July 7, 2025
Home » ବିଧାୟକ ଏବଂ ସାଂସଦଙ୍କ କାର୍ଯ୍ୟାଳୟ ଠାରେ ବିଧାୟକ କେ. ଅନିଲ କୁମାର ଦ୍ଵାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ବିଧାୟକ ଏବଂ ସାଂସଦଙ୍କ କାର୍ଯ୍ୟାଳୟ ଠାରେ ବିଧାୟକ କେ. ଅନିଲ କୁମାର ଦ୍ଵାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

0
WhatsApp Image 2025-04-15 at 6.32.22 PM

ବ୍ରହ୍ମପୁର ଗାନ୍ଧୀ ନଗର ସ୍ଥିତ ବିଧାୟକ ଏବଂ ସାଂସଦଙ୍କ କାର୍ଯ୍ୟାଳୟ ଠାରେ ବିଧାୟକ କେ. ଅନିଲ କୁମାର ଦ୍ଵାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ www.mladigitalseva.com ନାମରେ ଏକ ୱେବ ପୋର୍ଟାଲ୍ ଆରମ୍ଭ କରାଯାଇଥିବା ସେ ସୂଚନା ଦେଇଛନ୍ତି। ବ୍ରହ୍ମପୁରରେ ପ୍ରଥମ ଥର ପାଇଁ ବିଧାୟକ ଶ୍ରୀ କେ ଅନିଲ କୁମାର ଦ୍ଵାରା ବ୍ରହ୍ମପୁର ନାଗରିକଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ଏହି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି। ତେବେ ଏଥିରେ ଏସି ମରାମତି, ବଢ଼େଇ, ପ୍ଲମ୍ବର, ବୈଦ୍ୟୁତିକ, ଘରୋଇ ଉପକରଣ ସେବା, ଭର୍ଟିନାରୀ ଡାକ୍ତର, ଟ୍ରାଭେଲ ଏଜେଣ୍ଟ, ଇଭେଣ୍ଟ ମ୍ୟାନେଜମେଣ୍ଟ, ଫଟୋଗ୍ରାଫର, ଅଟୋ ଡ୍ରାଇଭର, ଆମ୍ବୁଲାନ୍ସ ଏବଂ ୨୦ରୁ ଉର୍ଦ୍ଧ୍ବ ସେବା ଉପଲବ୍ଧ ଅଛି ଏବଂ ଭବିଷ୍ୟତରେ ଆହୁରି ଅଧିକ ସେବା ଯୋଗ କରାଯିବ ବୋଲି କହିଛନ୍ତି। ଏହି ଅଭିନବ ପୋର୍ଟାଲ୍ ସ୍ଥାନୀୟ ବାସିନ୍ଦାଙ୍କୁ ବିଶ୍ୱସ୍ତ ଘରୋଇ ସେବା ପ୍ରଦାନକାରୀଙ୍କ ସହ ଶୀଘ୍ର ଏବଂ ସହଜରେ ସଂଯୋଗ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହା ସହିତ ଏହା ଅଂଶକାଳୀନ ଚାକିରି ସୁଯୋଗ ଖୋଲିଥାଏ, ଉଭୟ ସେବା ଦେଖିବା ପାଇଁ ସମର୍ଥନ କରିଥାଏ, ଚଳିତ ଠାକୁରାଣୀ ଯାତ୍ରା ପାଇଁ ବିଧାୟକଙ୍କ ଦ୍ଵାରା ବୟସ୍କ ଏବଂ ବିକଳାଙ୍ଗ ପାଇଁ ଚାଳିତ ବେଟେରୀ ଅଟୋ ସେବା ମଧ୍ୟ ତିନୋଟି ପରିବର୍ତ୍ତେ ଦଶ ଗୋଟି ଆଜି ଠାରୁ ଗଡିବ ବୋଲି ବିଧାୟକ ସୂଚନା ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ ନାୟକ, ବିଧାୟକଙ୍କ ଡିଜିଟାଲ ମାର୍କେଟିଂ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଗା ପ୍ରସାଦ ସାହୁ, ବିଧାୟକଙ୍କ କୋଡ଼ିନେଟର ତଥା ଆଇନଜୀବୀ ସଞ୍ଜୟ ଜେନା, ବିଧାୟକଙ୍କ ମିଡିଆ କୋଡ଼ିନେଟର ସ୍ମିତାଲି ସ୍ମୃତିସ୍ନିଗ୍ଧା, ମାଇ ବ୍ରହ୍ମପୁର ୧୫ ଜଣ ବ୍ଲଗର୍ ଏବଂ ଅନ୍ୟ ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *