April 24, 2025
Home » ପୁରୀ ରେ ହୋଲି ପର୍ବ କୁ ଖୁବ୍ ଆନନ୍ଦ ଉଲ୍ଲାସ ରେ ପାଳନ କରିଚନ୍ତି ସୁଦୂର ଜାପାନ୍ ରୁ ଆସିଥିବା ଜାପାନୀ ପର୍ଯ୍ୟଟକ

ପୁରୀ ରେ ହୋଲି ପର୍ବ କୁ ଖୁବ୍ ଆନନ୍ଦ ଉଲ୍ଲାସ ରେ ପାଳନ କରିଚନ୍ତି ସୁଦୂର ଜାପାନ୍ ରୁ ଆସିଥିବା ଜାପାନୀ ପର୍ଯ୍ୟଟକ

0

ହୋଲି ଖେଳ ଆଉ ଆମ ଦେଶ ରେ ସୀମିତ ନାହିଁ। ଆମ ହୋଲି ପର୍ବ କୁ ଖୁବ୍ ଧୁମ୍ ଧାମ ରେ ପାଳନ କରୁଛନି ଜାପାନୀ ମାନେ। ପୁରୀ ରେ ହୋଲି ପର୍ବ କୁ ଖୁବ୍ ଆନନ୍ଦ ଉଲ୍ଲାସ ରେ ପାଳନ କରିଚନ୍ତି ସୁଦୂର ଜାପାନ୍ ରୁ ଆସିଥିବା ଜାପାନୀ ପର୍ଯ୍ୟଟକ। ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ପକ୍ଷରୁ ପୁରୀ ରେ ଜାପାନି ମାନଙ୍କୁ ନେଇ ପାଳନ ହୋଇଚି ହୋଲି ପର୍ବ। ଜାପାନି ମାନଂକ ସହ ପୁରୀ ବାସିନ୍ଦା ହୋଲି ଖେଳି ଚନ୍ତୀ। ତେବେ ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟର ର ପ୍ରତିଷ୍ଠାତା କୁନା ଦାଶ ଓ ଅନୁଷ୍ଠାନ ର ସଭାପତି ଶ୍ରୀମନ୍ତ ଦାଶ ଙ୍କ ଦ୍ଵାରା ବିଗତ କିଛି ବର୍ଷ ହେବ ଜାପାନି ମାନଂଙ୍କୁ ନିଆଯାଇ ହୋଲି ପର୍ବ ପାଳନ କରାଯାଉଛି। ତେବେ ଜାପାନୀ ମାନେ ଭାରତୀୟ ସଂସ୍କୃତି କୁ ବେଶ୍ ଭଲ ପାଉଛନ୍ତି। ଗତ କିଛି ବର୍ଷ ହେବ ପ୍ରତିବର୍ଷ ହୋଲି ରେ ଜାପାନି ମାନେ ପୁରୀ ଆସି ପୁରୀ ବାସିନ୍ଦା ଙ୍କ ସହ ହୋଲି ଖେଳି ରଙ୍ଗ ର ପର୍ବ ର ମଜା ନେଉଚନ୍ତି। ରଥଯାତ୍ରା ହେଉ କୀ ଦୀପାବଳି ଜାପାନୀ ମାନେ ପୁରୀ ଆସି ସ୍ଥାନୀୟ ବାସିନ୍ଦା ଙ୍କ ସହ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରୁଛନ୍ତୀ। ଏହା ଦ୍ଵାରା ଭାରତ, ଓଡ଼ିଶା ଓ ଜାପାନ୍ ମଧ୍ୟ କଳା ସଂସ୍କୃତି ର ଆଦାନ ପ୍ରଦାନ ହୋଇ ପାରୁଚି। ତେବେ ଏହା ଦ୍ଵାରା ଆଗାମୀ ଦିନ ରେ ଓଡ଼ିଶା କୁ ଜାପାନି ମାନେ ଅଧିକ ଆସିବେ। ଫଳରେ ପର୍ଯ୍ୟଟନ ର ବିକାଶ ହୋଇ ପାରିବ।

ସେପଟେ ହୋଲି ଉତ୍ସବ କୁ ପାଳନ ପାଇଁ ପୁରୀ ହଜାର ହଜାର ପର୍ଯ୍ୟଟକ ଙ୍କ ଭିଡ ହୋଇଛି।ମହାପ୍ରଭୁ ଙ୍କୁ ଦର୍ଶନ କରିବା ପରେ ବେଳାଭୁମି ରେ ଏକାଠି ହୋଇ ନିଜ ପରିବାର ଓ ବନ୍ଧୁ ଙ୍କ ସହ ହୋଲି ପର୍ବ ପାଳନ କରିଛନ୍ତି। ସମୁଦ୍ର ସ୍ନାନ ର ମଜା ମଧ୍ୟ ନେଉଛନ୍ତି। ସାରା ଭାରତ ରୁ ପର୍ଯ୍ୟଟକ ଓ ଭକ୍ତ ମାନଙ୍କ ଭିଡ ହୋଇଚୀ ପୁରୀ ବେଳାଭୂମି ରେ । ବେଳାଭୂମି ରେ ହଜାର ହଜାର ଲୋକ ହୋଲି ଖେଳିବା ପୁରୀ ର ପରିବେଶ କୁ ରଙ୍ଗୀନ୍ କରି ଦେଇଚି।
ଜାପାନ ରୁ ଆସିଥିବା ପର୍ଯ୍ୟଟକ ନାଚୁସା ନିଜ ପ୍ରତିକ୍ରିୟା ରେ କହିଚନ୍ତି, ପୁରୀ ରେ ଅନୁଷ୍ଠିତ ହୋଇଥିବା ହୋଲି ଉତ୍ସବ ଆମେ ଜାପାନି ମାନେ ବେଶ୍ ଖୁସି ର ପାଳନ କଲୁ। ହୋଲି ଉତ୍ସବ କୁ ନେଇ ବେଶ୍ ଆମେ ଖୁସି। ସମସ୍ତ ଙ୍କୁ ଆମ ପକ୍ଷରୁ ହୋଲି ପର୍ବର ଅଭିନନ୍ଦନ।
ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟର ସଂପାଦକ ଶ୍ରୀମନ୍ତ ଦାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆମେ ପ୍ରତିବର୍ଷ ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟର ପକ୍ଷରୁ ଏହା ଆୟୋଜନ କରୁଚୁ। 25 ରୁ ଅଧିକ ଜାପାନି ମାନେ ଆସି ହୋଲି ଉତ୍ସବ ରେ ଭାଗ ନେଇଛନ୍ତି। ମୁଖ୍ୟତଃ ଦୁଇ ଦେଶ ର ସମ୍ପର୍କ ଯେଭଳି ସୁଦୃଢ ହେବ, ଭାଇଚାରା ବଢିବ, ସଂସ୍କୃତି ଆଦାନ ପ୍ରଦାନ ସହ ପର୍ଯ୍ୟଟନ ର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ଆମେ ଆୟୋଜନ କରିଚୁ। ସଂସ୍କୃତିକ କାର୍ଯ୍ୟକ୍ରମ ଆଦାନ ପ୍ରଦାନ ଦ୍ଵାରା ଅଧିକ ରୁ ଅଧିକ ଜାପାନୀ ପର୍ଯ୍ୟଟକ ଙ୍କ ଆଗମନ ପୁରୀ କୁ ବୃଦ୍ଧି ପାଇବାରେ ଲାଗିଛି। ଯାହାକି ଆଗାମୀ ଦିନ ରେ ପୁରୀ ର ପର୍ଯ୍ୟଟନ ଶିଳ୍ପ କୁ ଅଭିବୃଦ୍ଧି କରିବ ବୋଲି ଆମର ଆଶା ରହିଚି। ଆମ ସଂସ୍କୃତି ମହାନ୍। ଆମେ ଆମ ସଂସ୍କୃତି କୁ ଭୁଲି ଯାଉଥିବା ବେଳେ ସୁଦୂର ଜାପାନ ରୁ ସେମାନେ ଆମ ସଂସ୍କୃତି କୁ ଭଲ ପାଇବା ସହ ଆମ ପର୍ବ ପର୍ବାଣୀ କୁ ପାଳନ କରୁଚନ୍ତୀ। ଆମ ଜଗନ୍ନାଥ୍ ସଂସ୍କୃତି ହେଉଚି ବିଶ୍ବ ର ଅନ୍ୟତମ ସଂସ୍କୃତି। ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟର ପକ୍ଷରୁ କେବଳ ହୋଲି ଉତ୍ସବ ନୁହେଁ ଜାପାନୀ ଙ୍କୁ ନେଇ ରଥ ଯାତ୍ରା, ଦୀପାବଳୀ ପର୍ବ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରୁଚୁ।
ଜାପାନି ପର୍ଯ୍ୟଟକ ଙ୍କ ସହ ହୋଲି ଖେଳର ସାମିଲ ହୋଇଥିବା ପୁରୀ ର ସନ୍ତୋଷ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆମ କୁ ବହୁତ୍ ଖୁସି ଲାଗୁଛି ଜାପାନି ପର୍ଯ୍ୟଟକ ଙ୍କ ସହ ହୋଲି ଖେଳିବା। ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟର ପକ୍ଷରୁ ହୋଲି, ରଥ ଯାତ୍ରା, ଦୀପାବଳି ସହିତ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଯାହା ଫଳରେ ଆମ ଦେଶ ଓ ଜାପାନ ମଧ୍ୟ ରେ କଳା , ସାଂସ୍କୃତିର ଆଦାନ ପ୍ରଦାନ ହୋଇ ପାରୁଚି। ଜାପାନୀ ମାନେ ଆଜିର ହୋଲି ଖେଳ କୁ ନେଇ ବେଶ୍ ଖୁସି। ଦୁଇ ଦେଶ ମଧ୍ୟ ରେ ସଂସ୍କୃତି, ପରମ୍ପରା ଆଦାନ ପ୍ରଦାନ ହେଉଥିବାରୁ ଆମେ ମଧ୍ୟ ବେଶ୍ ଖୁସି।
ପୁରୀ ରେ ମହାପ୍ରଭୁ ଙ୍କ ଦର୍ଶନ ସହ ହୋଲି ଉତ୍ସବ ପାଳନ ପାଇଁ ଆସିଥିବା ଜଣେ ମହିଳା ପର୍ଯ୍ୟଟକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆମେ ପ୍ରତିବର୍ଷ ବନ୍ଧୁ ଙ୍କ ସହ ପୁରୀ ଆସି ଏକାଠି ହୋଇ ହୋଲି ପର୍ବ ପାଳନ କରୁ। ଏଠିକାର ସମୁଦ୍ର ବହୁତ୍ ସୁନ୍ଦର୍। ଆମେ ସବୁ ବର୍ଷ ପୁରୀ ଆସି ବେଳାଭୁମି ରେ ହୋଲି ଉତ୍ସବ ର ମଜା ନେଉ।
ପଶ୍ଚିମବଙ୍ଗ ରୁ ଆସିଥିବା ଜଣେ ପର୍ଯ୍ୟଟକ କହିଛନ୍ତି, ହୋଲି ପର୍ବ କୁ ଆମ ଦେଶରେ ବେଶ୍ ଧୁମ୍ ଧାମ ରେ ପାଳନ କରାଯାଏ। ସବୁ ବର୍ଷ ଆମେ ହୋଲି ପାଳନ ପାଇଁ ପୁରୀ ଆସୁ।ମହାପ୍ରଭୁ ଙ୍କ ଆଶୀର୍ବାଦ ନେଇ ଆମେ ହୋଲି ଖେଳୁ। ପୁରୀ ବେଳାଭୁମି ରେ ସମସ୍ତ ଙ୍କ ମଧ୍ୟ ରେ ଏକାଠି ହୋଇ ହୋଲି ଖେଳିବା ଅନୁଭୂତି ନିଆରା। ସମସ୍ତେ ଭଲ ରେ ରୁହନ୍ତୁ ଓ ଭଲ ରେ ହୋଲି ପାଳନ କରନ୍ତୁ।
ଭୁବନେଶ୍ୱର ରୁ ଆସିଥିବା ଜଣେ ଦମ୍ପତ୍ତି କହିଛନ୍ତି ଆମେ ଓଡ଼ିଶା ବାହାରେ ରହୁ। ତେବେ ହୋଲି ପାଳନ ପାଇଁ ଆମେ ପୁରୀ ଆସି ବହୁତ୍ ଖୁସି ଅଛୁ। ପୁରୀ ରେ ଏହ ମୋର ପ୍ରଥମ ହୋଲି ଖେଳିବା ସୁଯୋଗ ମିଳିଛି। ଯାହାକି ନିଶ୍ଚିତ ଏକ ସୁନ୍ଦର୍ ସ୍ମୃତି ହୋଇ ରହିବ।

Leave a Reply

Your email address will not be published. Required fields are marked *