July 1, 2025
Home » ଚମ୍ପିୟାନ ଟ୍ରଫି ଫାଇନାଲ ମୁକାବିଲା ରେ ଭାରତ ଓ ନ୍ୟୁଜିଲାଣ୍ଡ

ଚମ୍ପିୟାନ ଟ୍ରଫି ଫାଇନାଲ ମୁକାବିଲା ରେ ଭାରତ ଓ ନ୍ୟୁଜିଲାଣ୍ଡ

0
vlcsnap-2025-03-09-16h03m04s5

ଆଇସିସି ଚମ୍ପିୟାନ ଟ୍ରଫି ଫାଇନାଲ ମୁକାବିଲା ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟ ରେ ଲଢେଇ ହେବ। ଦୁବାଇ ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ । ତେବେ ଟିମ୍ ଇଣ୍ଡିଆ ପୁଣି ଥରେ ଐତିହାସିକ ବିଜୟ ହାସଲ କରି 2025 ଚମ୍ପିୟାନ ଟ୍ରଫି ହତେଇବ ବୋଲି କ୍ରିକେଟ ପ୍ରେମୀ ଙ୍କ ଆଶା ରହିଚି। ଟିମ୍ ଇଣ୍ଡିଆ ର ସଫଳତା ପାଇଁ କ୍ରିକେଟ ପ୍ରେମୀ ମାନେ ପୂଜାର୍ଚ୍ଚନା ମଧ୍ୟ କରିଚନ୍ତି। ସେପଟେ ଆଇ ସି ସି ଚମ୍ପିୟାନ ଟ୍ରଫି ରେ ଭାରତ ସଫଳତା ପାଇଁ ଶୁଭ କାମନା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମି ରେ ସୁଦର୍ଶନ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଚନ୍ତି। ଟିମ୍ ଇଣ୍ଡିଆ ର କ୍ୟାପଟେନ୍ ରୋହିତ ଶର୍ମା ଙ୍କ ପ୍ରତିକୃତି ସହ ଚମ୍ପିୟାନ ଟ୍ରଫି , ଷ୍ଟାଡିୟମ୍ ଓ ଏକ ବଡ ବ୍ୟାଟ ର ପ୍ରତିକୃତି ପୁରୀ ର ନୀଳାଦ୍ରି ବିଚ୍ ରେ ବାଲିରେ ତିଆରି କରିଛନ୍ତି ସୁଦର୍ଶନ। ଗୁଡ ଲକ ଟିମ୍ ଇଣ୍ଡିଆ ଲେଖି ଶୁଭ କାମନା ଦେଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *