଏପରି ଏକ ଘଟଣା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସରକାରୀ (ଏସ୍.ଏସ୍.ଡି) ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଏକ ସନ୍ତାନ ପ୍ରସବ କରିଥିବା ଦେଖିବାକୁ ମିଳିଛି । ମାଟ୍ରିକର ଇଂରାଜୀ ପରୀକ୍ଷା ଦେବା ପାଇଁ ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ଆବାସିକ ବିଦ୍ୟାଳୟ ହଷ୍ଟେଲର ଛାତ୍ରୀଜଣଙ୍କ ସୋମବାର ସକାଳେ ନିର୍ଦ୍ଧାରିତ କେନ୍ଦ୍ରରେ ପରୀକ୍ଷା ଦେଇ ସାରି ସହପାଠୀଙ୍କ ସହ ସ୍କୁଲ ହଷ୍ଟେଲକୁ ଫେରି ଆସିବା ପରେ ଛାତ୍ରୀଜଣଙ୍କ ସନ୍ଧ୍ୟା ପ୍ରାର୍ଥନା ସମୟରେ ବିଦ୍ୟାଳୟ ହଷ୍ଟେଲରେ ଦେଖିବାକୁ ପାଇ ନଥିବା ବେଳେ ଖୋଜାଖୋଜି କରିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଉକ୍ତ ଛାତ୍ରୀ ହଷ୍ଟେଲର ଉପରମହଲାରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ସେ ପୂର୍ବରୁ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ତାପରେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀ ଜଣକଙ୍କ ବାପାଙ୍କୁ ଫୋନ କରି ଡକାଇ ଝିଅ ସନ୍ତାନ ପ୍ରସବ କରିଥିବା ନେଇ ଜଣାଇଥିଲେ । ଝିଅ ପୁତ୍ର ସନ୍ତାନ ପ୍ରସବ କରିଥିବା ଦେଖିବାକୁ ପାଇଥିଲେ ବାପା । ତାପରେ ସ୍ଥାନୀୟ ପୋଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ବାଳିକା ଏବଂ ତା ଶିଶୁକୁ ଚିତ୍ରକୋଣ୍ଡା ଉପ-ବିଭାଗୀୟ ଡାକ୍ତରଖାନାକୁ ଆଣି ଅଧିକ ଚିକିତ୍ସା ଯୋଗାଇଥିଲେ । ସ୍ଥାନୀୟ ପୋଲିସ ତଥା ଜିଲ୍ଲା କଲ୍ୟାଣ ଅଧିକାରୀ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ପରେ ଉପ-ବିଭାଗୀୟ ଡାକ୍ତରଖାନାକୁ ନେବା ପରେ ମାଲକାନଗିରି ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି। ଉଭୟ ମା ଓ ସନ୍ତାନ ଭଲ ଥିବା କହିଥିଲେ ଅଧିକାରୀ ।
ଉକ୍ତ ବିଷୟ ନେଇ ଜିଲ୍ଲା କଲ୍ୟାଣ ଅଧିକାରୀ ଶ୍ରୀନିବାସ ଆଚାର୍ଯ୍ୟ କହିଛନ୍ତି ଯେ ଛୁଟିଦିନ ଘରକୁ ଯିବା ପରେ ଝିଅଟି ଗର୍ଭବତୀ ହୋଇଥାଇପାରେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ଘଟଣା ନେଇ ଜିଲ୍ଲା କଲ୍ୟାଣ ଅଧିକାରୀ ଶ୍ରୀନିବାସ ଆଚାର୍ଯ୍ୟ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ବିଭାଗୀୟ ତଦନ୍ତ ଆରମ୍ଭ କରି ମାଲକାନଗିରି ଡିହେଚକ୍ୟୁହୋ ଯାଇ ଛାତ୍ରୀଙ୍କ ସହ ଭେଟି ସମସ୍ତ ଘଟଣା ବିଷୟରେ ତଥ୍ୟ ସଂଗ୍ରହ କରି ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା କଲ୍ୟାଣ ଅଧିକାରୀ ଶ୍ରୀ ଆଚାର୍ଯ୍ୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜିତ ମାଡକାମି ଏବଂ ହଷ୍ଟେଲ ଆସିଷ୍ଟାଣ୍ଟ ନର୍ସ ଧାତ୍ରୀ (ଏଏନଏମ) କବିତା ପାତ୍ରଙ୍କୁ ନିଲମ୍ୱିତ କରିଥିବା ବେଳେ କାର୍ଯ୍ୟରେ ଅବହେଳା ପାଇଁ ହଷ୍ଟେଲର ମାଟ୍ରନ ସୁଚିତ୍ରା ଚର୍ଚ୍ଚିଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ନେଇ ସୂଚିତ କରିଛନ୍ତି । ଉକ୍ତ ତଦନ୍ତ ଦଳରେ ଏଡିଡବ୍ଲୁଓ ଗୁରୁବନ୍ଧୁ ପୂଜାରୀ, ଡିସିପିୟୁ କାର୍ଯ୍ୟାଳୟର ସିପିଓ ସୁଦେଷ୍ନା ରାଉତ ,ଚାଇଲଡ ଲାଇନ ସୁପରଭାଇଜର, ଚିତ୍ରକୋଣ୍ଡା ବିଡିଓ ପ୍ରିତା କୁମାର ଥିଲେ ।ଉକ୍ତ ବିଷୟ ନେଇ ଗଣମାଧ୍ୟମ ଛାତ୍ରୀଙ୍କ ବାପାକୁ ପଚାରିବା ସମୟରେ ସେ କହିଥିଲେ ଯେ ଝିଅ ତାଙ୍କର ହଷ୍ଟେଲରେ ରହି ପାଠ ପଢୁଥିବା ବେଳେ ବିଗତ ଦୀର୍ଘ ସମୟ ଧରି ଘରକୁ ଯାଇନାହିଁ । ସୋମବାର ଇଂରାଜୀ ପରୀକ୍ଷା ଦେବା ପୂର୍ବରୁ ଝିଅ ସହ କଥା ହେବା ସମୟରେ ଝିଅ ତାଙ୍କର ଗର୍ଭବତୀ ଭଳି ସେଭଳି କୌଣସି କଥା କହି ନଥିଲା କି ମୁଁ ଜାଣିପାରିନଥିଲି। ବହୁତ ବିଶ୍ବାସ ଓ ଭରସାରେ ନିଜର ସନ୍ତାନର ଉତ୍ତମ ପାଠ ପଢି ଭଲ ଦିଗରେ ଉତ୍ତୀର୍ଣ୍ଣ ହେବା ଆଶା ନେଇ ଝିଅକୁ ହଷ୍ଟେଲରେ ରଖି ପାଠ ପଢ଼ାଉଥିଲି ।ଜଣେ ସହାୟକ ନର୍ସ ଧାତ୍ରୀ ନିୟମିତ ଭାବେ ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥାଆନ୍ତି । କିନ୍ତୁ ,ଝିଅ ମାନଙ୍କ ହଷ୍ଟେଲକୁ କିମ୍ବା ପରିସର ଭିତରକୁ ଅନ୍ୟ କାହାକୁ ପ୍ରବେଶ ନିଷେଧ ରହିବା ସହ ଏଥିପାଇଁ ଯେ କୌଣସି ପୁରୁଷ ମହିଳା ସାଥୀ ବିନା ହଷ୍ଟେଲରେ ପ୍ରବେଶ କରିବା ନେଇ କଡା ନିର୍ଦ୍ଦେଶ ଥିବା ସତ୍ତ୍ବେ କିପରି ଓ କେଉଁ ପରିସ୍ଥିତିରେ କିଏ ବିଦ୍ୟାଳୟ ପରିସରରେ ଝିଅକୁ ଗର୍ଭବତୀ କଲା ? କିପରି ଝିଅ ଗର୍ବବତୀ ହେଲା ? ଏ ସବୁ ନେଇ ଛାତ୍ରୀଙ୍କ ବାପା-ମା’ ଚିନ୍ତା ପ୍ରକଟ କରିବା ସହ ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷ ହିଁ ଦାୟୀ ବୋଲି ଝିଅର ବାପା କହିଛନ୍ତି । ଗଣମାଧ୍ୟମ ଉକ୍ତ ଘଟଣା ନେଇ ପ୍ରଧାନ ଶିକ୍ଷକ ଅଜିତ କୁମାର ମାଡ଼କାମିଙ୍କୁ ପଚରିବୁଝିବାରୁ କହିଥିଲେ ଯେ ଛାତ୍ରୀ ବିଦ୍ୟାଳୟ ଆସିନଥିବା ଅଭିଯୋଗ କରିବା ସହ ସେ ଉକ୍ତ ଘଟଣା ନେଇ କିଛି ଜାଣିନାହାନ୍ତି । ଉକ୍ତ ଘଟଣାରେ ସ୍କୁଲର ୱାର୍ଡେନ୍‌ ଓ ଏଏନ୍‌ଏମ୍‌ଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁଁ ଏପରି ଏକ ଦୁଃଖଦ ଘଟଣା ଘଟିଛି ବୋଲି କହିବା ସହ ସ୍ୱାସ୍ଥ୍ୟ କର୍ମୀମାନେ ହଷ୍ଟେଲରେ ରହୁଥିବା ସମସ୍ତ ଛାତ୍ରଙ୍କୁ ସାପ୍ତାହିକ ଭିତ୍ତିରେ ଯାଞ୍ଚ କରିବା କଥା , କିନ୍ତୁ ଉକ୍ତ ଘଟଣାଟି ସ୍ୱାସ୍ଥ୍ୟ କର୍ମଚାରୀମାନେ ଠିକ୍ ଭାବରେ କାର୍ଯ୍ୟ କରୁନଥିବା ପ୍ରମାଣିତ କରିଛି ବୋଲି କହିଥିଲେ ।
ଅପରପକ୍ଷରେ ନାବାଳିକାକୁ ଗର୍ଭବତୀ କରିବା ଅଭିଯୋଗରେ ସବ-ଡିଭିଜନାଲ ପୋଲିସ ଅଧିକାରୀ ପ୍ରଦୋଷ ପ୍ରଧାନ ନିଶ୍ଚିତ କରିଛନ୍ତି ଯେ ଝିଅର ନିଜ ଗାଁର ପଡୋଶୀ ଗାଁର ଜଣେ ୨୨ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ଏବଂ ଏହି ଘଟଣାରେ ଭାରତୀୟ ଜଷ୍ଟିସ୍ କୋଡ୍ (ବିଏନ୍ଏସ୍) ର ଧାରା ୬୪ ଏବଂ ପୋକ୍ସୋ (ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା) ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ହୋଇଛି ବୋଲି ପ୍ରଧାନ କହିଛନ୍ତି। ଖୁବ୍ ଶୀଘ୍ର ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲଣ କରାଯିବ କହିଛନ୍ତି ଏସଡିପିଓ ।
ପ୍ରକାଶ ଥାଉ କି ଯେ, ଆଦିବାସୀ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟ ଏବଂ ହଷ୍ଟେଲଗୁଡ଼ିକରେ ମୁଖ୍ୟ ଫାଟକ, ସୌଚାଳୟ ଏବଂ ହଷ୍ଟେଲ ବାରଣ୍ଡା ଉପରେ ସିସିଟିଭି କ୍ୟାମେରା ଲଗାଯାଇ ଛାତ୍ରୀମାନଙ୍କ ମଧ୍ୟରେ କିଶୋର ଗର୍ଭଧାରଣକୁ ରୋକିବା ପାଇଁ ରାଜ୍ୟ ସରକାର ୩ ହଜାର ମ୍ୟାଟ୍ରନ୍ ଏବଂ ୩୩୬ ଏଏନଏମ ନିୟୋଜିତ କରାଯାଇ ଥିବା ବେଳେ ପ୍ରତ୍ୟେକ ହଷ୍ଟେଲରେ ଜଣେ ମହିଳା ରୋଷେଇ, ଜଣେ ମହିଳା ପ୍ରହରୀ ଏବଂ ଜଣେ ମହିଳା ସହକାରୀ ଅଧୀକ୍ଷକ ନିୟୋଜିତ ହୋଇଛନ୍ତି।
ଦଶମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ କରିବା ପରେ ମୁଖ୍ୟତଃ ବାରମ୍ବାର ଆଦିବାସୀ ବିଦ୍ୟାଳୟରେ ଆଦିବାସୀ ଛାତ୍ରୀମାନେ କେତେ ବେଳେ ଯୌନସଶନ ଶିକାର ତ ଆଉ କେତେ ବେଳେ ଗର୍ଭବତୀ ହୋଇ ମା ହେବା ତ ଆଉ କେତେ ବେଳେ ଆତ୍ମହତ୍ୟା କରିବା ଭଳି ଅନେକ ଦୁଃଖଦାୟକ ଘଟଣା ଘଟିଚଳିଥିବ ବେଳେ ଶିକ୍ଷା ଅଧ୍ୟୟନ କରୁଥିବା ଛାତ୍ରୀମାନଙ୍କ ସୁରକ୍ଷା,ଯତ୍ନ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ହୋଇଥିବା ବେଳେ ଉକ୍ତ ଘଟଣା ନେଇ ଦୋଷୀ ଓ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସାଧାରଣରେ ଦାବି ହୋଇଥିବା ବେଳେ ଏପରି ଏକ ଅକର୍ମଣୀୟ ଘଟଣା ନେଇ ଚାରିଆଡ଼େ ନିନ୍ଦା କରିଛନ୍ତି ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *