ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ନିଆରା ହୋଲି ଉତ୍ସବ ପାଳିତ

ସୁବର୍ଣ୍ଣପୁର —ପବ୍ଲିକ ପ୍ରଶାସନ ତଥା ସହର ର ପ୍ରତ୍ୟେକ ବର୍ଗ ର ଲୋକ ଙ୍କୁ ସାମିଲ ଓ ସମାଜ କୁ ସ୍ଵଚ୍ଛତା, ସର୍ବ ଧର୍ମ ସମନ୍ୱୟ ର ବାର୍ତ୍ତା ଦେବା ଲକ୍ଷ୍ୟ ନେଇ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର – ମନମୁଣ୍ଡା ପକ୍ଷରୁ ମନୋରଞ୍ଜନ କାର୍ଯ୍ଯକ୍ରମ ନାଚ ସଂଗୀତ ପରିବେଷଣ ଓ ସୁବର୍ଣ୍ଣପୁର ର ଐତିହ୍ୟ ସଂସ୍କୃତି ଉପରେ କୁଇଜ୍ ପ୍ରତିଯୋଗୀତା ସହ ମହାସମାରୋହରେ ହୋଲି ଉତ୍ସବ ପାଳନ କରଯାଇଥିଲା l ବିଜୁ ପଟ୍ଟନାୟକ ଛକ ଠାରେ ଅନୁଷ୍ଟିତ ଓ ସଂଘ ର ପ୍ରତିଷ୍ଠାତା ସ୍ୱର୍ଗୀୟ ଲକ୍ଷ୍ମୀ ନାରାୟଣ ମେହେର ଙ୍କ ସ୍ମୁତି ଉଦ୍ଦେଶ୍ୟରେ ଆୟୋଜିତ ସଭା କୁ ପଦ୍ମାବତୀ ମେହେର ସଭାପତିତ୍ବ କରିଥିଲେ l ଏହି ଭାଈ ଚାରା ର ପର୍ବ ରେ ମୁଖ୍ୟ ଅତିଥି ଭାବରେ ସୋନପୁର ଏସ ଡି ପି ଓ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବରେ ପୋଲିସ ଆର୍ ଆଇ ଭକ୍ତ ବନ୍ଧୁ ସେଠ୍, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ , ବରିଷ୍ଠ ନାଗରିକ ସଂଘ ସଂପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ, ପୋଲିସ ସର୍ଜନ ନୀଳ କଣ୍ଠ କହଁର, ସ୍ବଚ୍ଛ ଭାରତ ସଙ୍ଗଠନ ସଭାପତି ଶୟଦ ଆଲିମୂଲ୍ ଇସଲାମ, ଉପସଭାପତି ଇନ୍ଦୁ ମତି ପୁରୋହିତ, ପଟା ଭାଡ଼ି ଚର୍ଚ୍ଚ ର ସଂପାଦକ ଏଲ୍ ପ୍ରେମାନିଧି, ଆଇନ ଜୀବି ପ୍ରଦୀପ ପୁରୋହିତ ଯୋଗ ଦେଇ ଏହି ନିଆରା ଉତ୍ସବ ଅୟୋଜନ କୁ ପ୍ରଶଂସା କରିଥିଲେ l ସୋନପୁର ଥାନା ର ଭାରପ୍ରାପ୍ତ ଥାନା ଅଧିକାରୀ ତାପସ ଭୋଇ ପହଞ୍ଚି କାର୍ଯ୍ଯ କ୍ରମ କୁ ଉଦଯାପନୀ ବାର୍ତ୍ତା ଦେଇଥିଲେ l କଳା ସଂସ୍କୃତି ର ଯୁବ ଗବେଷକ ତଥା ସଂଗୀତ କାର ଚୌଧୁରୀ ବିଭାର ସଭା କୁ ସଂଯୋଜନା କରି ସଙ୍ଗୀତ ପରିବେଷଣ କରିଥିଲେ l ବିଶିଷ୍ଟ କଣ୍ଠଶିଳ୍ପୀ ପୁରନ୍ଦର ଠେଲା, ପଦ୍ମଲୋଚନ ସାହୁ, ଶ୍ରୀମତୀ ମଲ୍ଲିକ ଙ୍କ ସମ୍ବଲପୁରୀ ନାଚ ଗୀତ ରେ ନାଚିଲେ ଗାଇଲେ ଶହ ଶହ ଦର୍ଶକ ଓ କୁଇଜ୍ ରେ ସଂଗୀତ ରେ ଅଂଶ ଗ୍ରହଣ କରି ଅତିଥି ଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ l ସାଉଣ୍ଡ ରେ ଆନନ୍ଦ ସାହୁ ଓ ମ୍ୟୁଜିକ ରେ ପେଟୁ, ଅଜିତ ସାଥୀ ସହଯୋଗ କରିଥିବା ବେଳେ ରବୀନ୍ଦ୍ର ଜେନା, ପ୍ରମୋଦ କୁମାର ସାହୁ, ପରେଶ ମେହେର, ମନୋଜ୍ ପଣ୍ଡା , ପ୍ରତ୍ୟୁଷ ମେହେର ଓ ଲଡୁ କିଶୋର ମଲ୍ଲିକ ଙ୍କ ତତ୍ତ୍ୱlବଧାନ ରେ ସମସ୍ତ ଅୟୋଜନ କରଯାଇଥିଲା l ପ୍ରଦୀପ ପୁରୋହିତ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ଵେଳେ ଅନୁଷ୍ଠାନ ର କୋଡ଼ିନେଟର ମନୋରଞ୍ଜନ ତ୍ରୀପାଠୀ ଧନ୍ୟବାଦ୍ ଅର୍ପଣ କରି ଅଭିନେତା ସ୍ୱର୍ଗୀୟ ଉତ୍ତମ ମହାନ୍ତି ଙ୍କ ସ୍ମୃତି ରେ କଥା ତ ଏତିକି ସଂଗୀତ ପରିବେଷଣ କରିଥିଲେ l କଳା କାହୁଁ ଦାଶ, ଦିଲ୍ଲୀପ ଭୁକ୍ତା, ଗଣେଶ ମିଶ୍ର, ଡା.ସରୋଜ ପଟେଲ, ନରସିଂହ ବର୍ଗି , ଗୋକୁଳ ଠାକୁର, ରାମ ଅଗ୍ରୱାଲା, ନାରାୟଣ ରଥ, ତ୍ରିଲୋଚନ ତରିଆ, ଜୟ ନାରାୟଣ ସାହୁ , ପ୍ରତାପ ଦାଶ ଙ୍କ ସମେତ ସ୍ୱଚ୍ଛ ଭାରତ ସଂଗଠନ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର