ବ୍ରହ୍ମପୁର କାର୍ଯ୍ୟାଳୟରେ ଖେଳାଳିଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, : କଟକ ସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ୯ ମ ଓପନ୍ ଜାତୀୟ ନ୍ୟାସନାଲ ତାଇକୋଣ୍ଡ ଚାମ୍ପିଅନସିପ ମେ ୩୦ ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ କଟକ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଟାଏକୋଣ୍ଡୋ ଚାମ୍ପିଅନସିପରେ ଦେଶର ୧୨ଟି ରାଜ୍ୟର ଖେଳାଳିମାନେ ଅଂଶଗ୍ରହଣ କରିଥିଲେ, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଟାଏକୋଣ୍ଡୋର ୩୭ ଜଣ ଛାତ୍ର ଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ।
ଟାଏକୋଣ୍ଡୋ ଆସୋସିଏସନର ସମ୍ପାଦକ ସତ୍ୟ ନାରାୟଣ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଦଳ ଯାତ୍ରା କରିଥିଲା ଏବଂ ପ୍ରଶିକ୍ଷକ ଟି. ଦିଲୀପ କୁମାର, ସୋନୁ ମହାରଣା, ଶୁଭମ କୁମାର ସାହୁ, ଏମ୍. ଜୟନ୍ତୀଙ୍କ ନେତୃତ୍ୱରେ ଦଳ ଯାତ୍ରା କରିଥିଲା।ସେହିପରି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ୩୭ ଜଣ ଖେଳାଳିଙ୍କ ମଧ୍ୟରୁ ୨୦ ଜଣ ସ୍ୱର୍ଣ୍ଣ, ୬ ଜଣ ରୌପ୍ୟ ଏବଂ ୧୦ ଜଣ କାଂସ୍ୟ ପଦକ ଜିତି ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲ୍ଲାର ନାମ ଗୌରବାନ୍ୱିତ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଆଜି ହିଲପାଟଣାସ୍ଥିତ ତାଇକୋଣ୍ଡୋ ଆସୋସିଏସନ ଅଫ୍ ବ୍ରହ୍ମପୁର କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥିମାନେ, ଆସୋସିଏସନର ସଭାପତି ଜିତେନ୍ଦ୍ର କୁମାର ମୁନି, ସଚିବ ସତ୍ୟ ନାରାୟଣ ତ୍ରିପାଠି, ଡକ୍ଟର ସତ୍ୟବ୍ରତ ଦାସ, ରଘୁନାଥ ପ୍ରଧାନ, ଟି. ବଳରାମ ପ୍ରମୁଖ ମଞ୍ଚାସୀନ ହୋଇ ଖେଳାଳିମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ଏବଂ ଖେଳାଳିମାନଙ୍କ ଅଭିଭାବକମାନେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )