1968 ମାଟ୍ରିକ ବ୍ୟାଚର ବଂଧୁ ମିଳନ,ପରିଣତ ବୟସରେ ଅତୁଟ ବନ୍ଧନ
ସୋନପୁର ମହାରାଜା ହାଇସ୍କୁଲ 1968 ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ମାନଙ୍କ ଏକ ବନ୍ଧୁ ମିଳନ ଏଡଭୋକେଟ ବ୍ୟୋମକେଶ ଦାଶଙ୍କ ଫାର୍ମ ହାଉସରେ ଅନୁଷ୍ଠିତ ହୋଇଯାଇଛି I ପ୍ରାରମ୍ଭରେ ପରଲୋକଗତ ବନ୍ଧୁ ଧ୍ରୁବ ଚରଣ ବାରିକ ଓ ସୁବଳ ନାଏକଙ୍କ ବିୟୋଗରେ ଭଗବାନଙ୍କ ଠାରେ 2 ମିନିଟ ତାଙ୍କ ଅମର ଆତ୍ମାର ସଦଗତି ସକାଶେ ପ୍ରାର୍ଥନା କରାଯାଇଥିଲା I ବନ୍ଧୁ ମିଳନର ଉଦ୍ୟୋକ୍ତା ଶ୍ରୀ ବ୍ୟୋମକେଶ ଦାଶ ସମସ୍ତଙ୍କୁ ସ୍ବାଗତ ଜଣାଇ ଆରାଧ୍ୟା ଦେବୀ ମାଁ ସୁରେଶ୍ବରୀଙ୍କ ଠାରେ ପ୍ରାର୍ଥନା କରି ଆଗାମୀ ଦିନ ସମସ୍ତଙ୍କ ଶୁଭ କାମନା କରିଥିଲେ Iବରିଷ୍ଠ ଓକିଲ ଇନ୍ଦ୍ରମଣି ଦାଶ ଦୀର୍ଘ 1968 ମସିହାରୁ ଅର୍ଥାତ 58 ବର୍ଷ ହେଲା ବନ୍ଧୁତ୍ବ ଭାବକୁ ଅତୁଟ ରଖି ମିଳନ ହୋଇ ପାରୁ ଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଏହାକୁ ଅବିରତ ଚଳାଇ ରଖିବାକୁ ସମସ୍ତଙ୍କୁ ସହଯୋଗ କାମନା କରିଥିଲେ I ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ପଞ୍ଚାନନ ଦଳପତି , ବନ୍ଧୁ ମାନଙ୍କୁ ସ୍ବତଃ ପ୍ରବୃତ୍ତ ଭାବେ ନିଜର ସମସ୍ତ ଜଞ୍ଜାଳକୁ ତ୍ୟାଗକରି ଏଭଳି ସମାବେଶକୁ ବଜାୟ ରଖିବା ପାଇଁ ଅନୁରୋଧ କରିଥିଲେ I ଅର୍ଥକୁ ସ୍ବର୍ବସ୍ବ ବିଚାର ନ କରି ନିଜର ଆମୋଦ ପ୍ରମୋଦ ଓ ପୂର୍ବ ସ୍ମୃତିକୁ ବଜାୟ ରଖିବାକୁ ସମସ୍ତେ ଚେଷ୍ଟିତ ରଖିବାକୁ ଅନୁରୋଧ କରିଥିଲେ I ଆମ ସମସ୍ତଙ୍କ ପରିଣତ ବୟସ ହୋଇଯାଇଥିବାରୁ ଏହାକୁ ମଜବୁଦ ରଖିବାକୁ ବନ୍ଧୁ ମିଳନ ଏକାନ୍ତ ଆବଶ୍ୟକ , କାରଣ ଜୀବନ କ୍ଷଣସ୍ଥାୟୀ ବୋଲି ରସରାଜ ସା , ସରୋଜ କୁମାର ପଟ୍ଟନାୟକ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ I ଏଥିରେ ସର୍ବଶ୍ରୀ ବ୍ରଜ ଗୋପାଳ ପୁଝାରୀ, ବିଧୁ ଭୁଷଣ ପାଣିଗ୍ରାହୀ, ନୃସିଂହ ଚରଣ ପଟ୍ଟନାୟକ, ହରିନାରାଣ ତ୍ରିପାଠୀ, ମଧୁସୁଦନ ମିଶ୍ର, ପରମେଶ୍ବର ଦାନୀ, ରଘୁବୀର ଦାଶ, ଥବିର ଚରଣ ବିଶି , ନିତ୍ୟାନନ୍ଦ ମାଝୀ, ପ୍ରତାପ କେଶରୀ ରାୟଗୁରୁ, କେଶବ ଚରଣ କର୍ମି , ପ୍ରଫୁଲ୍ଲ ଚାନ୍ଦ ପ୍ରମୁଖ 17 ଜଣ ଯୋଗଦାନ କରିଥିଲେ I ଶେଷରେ ହରିନାରାୟଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
