July 7, 2025
Home » 150 ତମ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ l

150 ତମ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ l

0
WhatsApp Image 2024-11-16 at 12.44.45 PM

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ସିଂହାରୀ ପଞ୍ଚାୟତ ରେଙ୍ଗସା ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଭା ପକ୍ଷରୁ ମହାନ୍ ସ୍ଵାଧୀନତା ସଂଗ୍ରାମୀ ଭଗବାନ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳନ କରାଯାଇଛି l ଏଥିରେ ସମସ୍ତ ଆଦିବାସୀ ମାନେ ଭଗବାନ ବିର୍ସାମୁଣ୍ଡାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ତରଭା ବ୍ଲକର ସଭାପତି ବଳଭଦ୍ର କୁଅଁର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପ ସଭାପତି ବାନାମ୍ବର ଧରୁଆ, କାର୍ଯ୍ୟକାରୀ ସଭାପତି ଗଦିଦାର କୁଅଁର, ସହ ସମ୍ପାଦକ ରାଜିନ୍ଦ୍ର ଝାଙ୍କର, ସିଂହାରୀ ସମିତି ସଭ୍ୟ ପ୍ରତିନିଧି ଦୟାସାଗର କୁଅଁର, ସାଧବ କୁଅଁର, ଅନନ୍ତ କୁଅଁର, ରୋହିତାଶ୍ବ କୂଅଁର ବୀରମହାରାଜପୁର ସମ୍ପାଦକ ପ୍ରମୋଦ ଭୋଇ ପ୍ରମୁଖ ଉପସ୍ଥିତ ରହି ଭଗବାନ ବିର୍ସା ମୁଣ୍ଡାଙ୍କ ବିରତ୍ଵ ଓ ସମାଜ ସେବା, ଦେଶ ପାଇଁ ତାଙ୍କର ବଳିଦାନ ବିଷୟରେ ଆଲୋଚନା କରିଥିଲେ । ପରେ ସମସ୍ତ ଆଦିବାସୀ ଭାଇ ଭଉଣୀ ମାନଙ୍କର ଅଧିକାର ଉପରେ ଆଲୋଚନା କରିଥିଲେ l ଆଗମୀ ଦିନରେ ପ୍ରତ୍ୟେକ ବ୍ଲକ୍ ରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସରକାରଙ୍କ ଠାରେ ଦାବି ଜଣେଇ ବାକୁ ପ୍ରସ୍ତାବ ଗ୍ରହଣ କରିଥିଲେ। ଶେଷରେ ଗୁଣନିଧି ମାଝୀ ଧନ୍ୟବାଦ ଅର୍ପଣ କରିଥିବା ବେଲେ ଆଦିବାସୀ ଭାଇ ସହଯୋଗ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *