
ଗୋଠ ଛଡ଼ା ଦନ୍ତାର ଉତ୍ପାତ,ଭାଙ୍ଗିଲା ସ୍କୁଲ ପାଚେରୀ।
କେନ୍ଦୁଝର ପାଟଣା ଅଞ୍ଚଳରେ ହାତୀ ଉତ୍ପାତ ଜାରି ରହିଛି। ସୂଚନା ମିଳିଛି କି ପାଟଣା ବାନାଞ୍ଚଳର ଗୁଲୁଦିପଶି ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ପାଚେରୀ ଭାଙ୍ଗି ଦେଇଛି। ଅନୁମାନ ଏହି ହାତୀଟି ବୋଧେ ଦଳରୁ ଅଲଗା ହୋଇଯାଇଛି ତେଣୁ ଏକୁଟିଆ ବୁଲି ଉତ୍ପାତ ଜାରି ରଖିଛି। ପାଚେରୀ ଭାଙ୍ଗି ଥିଲେ ମଧ୍ୟ ଅନ୍ୟାନ୍ୟ କ୍ଷତି ବିଶେଷ କରିନାହିଁ ତଥାପି ଲୋକେ ଭୟଭୀତ ଅଛନ୍ତି। ବନ ବିଭାଗ କର୍ମଚାରୀ ଆସି ହାତୀ ଉପରେ ନଜର ରଖିଛନ୍ତି। ହାତୀକୁ ବିରକ୍ତ ନକରି ସତର୍କ ରହିବାକୁ ପରିବେଶ ପ୍ରେମୀ ମାନେ ନିବେଦନ କରିଛନ୍ତି।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ