July 1, 2025
Home » ଠକେଇ ଅଭିଯୋଗରେ ଗିରଫ ହେଲେ ମହିଳା।

ଠକେଇ ଅଭିଯୋଗରେ ଗିରଫ ହେଲେ ମହିଳା।

0
WhatsApp Image 2025-03-28 at 9.06.49 AM

ଡାକ୍ତରଖାନାରେ ଚାକିରୀ ଦେବାକୁ ହୋଇଥିଲା ଲାଞ୍ଚ କାରବାର। ଏହି କାରବାରର ମୁଖ୍ୟ ମାଷ୍ଟର ମାଇଣ୍ଡ ଏବେ ବି ଧରା ପଡିନି।

କେନ୍ଦୁଝର: ଜଣେ ମହିଳା ଟିଭି ମିଡିଆ ଆଗରେ ଚିତ୍କାର କରୁଥିଲେ କି ତାଙ୍କ ଝିଅକୁ କେନ୍ଦୁଝର ଟାଉନ୍ ଥାନା ପୋଲିସ ଧରି ନେଇ ଅଟକ ରଖି ନିର୍ଯ୍ୟାତନା କରିଥିଲେ। ତେଣୁ ସେ ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଥିଲେ। ତେବେ ଟାଉନ୍ ଥାନା ପୋଲିସ ପକ୍ଷରୁ ଡାକ୍ତରଖାନାରେ ନିଯୁକ୍ତି ଲାଗି ଟଙ୍କା କାରବାର ହୋଇଥିବାର ଅଭିଯୋଗ ପାଇ ଏହା ତଦନ୍ତ ପ୍ରକ୍ରିୟା ବୋଲି କୁହାଯାଇଥିଲା। ତେବେ ପୋଲିସ ଗିରଫ କରିଥିବା ଉକ୍ତ ମହିଳା ହେଲେ ପ୍ରମିଳା ପରିଡ଼ା ସେ ଜେଲ ରୋଡ଼ ନିକଟସ୍ଥ ଅମୃତ ବିହାରରେ ରୁହନ୍ତି। ତାଙ୍କ ନାମରେ ଅନେକ ଲୋକ ଅଭିଯୋଗ କରିଥିଲେ କି ସେ କିଛି ଲୋକଙ୍କ ସହ ମିଶି ଡାକ୍ତରଖାନାରେ ଚାକିରୀ କରେଇ ଦେବେ କହି ଟଙ୍କା ନେଇଛନ୍ତି। ଜଣାଯାଇଛି କି କୋଟିଏ ରୁ ଅଧିକ ଟଙ୍କା ବେକାର ପିଲାମାନେ ଏହି ଦଳକୁ ଦେଇଥିଲେ। ତେବେ ପ୍ରମିଳାଙ୍କ ପଛରେ ସ୍ବାସ୍ଥ୍ୟ ବିଭାଗର କେହି ବରିଷ୍ଠ ଅଧିକାରୀ ଥିବାର ସ୍ପଷ୍ଟ ହୋଇଛି। କେନ୍ଦୁଝର ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗରେ ଏହିପରି ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗ ଆସିବା ପରେ ଏବେ ତଦନ୍ତ ଚାଲିଛି। ସିଡିଏମଓ ଏହି ନକଲି ଜାଲ କର୍ମଚାରୀଙ୍କୁ ସୁରକ୍ଷା ଦେଇ ଆସୁଥିବା ଅଭିଯୋଗ ରହିଛି । ତେଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦରକାର। ଏହି ଗିରଫଦାରୀ ପରେ ଅନ୍ୟାନ୍ୟ ଲାଞ୍ଚୂଆ ଅଧିକାରୀଙ୍କୁ ଗିରଫ ଲାଗି ସାଧାରଣରେ ଦାବି ହେଉଛି। ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀରେ ୨୦୨୧ ମସିହାରୁ ଏହିପରି ଲାଞ୍ଚ କାରବାର ଚାଲିଥିବା ଜଣାଯାଇଛି। ଲାଞ୍ଚ ଦେଇଥିବା ଯୁବକ ଯୁବତୀ ମାନେ ସେମାନଙ୍କ ଟଙ୍କା ଫେରି ପାଇବାକୁ ଚାହୁଁ ଥିବା ବେଳେ ଏବେ ମାମଲାର ଗତି ଦେଖି କେବେ ନ୍ୟାୟ ପାଇବେ ସେଥିଲାଗି ସନ୍ଦିହାନ ଅଛନ୍ତି। ପ୍ରଶାସନ ସମସ୍ତ ଠକଙ୍କୁ ଧରି ନ୍ୟାୟ କରିବ ବୋଲି ସମସ୍ତେ ଆଶା କରିଛନ୍ତି।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *